ଓଡିଶା

odisha

ETV Bharat / sports

ଆସାମ ପାଇଁ ପ୍ରାର୍ଥନା କରି ସାହାଯ୍ୟ ମାଗିଲେ ଛେତ୍ରୀ - ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ

କୋଭିଡ ମହାମାରୀ ସମୟରେ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଦେଖା ଦେଇଛି ବନ୍ୟା ବିପର୍ଯ୍ୟୟ । ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା ସହ ସାହାଯ୍ୟ ମାଗିଲେ ଭାରତୀୟ ପୁରୁଷ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଅଧିକ ପଢ଼ନ୍ତୁ...

Assam needs prayers, flood-hit Assam needs attention & help, Sunil Chhetri, ଆସାମ ପାଇଁ ପ୍ରାର୍ଥନା ଓ ସାହାଯ୍ୟ ମାଗିଲେ ଛେତ୍ରୀ, ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଆସାମ ବନ୍ୟା
ଆସାମ ପାଇଁ ପ୍ରାର୍ଥନା ଓ ସାହାଯ୍ୟ ମାଗିଲେ ଛେତ୍ରୀ

By

Published : Jul 17, 2020, 9:49 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଶୁକ୍ରବାର ଜାରି ରହିଥିବା କୋଭିଡ-19 ମହାମାରୀ ମଧ୍ୟରେ ବନ୍ୟା ପରିସ୍ଥିତି ସହ ସଂଗ୍ରାମ କରୁଥିବା ଉତ୍ତର-ପୂର୍ବ ରାଜ୍ୟ ଆସାମ ପାଇଁ ଧ୍ୟାନ ଏବଂ ସହାୟତା ପାଇଁ ଆହ୍ବାନ କରିଛନ୍ତି।

ଛେତ୍ରୀ ଏକ ଟ୍ବିଟ କରି କହିଛନ୍ତି ଯେ, ‘‘ପ୍ରାର୍ଥନା ସହିତ ଆସାମରେ ଥିବା ବନ୍ୟା ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଧ୍ୟାନ ଏବଂ ସହାୟତା ଆବଶ୍ୟକ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ବହୁ ଜୀବନ ହାନି ଘଟିଛି - ଉଭୟ ମନୁଷ୍ୟ ଏବଂ ପଶୁଙ୍କର ଏବଂ ମୁଁ କେବଳ ଆନ୍ତରିକତାର ସହ ଆଶା କରିପାରିବି ଯେ ଏହି ସଂଖ୍ୟାରେ ଆଉ ବୃଦ୍ଧି ନ ଘଟୁ ।’’

ବନ୍ୟା ଯୋଗୁଁ ରାଜ୍ୟର 33ଟି ଜିଲ୍ଲାର 27 ଟି ଅଞ୍ଚଳରେ ପ୍ରାୟ 40 ଲକ୍ଷ ଲୋକ ପ୍ରଭାବିତ ହରାଇଥିବା ବେଳେ 70ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଯଦିଓ ବନ୍ୟା 27ଟି ଜିଲ୍ଲାକୁ ପ୍ରଭାବିତ କରିଛି, ସେଥିମଧ୍ୟରୁ 23ଟି ଜିଲ୍ଲା- ଧମାଜୀ, ଉଦଲଗୁରୀ, ଦାରଙ୍ଗ, ବିଶ୍ବନାଥ, ସୋନିଟପୁର, ବକସା, ଲକ୍ଷ୍ମୀପୁର, ଚିରଙ୍ଗ, ବାରପେଟା, ବଙ୍ଗାଇଗାଓଁ, କୋକରାଝର, ଧୁବ୍ରି, ଦକ୍ଷିଣ ସଲମାରା, ଗୋଲପାରା, କାମରୁପ, ଗୋଲାଘାଟ, ଜୋରହାଟ, ସିଭାସଗର, ମଜୁଲି, ଦିବ୍ରୁଗଡ, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ, କାର୍ବି ଆଙ୍ଗ୍ଲୋଙ୍ଗ ଏବଂ ତିନସୁକିଆକିଆ - ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

27 ଟି ଜିଲ୍ଲାର ଅନେକ ସ୍ଥାନରେ ବହୁ ସଂଖ୍ୟକ ସ୍ଥାନ, ରାସ୍ତା, ବନ୍ଧ, ବ୍ରିଜ୍, କଲଭର୍ଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ନଦୀ କୂଳର କ୍ଷୟକ୍ଷତି ହୋଇଛି ବୋଲି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅଧିକାରୀ କହିଛନ୍ତି । ଏହା ସହ ଅନେକ ଘର ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ କର୍ମଚାରୀମାନେ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ଏବଂ ଗ୍ରାମବାସୀଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ ସହିତ ରିଲିଫ ସେବା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି।

@IANS

ABOUT THE AUTHOR

...view details