ଓଡିଶା

odisha

ETV Bharat / sports

WTC ଫାଇନାଲ: ସାଉଥାମ୍ପଟନରେ ବର୍ଷା ଜାରି, ପଡିଆରେ ମ୍ୟାଚ ଅଧିକାରୀ - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌

ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସାଉଥାମ୍ପଟନରେ ସଂପୂର୍ଣ୍ଣ 5 ଦିନ ପାଗ ମେଘୁଆ ରହିବ । ଅଧିକ ପଢନ୍ତୁ...

WTC final: Match officials on the field as it continues to drizzle in Southampton
WTC ଫାଇନାଲ: ସାଉଥାମ୍ପଟନରେ ବର୍ଷା ଜାରି, ପଡିଆରେ ମ୍ୟାଚ୍‌ ଅଧିକାରୀ

By

Published : Jun 18, 2021, 3:55 PM IST

ସାଉଥାମ୍ପଟନ:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା ବହୁ ପ୍ରତିକ୍ଷୀତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌ ପାଣିଚିଆ ହୋଇଯାଇଛି । ଏଜେସ ବାଓଲ, ସାଉଥାମ୍ପନରେ ବର୍ଷା ଏହି ମେଗା ଆଇସିସି ଇଭେଣ୍ଟର ଫାଇନାଲ ମ୍ୟାଚରେ ବାଧକ ସାଜିଛି । ପଡିଆରେ ଝିପିଝପି ବର୍ଷା ଲାଗିରହିଛି । ତେବେ ଆଶ୍ବସ୍ଥିର କଥା ଏହା ଯେ ବର୍ଷା ଜୋର୍‌ରେ ହେଉନଥିବା ଜଣାପଡିଛି । ପିଚ୍‌ରେ ଏବେବି କଭର ରହିଛି ଓ ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳ ସମ୍ଭବ ହେବନାହିଁ ବୋଲି ରିପୋର୍ଟ ରହିଛି ।

WTC ଫାଇନାଲ: ସାଉଥାମ୍ପଟନରେ ବର୍ଷା ଜାରି

ତେବେ ବର୍ଷା କମିଥିବାରୁ ମ୍ୟାଚ୍‌ ଅଧିକାରୀ ପଡିଆ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଟିମ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏଜେସ ବାଓଲରେ ବର୍ଷା ଲାଗିରହିଥିବାର ଦୃଶ୍ୟ ସେୟାର କରିଥିଲେ । ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ମଧ୍ୟ WTC ଫାଇନାଲ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିବା ଟ୍ବିଟ କରିଥିଲେ ।

କେବଳ ପ୍ରଥମ ଦିନ ନୁହେଁ ବରଂ ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସଂପୂର୍ଣ୍ଣ 5 ଦିନ ପାଗ ସାଉଥାମ୍ପଟନରେ ମେଘୁଆ ରହିବ । ସେଥିପାଇଁ ପୂର୍ବରୁ ଆଇସିସି ଜୁନ 23କୁ ରିଜର୍ଭ ଦିନ ରଖିଛି । କୌଣସି ଦିନର ଖେଳ ଅସମାପ୍ତ ହେଲେ ରିଜର୍ଭ ଦିନରେ ଏହାର ଭରଣା ହେବ । ତେବେ ଯଦି ବିନା ଫଳାଫଳରେ ମ୍ୟାଚ୍‌ ଶେଷ ହୁଏ ଉଭୟ ଟିମ ଟେଷ୍ଟ ଚମ୍ପିଆନସିପ ସେୟାର କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details