ଭୁବନେଶ୍ବର: ଓଡିଶା ଏଫ୍ସିର ଅନ୍ତରୀଣ ମୁଖ୍ୟ କୋଚ ଦାୟିତ୍ବ ନେଲେ ଜେରି ପେଟନ୍ । ପେଟନ ଦଳର ସହଯୋଗୀ କୋଚ୍ ଦାୟିତ୍ବ ତୁଲାଉ ଥିଲେ । ବର୍ତ୍ତମାନ ଜେରି ପେଟନ୍ ଚଳିତ ଆଇଏସ୍ଏଲ୍ ସଂସ୍କରଣ ଶେଷ ହେବା ଯାଏଁ ଓଡିଶା ଏଫ୍ସିର ମୁଖ୍ୟ କୋଚ ରହିବେ ।
ତେବେ ଏହି ଦାୟିତ୍ବ ମିଳିବା ପରେ ପେଟନ୍ ପ୍ରତିକ୍ରିୟାରେ କହିଛନ୍ତି, ବାକି ମ୍ୟାଚ ପାଇଁ ମୁଁ ମୁଖ୍ୟକୋଚ ହେବାକୁ ପ୍ରସ୍ତୁତ ଅଛି । ଆଉ 6ଟି ମ୍ୟାଚ ବାକି ଅଛି । ମୁଁ ବହୁତ କଠିନ ପରିଶ୍ରମ କରିବି । ଚେଷ୍ଟା କରିବି ଯେପରି ଅଧିକରୁ ଅଧିକ ମ୍ୟାଚ ଜିତୁ । ମୋର କର୍ତ୍ତବ୍ୟ ହେଲା ଗ୍ରାଉଣ୍ଡରେ ସବୁବେଳେ ଦଳର ଲଢୁଆ ଖେଳ, ସମ୍ମାନ ଓ ଆଦର୍ଶକୁ ବଜାୟ ରଖିବା ।