ଓଡିଶା

odisha

ETV Bharat / sports

ଭାରତକୁ ଭନ୍‌ଙ୍କ ତେରଛା ବାଣ, 'ଖରାପ ପାଗ ବଞ୍ଚାଇଦେଲା' - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌

ନ୍ୟୁଜିଲାଣ୍ଡ WTC ଫାଇନାଲରେ ଭାରତ ହରାଇ ବିଜୟୀ ହେବ ବୋଲି ପୂର୍ବରୁ ଭନ୍‌ ପୂର୍ବାନୁମାନ କରିଛନ୍ତି । ଅଧିକ ପଢନ୍ତୁ...

WTC final: Rain plays spoilsport, Vaughan says weather is saving India
ଭାରତକୁ ଭନ୍‌ଙ୍କ ତେରଛା ବାଣ, 'ଖରାପ ପାଗ ବଞ୍ଚାଇଦେଲା'

By

Published : Jun 18, 2021, 9:43 PM IST

ସାଉଥାମ୍ପଟନ:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌(WTC) ଫାଇନାଲ ମ୍ୟାଚର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି । ତେବେ ଏହି ଘୋଷଣା ପରେ ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ ନିଜର ଚିରାଚରିତ ଢଙ୍ଗରେ ଭାରତକୁ ତେରଛା ବାଣ ମାରିଛନ୍ତି । ଭନ୍‌ ଟ୍ବିଟରେ ଲେଖିଛନ୍ତି, "ଭାରତକୁ ଖରାପ ପାଗ ବଞ୍ଚାଇଦେଲା ।"

ନ୍ୟୁଜିଲାଣ୍ଡ WTC ଫାଇନାଲରେ ଭାରତ ହରାଇ ବିଜୟୀ ହେବବୋଲି ପୂର୍ବରୁ ଭନ ପୂର୍ବାନୁମାନ କରିଛନ୍ତି । ତେବେ ନିକଟରେ ଇଂଲଣ୍ଡକୁ ଘରୋଇ ସିରିଜରେ ଧରାଶାୟୀ କରିଥିବା ଭାରତ WTC ଫାଇନାଲରେ ପହଞ୍ଚିବା ସହ ଇଂଲଣ୍ଡର ଆଶାକୁ ଶେଷ କରିଥିଲା । ମ୍ୟାଚ୍‌ ଇଂଲଣ୍ଡରେ ଖେଳାଯାଉଥିଲେ ମଧ୍ୟ ଇଂଲଣ୍ଡ କେବଳ ଦର୍ଶକ ଭାବେ WTC ଫାଇନାଲକୁ ଉପଭୋଗ କରିବ । ନିକଟରେ ନ୍ୟୁଜିଲାଣ୍ଡ ମଧ୍ୟ ଇଂଲଣ୍ଡକୁ 1-0ରେ ହରାଇଛି । ଫଳରେ ପିଚ୍‌ ପରିସ୍ଥିତି ନେଇ ଭନ୍‌ଙ୍କ ବିଜେତା ପୂର୍ବାନୁମାନ ଓ ପାଗ୍‌ ବାହାନାରେ ଭାରତ ଠାରୁ ପରାଜୟକୁ ବୋଧହୁଏ ଏଯାଏଁ ଭନ୍‌ ଗ୍ରହଣ କରିପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ବିଶ୍ବ ଟେଷ୍ଟ ଚମ୍ପିଆନସିପକୁ ନେଇ କହିଛନ୍ତି, ଏହା ଏକ ସମ୍ମାନଜନକ ଇଭେଣ୍ଟର ଫାଇନାଲ ମ୍ୟାଚ୍‌ । ଭାରତୀୟ ଟିମ ପାଇଁ ପ୍ରତ୍ୟେକ ଟେଷ୍ଟ ଗୁରୁତ୍ବ ରଖେ, ଓ ପ୍ରତିଟି ମ୍ୟାଚ୍‌ରେ ରହିଥାଏ ବିଜୟ ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details