ଓଡିଶା

odisha

ETV Bharat / sports

ଜାହିର ଖାନ ଆଦର୍ଶ ବୋଲର: ନାଗୱାସୱଲା - ଆରଜନ ନାଗୱାସୱଲା

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ଟିକିଆ ଟେଷ୍ଟ ସିରିଜ ପାଇଁ ନାଗୱାସୱଲା ଭାରତୀୟ ସ୍କ୍ବାଡରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ଚୟନ ହୋଇଛନ୍ତି । ଅଧିକ ପଢନ୍ତୁ...

Zaheer Khan is my idol and inspiration: Arzan Nagwaswalla
ଜାହୀର ଖାନ ଆଦର୍ଶ ବୋଲର: ନାଗୱାସୱଲା

By

Published : May 10, 2021, 10:20 PM IST

ମୁମ୍ବାଇ: ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ପରେ 23 ବର୍ଷୀୟ ଆରଜନ ନାଗୱାସୱଲାଙ୍କୁ ଜାତୀୟ ଟିମ ଟିକେଟ ମିଳିଛି । ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ଟିକିଆ ଟେଷ୍ଟ ସିରିଜ ପାଇଁ ନାଗୱାସୱଲା ଭାରତୀୟ ସ୍କ୍ବାଡରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ଚୟନ ହୋଇଛନ୍ତି ।

ଏହାପରେ ନାଗୱାସୱଲା ଭେଟେରାନ ପୂର୍ବତନ କ୍ରିକେଟର ଜାହିର ଖାନଙ୍କୁ ନିଜର ଆଦର୍ଶ ବୋଲର ଓ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ଏଥିସହ ଷ୍ଟାର ବୋଲର ଜଶପ୍ରୀତ ବୁମରା ଓ ବୋଲିଂ କୋଚ୍‌ ଭାରତ ଅରୁଣଙ୍କ ଠାରୁ ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ କୌଶଳ ଶିଖିବେ ବୋଲି କହିଛନ୍ତି । ନାଗୱାସୱଲାଙ୍କ ଏହି ବୟାନ ବିସିସିଆଇ ଟିଭି ସେୟାର କରିଛି ।

ବାମହାତୀ ଦ୍ରୁତ ବୋଲର, 2019-20 ରଣଜୀ ଟ୍ରଫି ସିଜିନରେ ସେମିଫାଇନାଲ ଖେଳିଥିବା ଗୁଜୁରାଟର ପ୍ରମୁଖ ବୋଲର ରହିଥିଲେ । 18.36 ଆଭରେଜରେ 41 ୱିକେଟ ହାସଲ କରିବା ସହ, ଗୁଜୁରାଟର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ସ୍କ୍ବାଡ: ରୋହିତ ଶର୍ମା, ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ଆର.ଅଶ୍ବିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା ।

ଷ୍ଟାଣ୍ଡବାଏ ଖେଳାଳି: ଅଭିମନ୍ୟୁ ଏସୱାରନ, ପ୍ରସିଦ୍ଧ କ୍ରୀଷ୍ଣା, ଅବେଶ ଖାନ, ଆରଜନ ନାଗୱାସୱଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details