ନୂଆଦିଲ୍ଲୀ: ମହାନ ଭାରତୀୟ ଫୁଟବଲ ଖେଳାଳି ପ୍ରଦୀପ କୁମାର ବାନାର୍ଜୀଙ୍କ ମୃତ୍ୟୁରେ ଶୋକାକୁଳ କ୍ରୀଡାଜଗତ । ଏସିଆନ ଫୁଟବଲ କନଫେଡେରେସନ(AFC) ସଭାପତି ସୈଖ ସଲମନ ବିନ ୟି ଖାଲିଫା ପିକେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସୈଖ ସଲମନ ପୂର୍ବରୁ FIFAର ଉପ-ସଭାପତି ମଧ୍ୟ ରହିଛନ୍ତି ।
ମହାନ ଫୁଟବଲ ଖେଳାଳି ପିକେଙ୍କ ପରଲୋକରେ ଏଫସି ସଭାପତିଙ୍କ ଶୋକ
ମହାନ ଭାରତୀୟ ଫୁଟବଲ ଖେଳାଳି ପ୍ରଦୀପ କୁମାର ବାନାର୍ଜୀଙ୍କ ମୃତ୍ୟୁରେ ଶୋକାକୁଳ କ୍ରୀଡାଜଗତ । ଏସିଆନ ଫୁଟବଲ କନଫେଡେରେସନ(AFC) ସଭାପତି ସୈଖ ସଲମନ ବିନ ୟି ଖାଲିଫା ପିକେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ମହାନ ଫୁଟବଲ ଖେଳାଳି ପିକେଙ୍କ ପରଲୋକରେ ଏଫସି ସଭାପତିଙ୍କ ଶୋକ
କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଭେଟେରାନ ପ୍ରଦୀପ କୁମାରଙ୍କର ମୃତ୍ୟୁହୋଇଛି । ମୃତ୍ୟୁବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା । ଭାରତୀୟ ଦଳର ଏହି ପୂର୍ବତନ କ୍ୟାପଟେନ ନିଜ ସମୟରେ ଭାରତୀୟ ଦଳ ପ୍ରମୁଖ ଖେଳାଳି ଥିଲେ ।
1962 ଜାକର୍ତ୍ତା ଏସିଆନ ଗେମ୍ସରେ, କୋରିଆକୁ ହରାଇ ଦମଦାର ଗୋଲ ସହ ଭାରତକୁ ଗୋଲ୍ଡ ମେଡାଲ ବିଜେତା କରାଇଥିଲେ ପ୍ରଦୀପ କୁମାର ।