ଓଡିଶା

odisha

ETV Bharat / sports

ସ୍ମୃତିରେ ୨୦୨୩: ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଥିଲେ ଭାରତୀୟ ଆଥଲେଟ୍‌ - ୨୦୨୩ରେ ଆୟୋଜିତ ହୋଇଥିବା ଏସୀୟ କ୍ରୀଡ଼ା

Year Ender 2023: ୨୦୨୩ରେ ଆୟୋଜିତ ହୋଇଥିବା ଏସୀୟ କ୍ରୀଡ଼ାରେ ଧମାଲ କରିଥିଲେ ଭାରତୀୟ କ୍ରୀଡ଼ାବିତ୍‌ । ଏବେ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ନଜର ପକାନ୍ତୁ ଭାରତର ଏହି କ୍ରୀଡ଼ାରେ ସ୍ବର୍ଣ୍ଣିମ ଯାତ୍ରା ଉପରେ ।

ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ
ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ

By ETV Bharat Odisha Team

Published : Dec 22, 2023, 3:47 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ୨୦୨୩ ଏକ ସ୍ବର୍ଣ୍ଣିମ ବର୍ଷ ଥିଲା । ବର୍ଷ ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତ୍‌ ମାନେ ଏସିଆନ୍‌ ଗେମ୍ସ ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି । ଆଉ ବର୍ଷ ଶେଷ ହେବା ପୂର୍ବରୁ ଏସିଆନ୍‌ ଗେମ୍ସରେ ଭାରତର ନାଁ ସ୍ବର୍ଣ୍ଣିମ ଅକ୍ଷରରରେ ଲେଖା ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସବୁ ବର୍ଷର ରେକର୍ଡ ଭାଙ୍ଗି ଖେଳାଳିମାନେ ଭାରତକୁ ୧୦୭ ମେଡାଲ ଆଣିଥିଲେ । ଏଥିରେ ୨୮ ଗୋଲ୍ଡ, ୩୮ ସିଲ୍‌ଭର୍‌ ଓ ୪୧ ବ୍ରୋଞ୍ଜ ମେଡାଲ ରହିଛି । ଏସିଆନ୍‌ ଗେମ୍ସ ଇତିହାସରେ ଭାରତୀୟ ଖେଳାଳିମାନଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତେବେ ଏହି ବର୍ଷ ଶେଷ ହେବା ପୂର୍ବରୁ ଏସିଆନ୍‌ ଗେମ୍ସରେ ଭାରତର ଐତିହାସିକ ଯାତ୍ରା ଉପରେ ପୁଣିଥରେ ନଜର ପକାନ୍ତୁ ।

୨୦୨୨ ପରିବର୍ତ୍ତେ ୨୦୨୩ରେ ହୋଇଥିଲା ଆୟୋଜନ: ଏସିଆନ୍‌ ଗେମ୍ସ ୨୦୨୩ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିଥିଲା । ଚୀନର ହାଙ୍ଗଝୌ ସହରରେ ଆୟୋଜିତ ହୋଇଥିଲା ଏହି ହାଇପ୍ରୋଫାଇଲ୍‌ ଟୁର୍ଣ୍ଣାମେଣ୍ଟ । ପ୍ରତି ୪ ବର୍ଷରେ ଥରେ ଆୟୋଜନ ହୋଇଥାଏ ଏହି ଏସୀୟ କ୍ରୀଡ଼ା । ଏହା ପୂର୍ବରୁ ୨୦୧୮ରେ ଖେଳାଯାଇଥିଲା ଏସୀୟ କ୍ରୀଡ଼ା । ହେଲେ କୋଭିଡ୍‌ ମହାମାରୀ କାରଣରୁ ୨୦୨୨ ପରିବର୍ତ୍ତେ ୨୦୨୩ରେ ଆୟୋଜନ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ ।

ଭାରତରୁ ଯୋଗ ଦେଇଥିଲେ ୬୫୫ ଆଥଲେଟ୍‌: ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତରୁ ସମୁଦାୟ ୬୫୫ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ । ଏହି ଖେଳାଳି ମାନେ ବ୍ୟାଡ୍‌ମିଣ୍ଟନ, ସ୍କ୍ବାସ୍‌, ତୀରନ୍ଦାଜୀ, ଆର୍ଟିଷ୍ଟିକ୍‌ ସ୍ବିମିଂ, ବକ୍ସିଂ, ବ୍ରେକିଂ, ହକି, ନୌବିହାର, ଟେନିସ୍‌, ସୁଟିଂ, ସେଲିଂ, ଆଥଲେଟିକ୍ସ, ଗଲ୍ଫ, ରୋଲର ସ୍କେଟିଂ, କୁସ୍ତି, କବାଡି ଓ କ୍ରିକେଟ୍‌ ଭଳି ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ ଭାରତୀୟ ଖେଳାଳି । ଏଥିରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ରେକର୍ଡ ୧୦୭ ମେଡାଲ ଉପହାର ଦେଇଥିଲେ ।

କ୍ରିକେଟ୍‌ରେ ଭାରତକୁ ସ୍ବର୍ଣ୍ଣ: ଏଥର ଏସିଆନ୍‌ ଗେମ୍ସରେ ପ୍ରଥମ ଥର ପାଇଁ ଭାରତରୁ ଉଭୟ ପୁରୁଷ ଓ ମହିଳା ଦଳ କ୍ରିକେଟ୍‌ରେ ଭାଗ ନେଇଥିଲେ । ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟ ଫାଇନାଲ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତକୁ ଆଣିଥିଲେ । ଭାରତୀୟ ପୁରୁଷ ଦଳର ଅଧିନାୟକ ଥିଲେ ଯୁବ ତାରକା ବ୍ୟାଟର ଋତୁରାଜ ଗାଏକୱାଡ୍‌ । ସେହିଭଳି ମହିଳା ଦଳର ନେତୃତ୍ବ ହରମନପ୍ରୀତ କୌରଙ୍କ ହାତରେ ହିଁ ରହିଥିଲା ।

ଏସିଆନ୍‌ ଗେମ୍ସ ବିବାଦ: ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ ଭିସା ପ୍ରତ୍ୟାଖ୍ୟାନ କରି ଏସିଆନ୍‌ ଗେମ୍ସ ୨୦୨୩ରେ ଅଂଶଗ୍ରହଣ କରିବାକୁ ଅଟକାଇଥିଲା ଚୀନ୍ । ଚୀନ୍‌ ଭିସା ନଥିବାରୁ ଅରୁଣାଚଳ ପ୍ରଦେଶର ତିନି ଜଣ ଉସୁ ଖେଳାଳି ନ୍ୟୋମାନ୍‌ ୱାଙ୍ଗସୁ, ଓନିଲୁ ତେଗା ଏବଂ ମେପୁଙ୍ଗ ଲାମ୍‌ଗୁଙ୍କୁ ବିମାନ ବନ୍ଦରରେ ଅଟକାଇ ବୋର୍ଡିଂ ଅନୁମତି ମିଳିନଥିଲା । ଏହି କାରଣରୁ ଏହି ଖେଳାଳିମାନେ ଏସୀୟ ଗେମ୍ସରେ ଭାରତର ପ୍ରତିନିଧିତ୍ବ କରିପାରି ନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ମୃତିରେ ୨୦୨୩: ଭାଙ୍ଗିଥିଲା ହୃଦୟ, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା, ଜି୨୦ ମଞ୍ଚରେ ଭାରତର ଶକ୍ତି ଦେଖିଥିଲା ବିଶ୍

ଭାରତକୁ ସ୍ବର୍ଣ୍ଣ ଆଣିଥିବା ଖେଳାଳି:

