ଓଡିଶା

odisha

By

Published : Jan 2, 2023, 6:09 PM IST

ETV Bharat / sports

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ କପିଲ, କହିଲେ ସାଥିରେ ଡ୍ରାଇଭରକୁ ନେଇ ପାରି ଥାଆନ୍ତେ

ଗତ ଡିସେମ୍ବର ୩୦ ତାରିଖରେ ଭୀଷଣ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଋଷଭ ପନ୍ତ । ଏହାପରେ ସେ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି କପିଲ ଦେବ । ଅଧିକ ପଢନ୍ତୁ

ଋଷଭ ପନ୍ତ ଓ କପିଲ ଦେବ
ଋଷଭ ପନ୍ତ ଓ କପିଲ ଦେବ

ହାଇଦ୍ରାବାଦ:ଦୁର୍ଘଟଣାର ଶିକାର ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ଋଷଭ ପନ୍ତ । ଏହି କଠିନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି କ୍ରମରେ ପୂର୍ବତନ କ୍ୟାପଟେନ୍‌ କପିଲ ଦେବ ମଧ୍ୟ ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ କେତେକ ପରାମର୍ଶ ଦେଇଛନ୍ତି । ପନ୍ତ ନିଜେ କାର ଚଳାଇବା ବଦଳରେ ଡ୍ରାଇଭରକୁ ସାଥିରେ ନେଇ ଆସିବାର ଥିଲା ବୋଲି କହିଛନ୍ତି କପିଲ ଦେବ । ଡିସେମ୍ବର ୩୦ ତାରିଖରେ ଋଷଭ ପନ୍ତ ନିଜେ କାର ଚଳାଇ ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ । ଏହାକୁ ନେଇ କପିଲ ଦେବ କହିଛନ୍ତି, "ଏହି ବୟସରେ ଆପଣଙ୍କ ଡ୍ରାଇଭ୍‌ କରିବା ରୁଚି ରହିଥିଲେ ମଧ୍ୟ କିଛି ଦାୟିତ୍ବ ମଧ୍ୟ ରହିଛି ।" ପନ୍ତ ଏବେ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସୁଛି ।

ପନ୍ତଙ୍କ ଦୁର୍ଘଟଣା ଖବର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ବ୍ୟଥିତ କରିଛି । ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ୧୯୮୩ ମସିହା ବିଶ୍ବକପ ବିଜେତା ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କପିଲ ଦେବ କହିଛନ୍ତି "ଏହି ଦୁର୍ଘଟଣାରେ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି । ଯେବେ ମୁଁ ଯୁବ କ୍ରିକେଟର ରହିଥିଲି, ମୋର ଦୁଇ ଚକିଆ ଯାନରେ ଦୁର୍ଘଟଣା ଘଟିଥିଲା । ସେହିଦିନଠାରୁ ମୋ ଭାଇ ଗାଡି ଛୁଇଁବାକୁ ଦେଇନଥିଲେ । ଭଗବାନଙ୍କୁ ଧନ୍ୟବାଦ ଯେ ଏତେ ବଡ ଦୁର୍ଘଟଣା ହେବା ପରେ ପନ୍ତ ସୁରକ୍ଷିତ ଅଛନ୍ତି ।"

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, "ଆପଣଙ୍କ ପାଖରେ ଦାମୀ କାର ରହିଛି । ସେହି କାରରେ ଅଧିକ ଫିଚର୍ସ ମଧ୍ୟ ରହିଥିବ । ଯେଉଁ କାରଣରୁ ଆପଣଙ୍କୁ ଡ୍ରାଇଭ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡୁଥିବ । ଆପଣ ନିଜେ କାର ଡ୍ରାଇଭ କରିବା ଦରକାର ନାହିଁ । ଆରାମରେ ଜଣେ ଡ୍ରାଇଭରର ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ । ମୁଁ ବୁଝିପାରୁଛି ଲୋକମାନଙ୍କ ମଧ୍ୟରେ ନିଜେ ଡ୍ରାଇଭ କରିବାରେ ଏକ ପ୍ରକାର ରୁଚି ରହିଥାଏ । ଏହି ରୁଚି ପନ୍ତଙ୍କ ବୟସରେ ହେବା ମଧ୍ୟ ସ୍ବାଭାବିକ କଥା । ଏହା ସହିତ ଆପଣଙ୍କର ଦାୟିତ୍ବ ମଧ୍ୟ ରହିଛି ।" ପନ୍ତଙ୍କ ଦୁର୍ଘଟଣା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି କପିଲ ଦେବ । ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଶୁକ୍ରବାର ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

ABOUT THE AUTHOR

...view details