ଫାଟର୍ଡା: ଶେଷ ହୋଇଛି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟବଲ ଟୁର୍ଣ୍ଣାମେଣ୍ଟ । ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଚେନ୍ନାଇନକୁ 3-1ଗୋଲରେ ହରାଇ 3ୟ ଥର ଚମ୍ପିଆନ ବନିଛି ଏଟିକେ । ସେହିପରି ଫାଇନାଲରେ ଉଭୟ ଦଳ ପରସ୍ପରକୁ ପ୍ରଥମଥର ଭେଟିଥିବା ବେଳେ କେହି କେବେ ଫାଇନାଲରେ ପରାଜତ ହୋଇନଥିଲେ । ତେଣୁ ଚେନ୍ନାଇଇନକୁ ପ୍ରଥମଥର ଫାଇନାଲରେ ହରାଇ ଅନ୍ୟତମ ରେକର୍ଡ କରିଛି ଏଟିକେ ।
ISL ଫାଇନାଲ: ଚେନ୍ନାଇନକୁ 3-1ରେ ହରାଇ 3ୟ ଥର ଚମ୍ପିଆନ ହେଲା ଏଟିକେ - ATK win record third ISL title
ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଚେନ୍ନାଇଇନକୁ 3-1ଗୋଲରେ ହରାଇ 3ୟ ଥର ଚମ୍ପିଆନ ବନିଛି ଏଟିକେ । ଅଧିକ ପଢନ୍ତୁ...
![ISL ଫାଇନାଲ: ଚେନ୍ନାଇନକୁ 3-1ରେ ହରାଇ 3ୟ ଥର ଚମ୍ପିଆନ ହେଲା ଏଟିକେ atk-win-record-third-isl-title-beat-chennaiyin-3-1-in-final](https://etvbharatimages.akamaized.net/etvbharat/prod-images/768-512-6407351-thumbnail-3x2-zjcas.jpg)
ISL ଫାଇନାଲ: ଚେନ୍ନାଇଇନକୁ 3-1ର ହରାଇ 3ୟ ଥର ଚମ୍ପିଆନ ହେଲା ଏଟିକେ
ଜାଭିୟର୍ ଫର୍ଣ୍ଣାଡିଜ୍ (10ମିନିଟ ) ଏବଂ ଇଡୁ ଗାର୍ସିଆ (48ମିନିଟ) ଗୋଲ ବଳରେ ଡ୍ରାଇଭିଂ ସିଟରେ ରହିଥିଲା ଏଟିକେ । ମାତ୍ର ଚେନ୍ନାଇଇନ୍ ତରଫରୁ ନେରିଜସ୍ ଭାଲସ୍କିସ୍ (69ମିନଟ )ରେ ଗୋଲ ପରିଶୋଧ କରି ଦଳକୁ ପ୍ରତିଯୋଗିତାରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ପରେ ଏଟିକର ମେରୁଦଣ୍ଡ କୁହାଯାଉଥିବା ଫର୍ଣ୍ଣାଡିଜ୍ ଆଘାତ ସମୟ (90 + 4ମିନିଟ) ରେ ଆଉ ଏକ ସ୍କୋର କରି ଦଳକୁ ରେକର୍ଡ 3ୟ ଟାଇଟଲ୍ ଭେଟି ଦେଇଥିଲେ ।
ସୂଚନାଥାଉ କି, କୋରୋନା ଭାଇରସ ପାଇଁ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଏହି ଫାଇନାଲ ମ୍ୟାଚ ବିନା ଦର୍ଶକରେ ଅନୁଷ୍ଠିତ ହୋଇଛି ।