ଓଡିଶା

odisha

ETV Bharat / sports

ମାରାଡୋନାଙ୍କ ପାଇଁ ମୁଁ ଫୁଟବଲ ପ୍ରତି ଆକର୍ଷିତ ହୋଇଥିଲି: ସୌରଭ ଗାଙ୍ଗୁଲି - ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ପରଲୋକ

ବିଶ୍ବବିଖ୍ୟାତ ଫୁଟବଲ ଡିଏଗୋ ମାରାଡୋନାଙ୍କ ବୁଧବାର ପରଲୋକ ହୋଇଯାଇଛି । ମାରାଡୋନାଙ୍କ ଦେହାନ୍ତକୁ ନେଇ ଭାରତୀୟ କ୍ରୀଡା ଜଗତର ପ୍ରତିଷ୍ଠିତ ଖେଳାଳି ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Argentina football legend Diego Maradona
ଡିଏଗୋ ମାରାଡୋନାଙ୍କ ପାଇଁ ମୁଁ ଫୁଟବଲ ଦେଖୁଥିଲି: ସୌରଭ ଗାଙ୍ଗୁଲି

By

Published : Nov 26, 2020, 4:27 AM IST

Updated : Nov 26, 2020, 4:54 AM IST

ହାଇଦ୍ରାବାଦ: ବିଶ୍ବ ବିଖ୍ୟାତ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ବୁଧବାର ପରଲୋକ ହୋଇଯାଇଛି । 60 ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସାରା ବିଶ୍ବରେ ନିଜର ଖେଳକୁ ନେଇ ପରିଚିତ ରହିଥିବା ଏହି ଖେଳାଳି ଥିଲେ ଫୁଟବଲ ଜଗତର କିମ୍ବଦନ୍ତୀ ।

ସାରା ବିଶ୍ବରେ ଫୁଟବଲ ଖେଳରେ ନିଜ ଛାପ ଛାଡି ଯାଇଛନ୍ତି ଏହି ଫୁଟବଲ ଖେଳାଳି । ଫୁଟବଲ ଖେଳରେ ଡିଏଗୋ ମାରାଡୋନାଙ୍କ ସ୍ବତନ୍ତ୍ର ପରିଚୟ ରହିଛି । 1986 ଫୁଟବଲ ବିଶ୍ବକପରେ ମାରାଡୋନା ନିଜ ଦେଶ ଆର୍ଜେଣ୍ଟିନାକୁ ଚାମ୍ଫିଆନ କରାଇଥିଲେ । ସେହି ବିଶ୍ବ କପରେ କରିଥିବା ଏକ ଗୋଲ ସ୍କୋର ଆଜି ପର୍ଯ୍ୟନ୍ତ ଚର୍ଚ୍ଚିତ ହୋଇରହିଛି । ଯାହାକୁ ହ୍ୟାଣ୍ଡ ଅଫ ଗଡ କୁହାଯାଏ । ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ବରେ ତାଙ୍କ ପ୍ରଶଂସକଙ୍କ ମହୋଲରେ ଶୋକରଛାୟା ଖେଳିଯାଇଛି । ମାରାଡୋନାଙ୍କ ଦେହାନ୍ତକୁ ନେଇ ଭାରତର ଫୁଟବଲ ପ୍ରେମୀ ତଥା ଭାରତୀୟ କ୍ରୀଡା ଜଗତର ପ୍ରତିଷ୍ଠିତ ଖେଳିଳି ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଆଇ ବିଜୟନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି । ଫୁଟବଲର ଭଗବାନଙ୍କୁ ବିଦାୟ ବୋଲି କହିଛନ୍ତି । ସେହିପରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମାରାଡୋନାଙ୍କ ପାଇଁ ମୁଁ ଫୁଟବଲ ପ୍ରତି ଆକର୍ଷିତ ହୋଇଥିଲି ଏବଂ ସେ ଥିଲେ ଫୁଟବଲରେ ମୋର ହିରୋ ବୋଲି ଟ୍ବୀଟ କରିଛନ୍ତି ।

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଟ୍ବୀଟ କରି ସାର ବିଶ୍ବ ଏବଂ ଫୁଟବଲ ଜଗତ ଏକ ପ୍ରସିଦ୍ଧ ଫୁଟବଲ ତାରକାଙ୍କୁ ହରାଇଲା ବୋଲି କହିଛନ୍ତି ।ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷଣ ସାରା ବିଶ୍ବର କ୍ରୀଡାଜଗତ ଡିଏଗୋ ମାରାଡୋନାକୁ ହରାଇଲା ବୋଲି କହିଛନ୍ତି ।

ସେହିପରି ହରଭଜନ ସିଂ ଓ ସୁରେଶ ରୈନା ମଧ୍ୟ ଟ୍ବୀଟ କରି ଲେଖିଛନ୍ତି ବିଶ୍ବ କ୍ରୀଡ ଜଗତପାଇଁ ବହୁତ ବଡ କ୍ଷତି । ଫୁଟବଲ ଖେଳରେ ତାଙ୍କର ଅଭୁଲା ଓ ସ୍ମରଣୀୟ ମୂହୁର୍ତ୍ତ ଛାଡିଯାଇଛନ୍ତି । ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Last Updated : Nov 26, 2020, 4:54 AM IST

ABOUT THE AUTHOR

...view details