ଓଡିଶା

odisha

ETV Bharat / sports

ପରଲୋକରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ଭବାନୀ ରୟ - ସର୍ବଭାରତୀୟ ଫୁଟବଲ ମହାସଂଘ

ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ଭବାନୀ ରୟଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ଅଧିକ ପଢନ୍ତୁ...

AIFF condoles Bhabani Roy's death
ପରଲୋକରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ଭବାନୀ ରୟ

By

Published : Sep 13, 2021, 9:46 PM IST

ନୂଆଦିଲ୍ଲୀ:ପରଲୋକରେ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବାନୀ ରୟ । ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ଭବାନୀଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ବର୍ଷ ୧୯୬୯ରେ ମେରଡେକା କପ୍‌ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ରୟ । ସେ ଭାରତକୁ ୩ଟି ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି ।

ଘରୋଇ ସ୍ତରରେ ୧୯୬୮ରେ ସେ ପଶ୍ଚିମବଙ୍ଗର ସନ୍ତୋଷ ଟ୍ରଫି ସ୍କ୍ବାଡର ସଦସ୍ୟ ଥିଲେ ଓ ୧୯୭୧ ବିଜୟୀ ସ୍କ୍ବାଡର ସଦସ୍ୟ ଥିଲେ ।

୧୯୬୮ ଠାରୁ ସେ କ୍ଳବ ଫୁଟବଲ ମୋହୁନ ବଗାନ ପକ୍ଷରୁ ଖେଳିଥିଲେ । ପରେ ୧୯୭୨ରେ ଗ୍ରୀନ ଓ ମେରୁନ ଟିମର ଅଧିନାୟକ ମଧ୍ୟ ରହିଥିଲେ । ଜଣେ କ୍ଳବ ଖେଳାଳି ଭାବେ ବର୍ଷ ୧୯୭୨ ତାଙ୍କର ଶେଷ ବର୍ଷ ଥିଲା । ସେ ୫ଟି ଗୋଲ୍‌ ସ୍କୋର କରିବା ସହିତ ୧୯୬୯ରେ କ୍ଳବକୁ CFL ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ବଗାନ ମଧ୍ୟ ସମାନ ବର୍ଷ IFA ସିଲ୍ଡ ଜିତିଥିଲା ।

ବର୍ଷ ୧୯୬୮, ୧୯୭୦, ୧୯୭୧ ଓ ୧୯୭୨ରେ କ୍ଳବକୁ ରୋଭର କପ ବିଜୟୀ କରାଇବାରେ ସେ ପ୍ରମୁଖ ସଦସ୍ୟ ରହିଥିଲେ । ଶୋକବାର୍ତ୍ତାରେ AIFF ସଭାପତି ପ୍ରଫୁଲ୍ଲ ପଟେଲ, "ଏହା ଦୁଃଖଦ ଖବର, ଭାରତୀୟ କ୍ରୀଡାକୁ ତାଙ୍କର ଅବଦାନ ପାଶୋରି ହେବନାହିଁ ।"

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details