ଓଡିଶା

odisha

ETV Bharat / sports

କାବୁଲ ବିମାନବନ୍ଦରରେ ବିମାନରୁ ଖସିଥିଲେ ଆଫଗାନ ଫୁଟବଲର - Afghanistan news

ଆଫଗାନ ନ୍ୟୁଜ ଏଜେନ୍ସି Arianaର ରିପୋର୍ଟ ଅନୁଯାୟୀ, ବିମାନରୁ ଖସି ପ୍ରାଣ ହରାଇଛନ୍ତି ଆଫଗାନିସ୍ତାନ ଜାତୀୟ ଫୁଟବଲ ଟିମର ଖେଳାଳି ଜାକି ଅନୱାରି । ଅଧିକ ପଢନ୍ତୁ...

Afghan footballer dies in fall from plane at Kabul airport:  Reports
କାବୁଲ ବିମାନବନ୍ଦରରେ ବିମାନରୁ ଖସିଥିଲେ ଆଫଗାନ ଫୁଟବଲର

By

Published : Aug 19, 2021, 9:41 PM IST

ହାଇଦ୍ରାବାଦ:ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଭୟରେ ସୋମବାର ରାଜଧାନୀ କାବୁଲ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଯେଉଁ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା କାରଣ ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇଥିଲା । ବିମାନର କିଛି ଅଂଶକୁ ଧରି ଜୀବନ ବିକଳରେ ଲୋକେ ଦେଶ ଛାଡି ଚାଲିଯିବାକୁ କରୁଥିବା ପ୍ରୟାସ ସମସ୍ତଙ୍କୁ ସ୍ତବ୍ଦ କରିଥିଲା । ବିମାନଟି ଉଡାଣ ଭରିବାର କିଛି ସମୟ ମଧ୍ୟରେ ଯେଉଁମାନେ ବିମାନର ହ୍ବିଲ୍‌କୁ ଧରି ଉପରକୁ ଉଠିଯାଇଥିଲେ ସେମାନେ ତଳକୁ ଖସିପଡିବା ସହ ପ୍ରାଣ ହରାଇଥିଲେ । ଏହି ସମୟର ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଥିଲା ।

ତେବେ ଆଫଗାନ ନ୍ୟୁଜ ଏଜେନ୍ସି Arianaର ରିପୋର୍ଟ ଅନୁଯାୟୀ, ବିମାନରୁ ଖସି ପ୍ରାଣ ହରାଇଛନ୍ତି ଆଫଗାନିସ୍ତାନ ଜାତୀୟ ଫୁଟବଲ ଟିମର ଖେଳାଳି ଜାକି ଅନୱାରି । ତାଲିବାନ ବଳପୂର୍ବକ ଶାସନଗାଦି ଦଖଲ କରିବା ପରେ ଦେଶ ଛାଡି ଚାଲିଯିବାକୁ ସୋମବାର କାବୁଲ ବିମାନବନ୍ଦର ଲୋକାରଣ୍ୟ ହୋଇଥିଲା ।

ଆମେରିକୀୟ ଲୋକଙ୍କୁ ସ୍ବଦେଶ ନେଇଯିବାକୁ USAF ବୋଇଂ-୧୭ ବିମାନ ଉଡାଣ ଭରିଥିଲା । ମାତ୍ର ଚଳନ୍ତା ବିମାନରେ ଅନେକ ଆଫଗାନ ନାଗରିକ ବିମାନରେ ଚଢିବାକୁ ପ୍ରୟାସ କରୁଥିବାର ଦେଖାଯାଇଥିଲା ।

ଫୁଟବଲ ଖେଳାଳି ଅନୱାରିଙ୍କ ମୃତ୍ୟୁ ହୋଇଥିବା ସ୍ପୋର୍ଟ୍ସ ଡିଜି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details