ଓଡିଶା

odisha

ମାଞ୍ଚେଷ୍ଟର ସିଟିକୁ ହରାଇ ଏଫଏ କପ ଫାଇନାଲରେ ଆର୍ସେନାଲ

By

Published : Jul 19, 2020, 12:39 PM IST

ମାଞ୍ଚେଷ୍ଟର ସିଟିକୁ 2-0 ଗୋଲରେ ହରାଇ ଏଫଏ କପ ଫାଇନାଲରେ ସ୍ଥାନ ପକ୍କା କରିଛି ଆର୍ସେନାଲ ।

Aubameyang's double helps Arsenal beat Manchester City in FA Cup semi-final
ମାଞ୍ଚେଷ୍ଟର ସିଟିକୁ ହରାଇ ଏଫଏ କପ ଫାଇନାଲରେ ଆର୍ସେନାଲ

ଲଣ୍ଡନ: ଏଫଏ କପ ଫାଇନାଲରେ ସ୍ଥାନ ପକ୍କା କରିଛି ଆର୍ସେନାଲ । ରବିବାର ଖେଳାଯାଇଥିବା ମାଞ୍ଚେଷ୍ଟର ସିଟି ବିପକ୍ଷ ମ୍ୟାଚରେ ଆର୍ସେନାଲକୁ ଏକାକୀ ବିଜୟୀ କରାଇଛନ୍ତି ପିର-ଏମରିକ ଏୟୁବାମେୟଙ୍ଗ।

ସେମିଫାଇନାଲ ମୁକାବିଲାରେ ଏୟୁବାମେୟଙ୍ଗ ଦୁଇଟି ଦମଦାର ଗୋଲ କରିବା ସହ, 2-0ରେ ଆର୍ସେନାଲକୁ ବିଜୟୀ କରାଇଥିଲେ । ନ୍ୟାସନାଲ ଷ୍ଟାଡିୟମରେ ସିଟି କ୍ଳବ ଗତ 10ଟି ମୁକାବିଲାରେ ପ୍ରଥମ ପରାଜୟ ।

ଏୟୁବାମେୟଙ୍ଗ ମ୍ୟାଚର 15ତମ ମିନିଟରେ ପ୍ରଥମ ଗୋଲ କରିଥିଲେ । ପରେ ଦ୍ବିତୀୟ ଅର୍ଦ୍ଧରେ ଆଉ ଏକ ଗୋଲ କରି ଗୋଲ ସଂଖ୍ୟା 2-0ରେ ପହଞ୍ଚାଇଥିଲେ । ସମସ୍ତ ପ୍ରୟାସ ସତ୍ତ୍ବେ ସିଟି କ୍ଳବ ଗୋଲ ଶୂନ୍ୟ ରହିଥିଲା ।

ଦ୍ବିତୀୟ ସେମିଫାଇନାଲ ମୁକାବିଲା ମାଞ୍ଚେଷ୍ଟର ୟୁନାଇଟେଡ ଓ ଚେଲସିୟା ମଧ୍ୟରେ ରବିବାର ଖେଳାଯିବ ।

ABOUT THE AUTHOR

...view details