କ୍ବାଲାଲାମପୁର:ଏସିଆନ ଫୁଟବଲ ମହାସଂଘ(AFC)ର ବଡ ଘୋଷଣା । କୋରୋନା କାରଣରୁ 2020 ସଂସ୍କରଣର AFC 16 ବର୍ଷରୁ କମ ଓ 19 ବର୍ଷରୁ କମ ଚମ୍ପିଆନସିପ୍ ବାତିଲ ହୋଇଛି । ଏହି ଦୁଇ ମେଗା ପ୍ରତିଯୋଗିତା ଯଥାକ୍ରମେ ବେହରିନ ଓ ଉଜବେକିସ୍ତାନରେ ଖେଳାଯିବା ନେଇ ସୂଚୀ ରହିଥିଲା ।
ଏସିଆ'ର ଯୁବ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି FIFA ର ସହମତି ପରେ ଏଫସି ଏହି ନିଷ୍ପତ୍ତି ନେଇଛି । ଏନେଇ ଏକ ଘୋଷଣାନାମାରେ ଏଫସି ପକ୍ଷରୁ କୁହାଯାଇଛି ।