ଭାସ୍କୋ ଡି ଗାମା: ଦୁଇଥର ଆଇଏସଏଲ ଚାମ୍ପିୟନ ଚେନ୍ନାଇୟନ ଏଫସି ଆଇଏସଏଲର ସପ୍ତମ ସଂସ୍କରଣରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଜାମଶେଦପୁର ଏଫସିକୁ 2-1 ଗୋଲ୍ରେ ମାତ ଦେଇଛି ଟିମ । ତିଲକ ମୈଦାନରେ ଖେଳାଯାଇଥିବା ମ୍ୟାଚର ତିନୋଟି ଯାକ ଗୋଲ ପ୍ରଥମ ହାଫରେ ହିଁ ହୋଇଥିଲା । ଦୁଇଟି ଗୋଲ ଚେନ୍ନାଇ କରିଥିବା ବେଳେ ଜାମଶେଦପୁର କରିଥିଲା ମାତ୍ର ଗୋଟିଏ ଗୋଲ । ଚେନ୍ନାଇ ପାଇଁ ଅନିରୁଦ୍ଧ ଥାପା ପ୍ରଥମ ମିନିଟରେ ହିଁ ଗୋଲ କରି ଏହି ସଂସ୍କରଣର ସବୁଠାରୁ ଦ୍ରୁତ ଗୋଲ କରିଥିଲେ ।
ଏହାପରେ 25ତମ ମିନିଟରେ ଇସାକ ୱେନମାଲସାବମା ବକ୍ସ ଭିତରେ ଲାଲିଆନଜୁଆଲା ଚାଙ୍ଗତେଙ୍କୁ ପକାଇଦେଲେ । ଯାହାପରେ ପେନାଲ୍ଟି ଦେଇଥିଲେ ରେଫରି । ଏହି ପେନାଲ୍ଟିରେ ଗୋଲ କରି ଇସ୍ମାଇଲ ଗୋକାନ୍ବେସ ଓରଫ ଇସ୍ମା 26ତମ ମିନିଟରେ ଗୋଲ କରି ଚେନ୍ନାଇ ଖତାରେ 2-0 ଗୋଲ ରଖିଥିଲେ । ଏହାପରେ ନେରିଜୁସ ୱାଲ୍ସକିସ 37ତମ ମିନିଟରେ ଗୋଲ କରି ଜାମଶେଦପୁରକୁ ମ୍ୟାଚକୁ ଫେରାଇ ଆଣିଲେ ।
ପ୍ରଥମ ଗୋଲରେ ପରେ ଜାମଶେଦପୁର ପଞ୍ଚମ ଓ ସପ୍ତମ ମିନିଟରେ ଭଲ ମୁଭ କରିଥିଲା କିନ୍ତୁ ତାକୁ ସଫଳତା ମିଳିନଥିଲା । ଏହା ବଦଳରେ ଚେନ୍ନାଇ 10ମ ମିନିଟରେ ଗୋଲ କରିବାର ଏକ ବଡ଼ ସୁଯୋଗ ସୃଷ୍ଟି କରିଥିଲା କିନ୍ତୁ ଜାମଶେଦପୁର ଗୋଲକିପର ଟିପି ରେହନେଶ ତାକୁ ସଫଳ ହେବାକୁ ଦେଇ ନଥିଲେ ।
ରେହଶନ 20ତମ ମିନିଟରେ ମଧ୍ୟ ଚାଙ୍ଗତେଙ୍କ ଏକ ପ୍ରୟାସକୁ ବିଫଳ କରିଥିଲେ । ଏହାପରେ ଉଭୟ ଟିମ ମଧ୍ୟରେ ବଲ ଉପରେ ନିୟନ୍ତ୍ରଣ ରଖିବା ପାଇଁ କଡା ଟକ୍କର ହୋଇଥିଲା । କିନ୍ତୁ ପୋଷ୍ଟରେ ଗୋଲ କରିବାର ମୌକା କାହାକୁ ମିଳିନଥିଲା ଓ ଦ୍ବିତୀୟ ହାଫ ଫାଙ୍କାରେ ଚାଲିଯାଇଥିଲା ।
ଦ୍ବିତୀୟ ହାଫରେ ପ୍ରବେଶ କରିବା ମାତ୍ରେ ଜାମଶେଦପୁର ପରିବର୍ତ୍ତନ କରି ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ନିକୋଲସ ଫଜଟଗେରାଲ୍ଡଙ୍କୁ ଆଣିଥିଲା । ପ୍ରଥମ ହାଫ ପରି ଦ୍ବିତୀୟ ହାଫରେ ମଧ୍ୟ ରେହଶନ ଚେନ୍ନାଇର ଅନେକ ଗୋଲକୁ ଅଟକାଇବାରେ ସଫଳ ହୋଇଥିଲେ ।