ଓଡିଶା

odisha

ଅଗଷ୍ଟ ୧୫ରୁ ଫୁଟବଲ ଜାତୀୟ କ୍ୟାମ୍ପ୍‌

By

Published : Aug 4, 2021, 7:46 PM IST

ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ପକ୍ଷରୁ ଭାରତୀୟ ଜାତୀୟ ଟିମ ପାଇଁ ୨୦୨୧ ବର୍ଷର ଅବଶିଷ୍ଟ ଫୁଟବଲ କ୍ୟାଲେଣ୍ଡର ଘୋଷଣା । ଅଧିକ ପଢନ୍ତୁ...

AIFF to convene 15-day national camp for Blue Tigers from Aug 15
ଅଗଷ୍ଟ ୧୫ରୁ ଫୁଟବଲ ଜାତୀୟ କ୍ୟାମ୍ପ୍‌

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ବୁଧବାର ଭାରତୀୟ ଜାତୀୟ ଟିମ ପାଇଁ ୨୦୨୧ ବର୍ଷର ଅବଶିଷ୍ଟ ଫୁଟବଲ କ୍ୟାଲେଣ୍ଡର ଘୋଷଣା କରିଛି । ମହାମାରୀ COVID-19ରେ ପ୍ରଭାବିତ ହୋଇଥିବା ବିଶ୍ବ କ୍ରୀଡାଜଗତ ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି । ଫଳରେ AIFF ଗତ ୧୫ ମାସରେ କ୍ଷତି ହୋଇଥିବା ସମୟକୁ ଭରଣା କରିବା ଲକ୍ଷ୍ୟରେ ଯୋଜନା କରୁଛି । ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଓ ଘରୋଇ ଇଭେଣ୍ଟକୁ ଗୁରୁତ୍ବ ସହ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ।

ବେଙ୍ଗାଲୁରୁ ଏଫସି ଅଗଷ୍ଟ ୧୫ରୁ AFC କପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ମାଳଦୀପ କ୍ଳବ ଏଗଲେସ ସହ ଖେଳିବ । ଏହାପରେ ATK ମୋହୁନ ବଗାନ ମଧ୍ୟ ଅଗଷ୍ଟ ୧୮ରୁ ୨୪ ମଧ୍ୟରେ ଆକ୍ସନରେ ନଜର ଆସିବ । ସୁନୀଲ ଛେତ୍ରୀଙ୍କ ନେତୃତାଧୀନ BFCର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ଜାତୀୟ କୋଚ ଇଗର ଷ୍ଟିମାକ ଏକ ଅଫିସିଆଲ ରିଲିଜରେ, ପ୍ରସ୍ତୁତ ଫୁଟବଲ କ୍ୟାଲେଣ୍ଡର ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details