ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ର ପୁଣି ଗୋଟିଏ ଦିନ ବର୍ଷାରେ ଧୋଇଯାଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା WTC ଫାଇନାଲ ମ୍ୟାଚ୍ର ଚତୁର୍ଥ ଦିନ ଗୋଟିଏ ବି ବଲ ପଡିପାରିନାହିଁ । ସାଉଥାମ୍ପଟନରେ ଲଗାତାର ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନାହିଁ । ଫଳରେ ସଂପୂର୍ଣ୍ଣ ଦିନର ଖେଳ ବାତିଲ ଘୋଷଣା ହୋଇଛି ।
ଚତୁର୍ଥ ଦିନର ଖେଳ ବାତିଲ ହୋଇଥିବା ନେଇ ବିସିସିଆଇ ଟ୍ବିଟ ଯୋଗେ ଘୋଷଣା କରିଛି । ଚଳିତ ଫାଇନାଲ ମ୍ୟାଚର ପ୍ରଥମ ଦିନ ମଧ୍ୟ ବର୍ଷାରେ ଧୋଇଯାଇଥିଲା । ପରେ ଦ୍ବିତୀୟ ଦିନରେ ମଧ୍ୟ ବର୍ଷା ଭିଲିଆନ ସାଜିଥିଲା ଓ ସଂପୂର୍ଣ୍ଣ ଖେଳ ହୋଇପାରିନଥିଲା । ଧାର୍ଯ୍ୟ ସମୟ ପୂର୍ବରୁ ଖରାପ ଆଲୋକ ଯୋଗୁଁ ଷ୍ଟମ୍ପ ଅପସାରଣ କରାଯାଇଥିଲା ।
ତେବେ ତୃତୀୟ ଦିନରେ ନ୍ୟୁଜିଲାଣ୍ଡର ହିରୋ ରହିଥିଲେ କେଏଲ ଜେମିଏସନ । 5ଜଣ ଭାରତୀୟ ଖେଳାଳିଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ ।