ଓଡିଶା

odisha

ETV Bharat / sports

ଇଣ୍ଡିଆନ ସୁପର ଲିଗ: ବେଙ୍ଗାଲୁରୁ ଏଫ୍‌ସି ଚାମ୍ପିଅନ - ଇଣ୍ଡିଆନ ସୁପର ଲିଗ

ବେଙ୍ଗାଲୁରୁ ବିଜୟ ଗୋଲ କରି ଚାମ୍ପିଅନ ହୋଇଥିଲା। ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଗୋଆକୁ କ୍ରମାଗତ ଭାବେ ବେଙ୍ଗାଲୁରୁ ତୃତୀୟ ଥର ପାଇଁ ପରାସ୍ତ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

By

Published : Mar 18, 2019, 11:47 AM IST

ମୁମ୍ବାଇ: ଚଳିତ ବର୍ଷ ଇଣ୍ଡିଆନ ସୁପର ଲିଗର(ଆଇଏସଏଲ)ର ପଞ୍ଚମ ସଂସ୍କରଣ ଶେଷ ହୋଇଛି । ମ୍ୟାଚର ଅତିରିକ୍ତ 116ତମ ମିନିଟରେ ରାହୁଲ ଭେକେଙ୍କ ଗୋଲ, ଆଉ ଟାଇଟଲ ଜିତି ନେଇଥିଲା ବେଙ୍ଗାଲୁରୁ ଏଫସି । ରବିବାର ମୁମ୍ବାଇର ଫୁଟବଲ ଏରିନା ଠାରେ ଖେଳାଯାଇଥିବା ନିର୍ଣାୟକ ମ୍ୟାଚରେ ଏଫ୍‌ସି ଗୋଆକୁ 1-0 ଗୋଲରେ ପରାଜିତ କରି ଆଇଏସଏଲର ଟାଇଟଲ ଜିତିଛି ବେଙ୍ଗାଲୁରୁ । ସେପଟେ ଗୋଆ ଦ୍ୱିତୀୟ ଥର ପାଇଁ ରନର୍ସଅପ ହୋଇଛି । ଡିମାସ ଡେଗୋଲ୍ଡୋଙ୍କ କର୍ଣ୍ଣରକୁ ଭେକେ ଗୋଲରେ ପରିଣତ କରି ଦଳକୁ ଚାମ୍ପିଅନ କରିଥିଲେ । ବେଙ୍ଗାଲୁରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଆଇଏସଏଲର ଫାଇନାଲରେ ପ୍ରବେଶ କରିଥିଲା । ଗତବର୍ଷ ଫାଇନାଲରେ କିନ୍ତୁ ଚେନ୍ନାଇୟିନ ଏଫସି ଠାରୁ ପରାଜିତ ହୋଇଥିଲା । ଗୋଆ ମଧ୍ୟ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରି ଚାମ୍ପିଅନ ହେବାରୁ ବଞ୍ଚି ହୋଇଛି ।

ଅହମଦ ଜାହୋଙ୍କୁ ଅତିରିକ୍ତ ସମୟର ପ୍ରଥମ ହାଫ ଆଗରୁ ଦ୍ୱିତୀୟ ୟେଲ୍ଲୋ କାର୍ଡ ମିଳିଥିଲା । ଫଳରେ ଗୋଆ ଟିମକୁ ବାଧ୍ୟ ହୋଇ 10 ଜଣ ଖେଳାଳିଙ୍କ ସହ ମ୍ୟାଚ ଖେଳିବାକୁ ପଡିଥିଲା । ଯାହାର ଲାଭ ଉଠାଇ ବେଙ୍ଗାଲୁରୁ ବିଜୟ ଗୋଲ କରି ଚାମ୍ପିଅନ ହୋଇଥିଲା। ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଗୋଆକୁ କ୍ରମାଗତ ଭାବେ ବେଙ୍ଗାଲୁରୁ ତୃତୀୟ ଥର ପାଇଁ ପରାସ୍ତ କରିଛି । ଗୋଲଶୂନ୍ୟ ଭାବେ ମ୍ୟାଚ ଶେଷ ହୋଇଥିଲା ।

ଉଭୟ ଟିମ ଗୋଲ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ତେବେ ଗୋଆ କ୍ୟାପ୍ଟେନ ମଣ୍ଡାର ରାଓଙ୍କ ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ସେ ମ୍ୟାଚର 45ତମ ମିନିଟରେ ବାହାର ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସୋଭିୟର ଗାମା ଆସିଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସଂଘର୍ଷପୂର୍ଣ୍ଣ ଖେଳ ଆରମ୍ଭ ହୋଇଥିଲା । 47ତମ ମିନିଟରେ ଗୋଆର ଅହମଦ ଜାହୋ ଓ ବାଙ୍ଗାଲୁରୁର ଅଲେଜାନ୍ଦ୍ରୋ ଗାର୍ଶିଆଙ୍କୁ ୟେଲ୍ଲୋ କାର୍ଡ ମିଳିଥିଲା । 58 ଓ 59ତମ ମିନିଟରେ ଗୋଆ ଦୁଇଟି ଭଲ ମୁଭ କରିଥିଲା କିନ୍ତୁ ଗୋଲ କରିବାରେ ସଫଳ ହୋଇପାରିନଥିଲା । ସେପଟେ ବେଙ୍ଗାଲୁରୁ ଟିମ ମଧ୍ୟ ଚେଷ୍ଟା ଜାରି ରଖି 81ତମ ମିନିଟରେ ଗୋଲର ଖୁବ ନିକଟତର ହୋଇ ଗୋଲ କରିପାରିନଥିଲା । ଏହିପରି ଭାବେ ନିର୍ଦ୍ଧାରିତ ସମୟରେ ମ୍ୟାଚ 0-0 ରେ ସମାପ୍ତ ହେଲା । ଅତିରିକ୍ତ ସମୟରେ ଉଭୟ ଟିମ ଥକିଯାଇଥିବା ଦେଖାଯାଇଥିଲା । ତେବେ ଖେଳର 116ତମ ମିନିଟରେ ଭେକେହ୍କ ହେଡର ଦ୍ୱାରା ହୋଇଥିବା ଗୋଲ ବେଙ୍ଗାଲୁରୁକୁ ବିଜୟ କରାଇଥିଲେ ।

ABOUT THE AUTHOR

...view details