  • ଟିମ୍ ଇଣ୍ଡିଆ- ସୁଟିଂ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ (ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ)
  • ଟିମ୍ ଇଣ୍ଡିଆ- ସୁଟିଂ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍‌ ଟିମ୍‌ (ସ୍ବପ୍ନିଲ କୁଶଲେ, ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, ଅଖିଲ ଶୋରଣ)
  • ଟିମ୍‌ ଇଣ୍ଡିଆ- ସୁଟିଂ ପୁରୁଷ ଟ୍ରାପ୍‌ ଟିମ୍‌ (କିନାନ୍‌ ଚେନାଇ, ଜୋରାବର ସିଂହ ସନ୍ଧୁ, ପୃଥ୍ବୀରାଜ ଟୋଣ୍ଡିମାନ)
  • ଟିମ୍‌ ଇଣ୍ଡିଆ- ତୀରନ୍ଦାଜୀ ମିଶ୍ରିତ କମ୍ପାଉଣ୍ଡ ଟିମ୍‌ (ଜ୍ୟୋତି ସୁରେଖା ଭେନାମ୍, ଓଜେସ ପ୍ରବୀଣ ଦେଓତାଲେ)
  • ଟିମ୍ ଇଣ୍ଡିଆ- ତୀରନ୍ଦାଜୀ ମହିଳା କମ୍ପାଉଣ୍ଡ୍‌ ଟିମ୍‌ (ଜ୍ୟୋତି ସୁରେଖା ଭେନାମ୍, ଆଦିତି ସ୍ବାମୀ, ପରିଣିତ କୌର)
  • ଟିମ୍ ଇଣ୍ଡିଆ- ତୀରନ୍ଦାଜୀ ପୁରୁଷ କମ୍ପାଉଣ୍ଡ୍‌ ଟିମ୍‌ (ଅଭିଷେକ ବର୍ମା, ଓଜେସ୍‌ ପ୍ରବୀଣ ଦେଓତାଲେ, ପ୍ରଥମେଶ ଜାଭକର)
  • ଟିମ୍‌ ଇଣ୍ଡିଆ- ସୁଟିଂ ପୁରୁଷ ୧୦ ମିଟର ଏୟାର ରାଇଫଲ ଟିମ୍‌ (ରୁଦ୍ରକ ପାଟିଲ, ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର, ଦିବ୍ୟାଂଶ ସିଂ ପାନୱାର)
  • ​ଟିମ୍‌ ଇଣ୍ଡିଆ- କ୍ରିକେଟ୍‌ ମହିଳା ଟି୨୦ କ୍ରିକେଟ୍‌ (ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ୍, ଦୀପ୍ତି ଶର୍ମା, ରିଚା ଘୋଷ, ଅମନଜୋତ କୌର, ଦେବିକା ବୈଦ୍ୟ, ପୂଜା ବସ୍ତ୍ରାକର, ତିତାସ ସାଧୁ, ରାଜେଶ୍ବରୀ ଗାଏକୱାଡ, ମିନୁ ମଣି, କନିକା ଅହୁଜା, ଉମା ଛେତ୍ରୀ, ଅନୁଷା ବରେଡି​)
  • ​ଟିମ୍‌ ଇଣ୍ଡିଆ- ଅଶ୍ବାରୋହୀ ଟିମ୍‌ (ହୃଦୟ ଛେଡ଼ା, ଅନୁଷ ଅଗ୍ରୱାଲ, ଦ୍ବିୟକୃତି ସିଂହ, ସୁଦୀପ୍ତି ହଜେଲା)
  • ଟିମ୍ ଇଣ୍ଡିଆ- ସୁଟିଂ ମହିଳା ୨୫ ମିଟର ପିସ୍ତଲ ଟିମ୍‌ (ମନୁ ଭାକର, ରିଦମ୍‌ ସାଙ୍ଗୱାନ୍‌, ଇଶା ସିଂ)
  • ଟିମ୍‌ ଇଣ୍ଡିଆ- ହକି ପୁରୁଷ ଦଳ (ପିଆର୍‌ ଶ୍ରୀଜେଶ, କୃଷ୍ଣ ପଠକ, ବରୁଣ କୁମାର, ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ହରମନପ୍ରୀତ ସିଂହ, ସଞ୍ଜୟ, ସୁମିତ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ଶାମଶେର ସିଂ, ଅଭିଷେକ, ଗୁରଜନ୍ତ ସିଂ, ମନଦୀପ ସିଂ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ)
  • ଟିମ୍‌ ଇଣ୍ଡିଆ- କବାଡି ମହିଳା ଟିମ୍‌ (ଅକ୍ଷିମା, ଜ୍ୟୋତି, ପୂଜା, ପୂଜା, ପ୍ରିୟଙ୍କା, ପୁଷ୍ପା, ସାକ୍ଷୀ କୁମାରୀ, ରିତୁ ନେଗି, ନିଧି ଶର୍ମା, ସୁଷମା ଶର୍ମା, ସ୍ନେହାଲ ପ୍ରଦୀପ ସିନ୍ଦେ, ସୋନାଲି ବିଷ୍ଣୁ ସିଙ୍ଗତ)
  • ଅବିନାଶ ସେୱଲ- ଆଥଲେଟିକ୍ସ ପୁରୁଷ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌
  • ତଜିନ୍ଦରପାଲ ସିଂହ ତୁର- ଆଥଲେଟିକ୍ସ ପୁରୁଷ ସଟ୍‌ପୁଟ୍‌
  • ପାରୁଲ ଚୌଧୁରୀ- ଆଥଲେଟିକ୍ସ ମହିଳା ୫୦୦୦ ମିଟର
  • ଅନୁ ରାନୀ- ଆଥଲେଟିକ୍ସ ମହିଳା ଜାଭେଲିନ୍‌ ଥ୍ରୋ
  • ନୀରଜ ଚୋପ୍ରା- ଆଥଲେଟିକ୍ସ ପୁରୁଷ ଜାଭେଲିନ ଥ୍ରୋ
  • ଟିମ୍‌ ଇଣ୍ଡିଆ- ଆଥଲେଟିକ୍ସ ପୁରୁଷ ୪x୪୦୦ ମିଟର ରିଲେ (ମହମ୍ମଦ ଅନସ ଯାହିଆ, ଅମୋଜ ଜୈକାବ, ମହମ୍ମଦ ଆଜମଲ ବରିୟାଥୋଡି, ରାଜେଶ ରମେଶ)
  • ଟିମ୍‌ ଇଣ୍ଡିଆ- ସ୍କ୍ବାସ ମିଶ୍ରିତ ଯୁଗଳ (ଦୀପିକା ପଲ୍ଲିକଲ, ହରିନ୍ଦର ପାଲ ସଂନ୍ଧୁ)
  • ଟିମ୍‌ ଇଣ୍ଡିଆ- କ୍ରିକେଟ ପୁରୁଷ (ଋତୁରାଜ ଗାଏକ୍‌ୱାଡ୍‌, ଯଶସ୍ବୀ ଜୟସ୍ବାଲ, ରାହୁତ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ଅଭେଶ ଖାନ, ଅର୍ଶଦୀପ ସିଂହ, ମୁକ୍ଶ କୁମାର, ଶିବମ ଦୁବେ, ପ୍ରଭସିମ୍ରନ ସିଂହ, ଆକାଶ ଦୀପ)
  • ଟିମ୍‌ ଇଣ୍ଡିଆ- କବାଡି ପୁରୁଷ (ନୀତେଶ କୁମାର, ପରଭେଶ ଭୈନସ୍‌ୱାଲ, ସଚିନ, ସୁରଜିତ ସିଂ, ବିଶାଲ ଭରଦ୍ବାଜ, ଅର୍ଜୁନ ଦେଶୱାଲ, ଅସଲମ ଇନମଦାର, ନବୀନ କୁମାର, ପବନ ସେହରାୱତ, ସୁନୀଲ କୁମାର, ନୀତିନ ରାୱଲ, ଆକାଶ ସିନ୍ଦେ​)
  • ସିପ୍ତ କୌର ସମରା- ସୁଟିଂ ମହିଳା ୫୦ ମିଟର ରାଇଫଲ ୩ ପୋଜିସନ
  • ପଲକ ଗୁଲିଆ- ସୁଟିଂ ମହିଳା ୧୦ ମିଟର ଏୟାର ପସ୍ତଲ
  • ଟିମ୍‌ ଇଣ୍ଡିଆ- ଟେନିସ ମିଶ୍ରିତ ଯୁଗଳ (ରୋହିତ ବୋପାନ୍ନା, ଋତୁଜା ଭୋସଲେ)
  • ଟିମ୍‌ ଇଣ୍ଡିଆ- ସ୍କ୍ବାସ୍‌ ପୁରୁଷ (ସୌରଭ ଘୋଷାଲ, ଅଭୟ ସିଂହ, ହରିନ୍ଦର ପାଲ ସିଂହ, ମହେଶ ମନଗାମ୍ବକର)
  • ଜ୍ୟୋତି ସୁରେଖା ବେନ୍ନମ- ତୀରନ୍ଦାଜୀ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ
  • ଓଜେସ ପ୍ରବୀଣ ଦେଓତାଲେ- ତୀରନ୍ଦାଜୀ ପୁରୁଷ କମ୍ପାଉଣ୍ଡ ବ୍ୟକ୍ତିଗତ
  • ଟିମ୍‌ ଇଣ୍ଡିଆ- ବ୍ୟାଡ୍‌ମିଣ୍ଟନ ପୁରୁଷ ଯୁଗଳ (ଚିରାଗ ସେଟ୍ଟୀ, ସାତ୍ତ୍ବିକ ସାଇରାଜ୍‌ ରଙ୍କିରେଡ୍ଡି)

କେଉଁ ଖେଳରେ କେତେ ମେଡାଲ ଜିତିଲା ଭାରତ:

  • ସୁଟିଂ: ମୋଟ ପଦକ- ୨୨, ସ୍ବର୍ଣ୍ଣ- ୭, ରୌପ୍ୟ -୯, କାଂସ୍ୟ- ୬
  • ଆଥଲେଟିକ୍ସ: ମୋଟ ପଦକ- ୨୯, ସ୍ବର୍ଣ୍ଣ- ୬, ରୌପ୍ୟ- ୧୪, କାଂସ୍ୟ- ୯ |
  • ​ତୀରନ୍ଦାଜ: ମୋଟ ପଦକ- ୯, ସ୍ବର୍ଣ୍ଣ- ୫, ରୌପ୍ୟ- ୨, କାଂସ୍ୟ- ୨
  • ସ୍କ୍ବାସ୍‌: ମୋଟ ପଦକ- ୫, ସ୍ବର୍ଣ୍ଣ- ୨, ରୌପ୍ୟ- ୧, କାଂସ୍ୟ- ୨
  • କ୍ରିକେଟ୍‌: ମୋଟ ପଦକ- ୨, ସ୍ବର୍ଣ୍ଣ- ୨, ରୌପ୍ୟ- ୦, କାଂସ୍ୟ- ୦
  • କବାଡି: ମୋଟ ପଦକ- ୨, ସ୍ବର୍ଣ୍ଣ- ୨, ରୌପ୍ୟ- ୦, କାଂସ୍ୟ- ୦
  • ବ୍ୟାଡ୍‌ମିଣ୍ଟନ: ମୋଟ ପଦକ- ୩, ସ୍ବର୍ଣ୍ଣ- ୧, ରୌପ୍ୟ- ୧, କାଂସ୍ୟ- ୧
  • ଟେନିସ: ମୋଟ ପଦକ- ୨, ସ୍ବର୍ଣ୍ଣ- ୧, ରୌପ୍ୟ- ୧, କାଂସ୍ୟ- ୦
  • ଅଶ୍ବାରୋହଣ: ମୋଟ ପଦକ- ୨, ସ୍ବର୍ଣ୍ଣ- ୧, ରୌପ୍ୟ- ୦, କାଂସ୍ୟ- ୧
  • ହକି: ମୋଟ ପଦକ- ୨, ସ୍ବର୍ଣ୍ଣ- ୧, ରୌପ୍ୟ- ୦, କାଂସ୍ୟ- ୧
  • ରୋଇଂ (ନୌଚାଳନା): ମୋଟ ପଦକ- ୫, ସ୍ବର୍ଣ୍ଣ- ୧, ରୌପ୍ୟ- ୨, କାଂସ୍ୟ- ୩
  • ଚେସ୍‌: ମୋଟ ପଦକ- ୨, ସ୍ବର୍ଣ୍ଣ- ୧, ରୌପ୍ୟ- ୨, କାଂସ୍ୟ- ୦
  • କୁସ୍ତି: ମୋଟ ପଦକ- ୬, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୫
  • ବକ୍ସିଂ: ମୋଟ ପଦକ- ୫, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୪
  • ସେଲିଂ (ନୌଚାଳନା): ମୋଟ ପଦକ- ୩, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୨
  • ବ୍ରିଜ୍‌: ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୦
  • ଗଲ୍ଫ: ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୦
  • ଉସୁ: ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୧, କାଂସ୍ୟ- ୦
  • ରୋଲର ସ୍କେଟିଂ: ମୋଟ ପଦକ- ୨, ସ୍ବର୍ଣ୍ଣ- ୦, ରୌପ୍ୟ- ୦, କାଂସ୍ୟ- ୨
  • କେନୋଇଂ ସ୍ପ୍ରିଣ୍ଟ (ନୌଚାଳନା): ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୦, କାଂସ୍ୟ- ୧
  • ସେପକ୍‌ କ୍ଲାସ୍‌: ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୦, କାଂସ୍ୟ- ୧
  • ଟେବୁଲ ଟେନିସ୍‌: ମୋଟ ପଦକ- ୧, ସ୍ବର୍ଣ୍ଣ- ୦, ରୌପ୍ୟ- ୦, କାଂସ୍ୟ- ୧

ଏହା ମଧ୍ୟ ପଢ଼ନ୍ତୁ...ଟିମ ଇଣ୍ଡିଆ ହାତ ପାହାନ୍ତାରୁ ଖସିଗଲା ବିଶ୍ବକପ ଟ୍ରଫି: ଭାଙ୍ଗିଥିଲା ସ୍ୱପ୍ନ, କାନ୍ଦିଥିଲା ଦେଶ

ପ୍ରକାଶଯୋଗ୍ୟ, ଏସିଆନ୍‌ ଗେମ୍ସ ୨୦୨୩ରେ ସର୍ବାଧିକ ପଦକ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ଅଭିଯାନ ଶେଷ କରିଥିଲା ଚୀନ୍‌ । ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାଇନା ଆଥଲେଟ୍‌ ମାନେ ୨୦୧ ସ୍ବର୍ଣ୍ଣ, ୧୧୧ ରୌପ୍ୟ ଓ ୭୧ କାଂସ୍ୟ ପଦକ ସହିତ ସମୁଦାୟ ୩୮୩ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details