ଓଡିଶା

odisha

ETV Bharat / sports

ଭାରତୀୟ ଫୁଟବଲ ପାଇଁ ବାଲାଦେବୀ ପ୍ରେରଣାର ଉତ୍ସ ହେବେ: ଗୁରପ୍ରୀତ ସିଂହ - ରେଞ୍ଜର୍ସ ମହିଳା ଏଫ୍ସି

ସ୍କଟଲ୍ୟାଣ୍ଡ ମହିଳା ପ୍ରିମିୟର ଲିଗରେ ରେଞ୍ଜର୍ସ ମହିଳା ଏଫ୍ସି ପାଇଁ ଖେଳିବା ଆରମ୍ଭ କରିଛନ୍ତି ଭାରତୀୟ ମହିଳା ଫୁଟବଲ ଖେଳାଳି ବାଲା ଦେବୀ। ଆଗାମୀ ଦିନରେ ଭାରତୀୟ ଫୁଟବଲକୁ ଏକ ନୂଆ ସ୍ତରକୁ ନେଇଯିବ ବୋଲି କହିଛନ୍ତି ଭାରତୀୟ ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ। ଅଧିକ ପଢ଼ନ୍ତୁ...

ଭାରତୀୟ ଫୁଟବଲ ପାଇଁ ବାଲାଦେବୀ ଏକ ପ୍ରେରଣାର ଉତ୍ସ ହେବେ: ଗୁରପ୍ରୀତ ସିଂହ
ଭାରତୀୟ ଫୁଟବଲ ପାଇଁ ବାଲାଦେବୀ ଏକ ପ୍ରେରଣାର ଉତ୍ସ ହେବେ: ଗୁରପ୍ରୀତ ସିଂହ

By

Published : Nov 3, 2020, 9:28 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ଖେଳାଳି ବାଲା ଦେବୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତୀୟ ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ। ସ୍କଟଲ୍ୟାଣ୍ଡ ମହିଳା ପ୍ରିମିୟର ଲିଗରେ ରେଞ୍ଜର୍ସ ମହିଳା ଏଫ୍ସି ପାଇଁ ଖେଳିବା ଆରମ୍ଭ କରିଛନ୍ତି ବାଲା ଦେବୀ। ଏହା ଆଗାମୀ ଦିନରେ ଭାରତୀୟ ଫୁଟବଲକୁ ଏକ ନୂଆ ସ୍ତରକୁ ନେଇଯିବା ନେଇ ଆଶାବାଦୀ ଅଛନ୍ତି। ବାଲା ଦେବୀ ମଧ୍ୟ ଏଭଳି ଏକ ଉପଲବ୍ଧି ଯୋଗୁଁ ଖୁସି ଜାହିର କରିଛନ୍ତି।

ଭାରତୀୟ ଫୁଟବଲ ପାଇଁ ବାଲାଦେବୀ ଏକ ପ୍ରେରଣାର ଉତ୍ସ ହେବେ: ଗୁରପ୍ରୀତ ସିଂହ

ଏକମାତ୍ର ମହିଳା ଭାରତୀୟ ଫୁଟବଲ ଖେଳାଳୀ ଭାବେ ବାଲା ଦେବୀ ପ୍ରଥମ ଥର ପାଇଁ ପଶ୍ଚିମ ଦେଶରେ ଫୁଟବଲ ଲିଗ ଖେଳିବାକୁ ସକ୍ଷମ ହୋଇଚନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ରେଞ୍ଜର୍ସ ମହିଳା ଏଫ୍ସି ତାଙ୍କ ସହ ଚୁକ୍ତି କରିଥିଲା। ତେବେ କୋରୋନା ମହାମାରୀ ସେହି ସମୟରେ ସ୍କଟଲ୍ୟାଣ୍ଡ ମହିଳା ପ୍ରିମିୟର ଲିଗ ଆରମ୍ଭ ହୋଇପାରିନଥିଲା। ପ୍ରିମିୟର ଲିଗ ଆରମ୍ଭ ହେବା ପରେ ଗତ ରବିବାର ସ୍ପାର୍ଟନ ଏଫ୍ସି ବିରୋଧରେ ନିଜର ପ୍ରଥମ ମ୍ୟାଚ ଖେଳିଛନ୍ତି ବାଲାଦେବୀ। ଏହି ମ୍ୟାଚରେ ରେଞ୍ଜର୍ସ ଏଫ୍ସି 1-0 ଗୋଲରେ ଜିତି ନେଇଥିଲା।

ଭାରତୀୟ ଫୁଟବଲ ପାଇଁ ବାଲାଦେବୀ ଏକ ପ୍ରେରଣାର ଉତ୍ସ ହେବେ: ଗୁରପ୍ରୀତ ସିଂହ

ଏନେଇ ଅର୍ଜୁନ ପୁରସ୍କାର ପାଇଥିବା ଭାରତୀୟ ଗୋଲକିପର ଗୁରପ୍ରୀତ ସିଂହ କହିଛନ୍ତି ଯେ, "ଏହା ଭାରତ ପାଇଁ ଏକ ଗୌରବର ବିଷୟ। କଠିନ ପରିଶ୍ରମ ଓ ନିଷ୍ଠାର ଫଳ ପାଇଛନ୍ତି ବାଲା ଦେବୀ। ଆଗାମୀ ଦିନରେ ବାଲା ଦେବୀ ଉଭୟ ମହିଳା ଓ ପୁରୁଷ ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବେ। ଏହାଦ୍ବାରା ଭାରତୀୟ ଫୁଟବଲରେ ଏକ ନୂତନ ସୂର୍ଯ୍ୟୋଦୋୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। "

ଗୁରପ୍ରୀତ ସିଂହ 2011 ମସିହାରେ ଭାରତୀୟ ଦଳରେ ଗୋଲକିପର ଭାବେ ଡେବ୍ୟୁ କରିଥିଲେ। ଏହାପୂର୍ବରୁ ସେ 2010 ମସିହାରେ 19 ବର୍ଷରୁ କମ ବିଭାଗରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। 2014 ମସିହାରେ ୟୁରୋପା ଲିଗରେ ନରୱେର ଟପ୍ ଡିଭିଜନ୍ କ୍ଲବ ଷ୍ଟାବାକ୍ରେ ଏଫ୍ସି ପାଇଁ ଖେଳି ସେ ଲୋକ ଲୋଚନକୁ ଆସିଥିଲେ। ଏହାସହ 2016ରେ ୟୁରୋ ଲିଗ୍ ଯୋଗ୍ୟତା ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details