ସିଡନି: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ 2023 ଫିଫା ମହିଳା ବିଶ୍ବକପ ଆୟୋଜନ କରିବେ ବୋଲି ଫୁଟବଲ ୱାର୍ଲ୍ଡ ଗଭର୍ଣ୍ଣିଂ ବଡି ଫିଫା ଗୁରୁବାର ଘୋଷଣା କରିଛି।
ଫିଫା କହିଛି ଯେ ପ୍ରଥମ ବାଲେଟରେ ଫିଫା କାଉନସିଲ ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା 35ଟି ବୈଧ ଭୋଟ ମଧ୍ୟରୁ 22ଟି ଫୁଟବଲ ଫେଡେରେଶନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଫୁଟବଲ ଦ୍ବାରା ଦାଖଲ ହୋଇଥିବା ମିଳିତ ବିଡକୁ ମିଳିଛି । କଲମ୍ବିଆ ଫୁଟବଲ ଆସୋସିଏସନ 13ଟି ଭୋଟ୍ ପାଇଛି।
NZF ଅଧ୍ୟକ୍ଷ ଜୋହାନ୍ନା ଉଡ କହିଛନ୍ତି ଯେ, ‘‘ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ କେବଳ ଫିଫା ମହିଳା ବିଶ୍ବକପ ଆୟୋଜନ କରିବେ ନାହିଁ ଯାହା ସର୍ବ ବୃହତ ଟୁର୍ଣ୍ଣାମେଣ୍ଟ ଅଟେ, ବରଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦଶ ତଥା ବିଶ୍ବବ୍ୟାପୀ ମହିଳା ଫୁଟବଲର ବିକାଶ ନିଶ୍ଚିତ ହେବାରେ ଏକ ଉଦାହରଣ ହେବ।’’