ଓଡିଶା

odisha

By

Published : May 9, 2021, 5:17 PM IST

ETV Bharat / sports

AFC କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚ ସ୍ଥଗିତ, କ୍ଲବଗୁଡ଼ିକୁ ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ

ମାଳଦୀପରେ ହେବାକୁ ଥିବା ଏଏଫସି କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ବେଙ୍ଗାଲୁରୁ ଏଫସିର କେତେକ ଖେଳାଳି ମାଳଦୀପରେ କୋଭିଡ କଟକଣାରେ ଖିଲାପ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି ଏସିଆନ ଫୁଟବଲ କନଫେଡେରେସନ । ଅଧିକ ପଢ଼ନ୍ତୁ...

ଏଏଫସି କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚ ସ୍ଥଗିତ, କ୍ଲବଗୁଡ଼ିକୁ ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ
ଏଏଫସି କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚ ସ୍ଥଗିତ, କ୍ଲବଗୁଡ଼ିକୁ ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାଳଦୀପରେ ହେବାକୁ ଥିବା ଏଏଫସି କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ମେ 14ରୁ 21 ତାରିଖ ମଧ୍ୟରେ ଏହି ମ୍ୟାଚ ଖେଳାଯିବାକୁ ଥିଲା । ବେଙ୍ଗାଲୁରୁ ଏଫସିର କେତେକ ଖେଳାଳି ମାଳଦୀପରେ କୋଭିଡ କଟକଣାରେ ଖିଲାପ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି ଏସିଆନ ଫୁଟବଲ କନଫେଡେରେସନ ।

ଗ୍ରୁପ ଡି ପର୍ଯ୍ୟାୟରେ ସାମିଲ ଥିବା ଯେଉଁ ଦଳ ମାଳଦୀପରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହସହ ଯେଉଁ ଦଳ ମାଳଦୀପ ଗସ୍ତ ପାଇଁ କାର୍ଯ୍ୟକ୍ରମ ରଖିଛନ୍ତି ସେମାନଙ୍କୁ ଗସ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଳଦୀପରେ ହେବାକୁ ଥିବା ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚରେ ଇଣ୍ଡିଆନ ସୁପର ଲିଗର ଏଟିକେ ମୋହନ ବାଗାନ ସାମିଲ ରହିଥିଲା ।

ବେଙ୍ଗାଲୁରୁ ଏଏଫସି ଓ ଇଗଲ୍ସ କ୍ଲବ ମଧ୍ୟରେ ଖେଳାଯିବାକୁ ଥିବା ପ୍ଲେ-ଅଫ ମ୍ୟାଚରେ ବିଜୟୀ ଦଳ ମୋହନ ବାଗାନ ବିପକ୍ଷରେ ଖେଳିଥାନ୍ତା । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏଏଫସି କପ ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ କରାଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଏଫସି କପରେ ବାୟୋ ବବଲ କରାଯାଇଥିଲା । ତେବେ ବେଙ୍ଗାଲୁରୁ ଏଫସିରଙ୍କ କିଛି ଖେଳାଳି ଏହି ବାୟୋ ବବଲରୁ ବାହାରକୁ ଯିବା ସହ କୋରୋନା କଟକଣା ଉଲ୍ଲଙ୍ଗନ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଏଏଫସି କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ।

ସେପଟେ ବେଙ୍ଗାଲୁରୁ ଏଫସି ପକ୍ଷରୁ ଏହାକୁ ନେଇ କ୍ଷମା ପ୍ରାର୍ଥନା କରାଯାଇଛି । ବେଙ୍ଗାଲୁରୁ ଏଫସି ମାଲିକ ପାର୍ଥ ଜିନ୍ଦଲ ସମ୍ପୃକ୍ତ ଖେଳାଳିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବେ ବୋଲି କହିଛନ୍ତି । ମାଳଦୀପର କ୍ରୀଡ଼ାମନ୍ତ୍ରୀ ବେଙ୍ଗାଲୁରୁ ଏଫସିକୁ ଯଥାଶୀଘ୍ର ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details