ବାର୍ସେଲୋନା(ସ୍ପେନ): ଲା ଲିଗା ଟାଇଟେଲ ରେସରୁ ବାଦ ପଡିବନି ବାର୍ସେଲୋନା । ଏହା କହିଛନ୍ତି କ୍ଳବର ପ୍ରମୁଖ ସଦସ୍ୟ ଅର୍ଟୁରୋ ଭିଦାଲ ।
(ସ୍ଥାନୀୟ ସମୟ)ଶନିବାର ଲା ଲିଗା ଟୁର୍ଣ୍ଣାମେଣ୍ଟର ଟାାଇଟେଲ ଲଢେଇରେ ରୋମାଞ୍ଚ ଦେଖିବାକୁ ମିଳିଛି । ପଏଣ୍ଟ ତାଲିକାର ଶୀର୍ଷରେ ଥିବା ରିୟଲ ମାଦ୍ରିଦକୁ 1-0ରେ ହରାଇଛି ବାର୍ସେଲୋନା । ଫଳରେ ଉଭୟ ଟିମ ମଧ୍ୟରେ ମାତ୍ର ଗୋଟିଏ ପଏଣ୍ଟର ବ୍ୟବଧାନ ରହିଛି । ବାର୍ସେଲୋନା 79 ପଏଣ୍ଟ ସହ ଲା ଲିଗା ଟାଇଟେଲ ବିଜୟ ଆଶା ଉଜ୍ଜିବୀତ ରଖିଛି ।