ସାଉଥାମ୍ପଟନ:ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ । ଆଇସିସି ଇଭେଣ୍ଟର ଏହି ମେଗା ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଚୂଡାନ୍ତ ଏକାଦଶରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ କରିଛି ଭାରତ ।
ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଏଥିସହ ବୋଲିଂ ଆକ୍ରମଣରେ 3ଜଣ ପ୍ରମୁଖ ଦ୍ରୁତ ବୋଲର ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ନେଇ ଖେଳିବ ଭାରତ । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 6 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ କରିବେ ।