ଦୁବାଇ:ଜିମ୍ବାୱେକୁ ମିଳିଲା ମହିଳା କ୍ରିକେଟ ବିଶ୍ବକପ ୨୦୨୨ କ୍ବାଲିଫାୟର ମ୍ୟାଚ୍ର ଆୟୋଜକ ମାନ୍ୟତା । ନଭେମ୍ବର ୨୧ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡିକ ଖେଳାଯିବ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଗୁରୁବାର ଘୋଷଣା କରିଛି ।
ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ ମଧ୍ୟରେ ୩ଟି ସ୍ଥାନ ପାଇଁ ଲଢେଇ ହେବ । ୧୦ଟି ଟିମ ହେଉଛନ୍ତି, ବାଂଲାଦେଶ, ଆୟରଲାଣ୍ଡ, ନେଦରଲାଣ୍ଡ, ପାକିସ୍ତାନ, ପପୁଆ ନ୍ୟୁ ଗିନିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଆମେରିକା, ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ । ଆସନ୍ତାବର୍ଷ ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୪ରୁ ଏପ୍ରିଲ ୩ ମଧ୍ୟରେ ଖେଳାଯିବାକୁ ଥିବା ମହିଳା ବିଶ୍ବକପ ପାଇଁ ୩ଟି ଟିମ ଯୋଗ୍ୟତା ଅର୍ଜନ କରିବେ ।