ତୁରିନ: ଇଟାଲୀରେ ସ୍ବାଭାବିକ ହେବାରେ ଲାଗିଛି ଫୁଟବଲ । ଇଟାଲିଆନ ଫୁଟବଲ କ୍ଳବ ଜୁଭେଣ୍ଟସର ସମସ୍ତ ଖେଳାଳିଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଫଳରେ ସମସ୍ତ ଏକତ୍ର ଅଭ୍ୟାସ ଆରମ୍ଭ କରିଛନ୍ତି ।
ଗତକାଲି ଟିମର ସମସ୍ତ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବାନେଇ କ୍ଳବ ୱେବସାଇଟରେ ସୂଚନା ଦିଆଯାଇଛି ।