ହାଇଦ୍ରାବାଦ:ଏସିଆନ ଫୁଟବଲ କନଫେଡେରେସନର ବଡ ଘୋଷଣା । AFC ମହିଳା ଏସିଆନ କପ୍ ଜାନୁଆରୀ 20ରୁ ଫେବୃଆରୀ 6 ପର୍ଯ୍ୟନ୍ତ ଖେଳାଯିବ । ଏନେଇ AFC ଗୁରୁବାର ସ୍ପଷ୍ଟ କରିଛି । ଆଗାମୀ ସଂସ୍କରଣରେ ଏସିଆର ଶୀର୍ଷ 12ଟିମ 3ଟି ଗ୍ରୁପରେ ବିଭକ୍ତ ହୋଇ ଖେଳିବେ । ପ୍ରତ୍ୟେକ ଗ୍ରୁପରେ 4ଟି ଟିମ ରହିବେ । ପ୍ରାୟ 18 ଦିନରୁ ଅଧିକ ଖେଳାଯିବାକୁ ଥିବା ଏହି ମେଗା ଇଭେଣ୍ଟରେ କ୍ବାର୍ଟର-ଫାଇନାଲ ଯୋଗ୍ୟତା ଅର୍ଜନ ପାଇଁ 25ଟି ମ୍ୟାଚ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟରୁ 5ଟି ଏସିଆନ ଟିମ 2023 FIFA ମହିଳା ବିଶ୍ବକପ ପାଇଁ ଯୋଗ୍ୟତା ସିଧାସଳଖ ଅର୍ଜନ କରିବେ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଏହାର ଆୟୋଜକ ରହିଛନ୍ତି ।