ହାଇଦ୍ରାବାଦ:ଏକ ଭିନ୍ନ ଆପ୍ଲିକେଶନ ଜରିଆରେ IPL 2022ର ଲାଇଭ ବ୍ରୋଡକାଷ୍ଟ କରାଇ ଗିରଫ ହେଲେ ଜଣେ ଯୁବକ । ଯୁବକ ଜଣକ ତାମିଲନାଡ଼ୁର ରାମ ମୂର୍ତ୍ତି ବୋଲି ଜଣା ପଡ଼ିଛି । ତେଲେଙ୍ଗାନାର ଶିବଗାଙ୍ଗାଇ ଅଞ୍ଚଳରୁ ଯୁବକଙ୍କୁ ଗିରଫ କରାଯାଇଛି । ସେ ବିନା ଅନୁମତିରେ IPL 2022ର ଲାଇଭ ବ୍ରୋଡକାଷ୍ଟ କରିଥିବା ଅଭିଯୋଗ ହୋଇଛି ।
ଯୁବକ ଜଣକ ଏଭଳି କରୁଥିବା ଜାଣି ହାଇଦ୍ରାବାଦର ବଞ୍ଜାରା ହିଲ୍ସର କଦାରାମ ଥୁପ୍ପା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ । ଏହାପରେ ହାଇଦ୍ରାବାଦର ସାଇବର କ୍ରାଇମ ପୋଲିସ ଏକ ମାମଲା ରୁଜୁ କରିବା ସହ ଯୁବକଙ୍କୁ ଗିରଫ କରିଛି । ଗିରଫ ପରେ ଯୁବକଙ୍କୁ ଶିବଗାଙ୍ଗାଇ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଛି ।