ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଜିତିବ ଭାରତ । ଏପରି ଦୃଢୋକ୍ତି କରିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଶୁକ୍ରବାର ଠାରୁ ଏଜେସ ବାଓଲ, ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଥିବା WTC ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଗାଙ୍ଗୁଲି କହିଛନ୍ତି ।
ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ବସ୍ଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ସନ୍ତୁଳିତ ରହିଛି । ଦୀର୍ଘ ଦୁଇବର୍ଷ ଧରି ଟିମ କଠିନ ପରିଶ୍ରମ ଓ ବିଜୟ ବଳରେ ଫାଇନାଲରେ ପହଞ୍ଚିଛି ।