ଭୁବନେଶ୍ବର: ଦେଶରେ କ୍ରୀଡା ପ୍ରୋତ୍ସାହନରେ ଆଦର୍ଶ ସାଜିଲା ଓଡିଶା । ଫୁଟବଲର ସର୍ବୋଚ୍ଚ କ୍ରୀଡା ପରିଚାଳନା ବୋର୍ଡରେ ଓଡିଶା ସରକାରଙ୍କୁ ଭୁୟସୀ ପ୍ରଶଂସା ।
କ୍ରୀଡା ପ୍ରୋତ୍ସାହନରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ଓଡିଶା । କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦେବାରେ ଦେଶରେ ଓଡିଶା ସେଟ୍ କରିଛି ନୂଆ ଟ୍ରେଣ୍ଡ । ରାଜଧାନୀ ଦିଲ୍ଲୀରେ ଫୁଟବଲ ଦିଲ୍ଲୀ ପକ୍ଷରୁ ଆୟୋଜିତ ଫୁଟବଲର ପରିଚାଳନା ବୋର୍ଡ(ଗଭର୍ଣ୍ଣିଂ ବଡି) ବୈଠକରେ ଓଡିଶାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଖୋଦ୍ ସର୍ବ ଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ ।
ଅନୁଷ୍ଠିତ ଅନଲାଇନ ବୈଠକରେ ଓଡିଶା ସରକାରକୁ ଅଜସ୍ର ପ୍ରଂଶସା ସହ ଦେଶର ଅନ୍ୟ ରାଜ୍ୟ ସରକାର ମାନେ ଓଡିଶାକୁ ଅନୁକରଣ କରିବା କରିବା ଉଚିତ ବୋଲି କହିଛନ୍ତି AIFF ସଭାପତି ।