ସାଉଥାମ୍ପଟନ:ବର୍ଷା ଧୋଇନେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ର ଚତୁର୍ଥ ଦିନର ପ୍ରଥମ ସେସନ ଖେଳ । ସୋମବାର ହାମ୍ପସାୟର ବାଓଲରେ ବର୍ଷା ଲାଗି ରହିଥିବାରୁ ପ୍ରଥମ ସେସନ ଖେଳ ସମ୍ଭବ ହୋଇପାରିନାହିଁ । ଫଳରେ ଉଭୟ ଟିମର ଖେଳାଳି ଲଞ୍ଚ୍ ଗ୍ରହଣ କରିଛନ୍ତି ।
ପୂର୍ବରୁ ରବିବାର ଖରାପ ଆଲୋକ ଯୋଗୁଁ ଧାର୍ଯ୍ୟ ସମୟ ପୂର୍ବରୁ ଖେଳ ବନ୍ଦ ହୋଇଥିଲା । ଭାରତର ପ୍ରଥମ ଇଂନିସ ସ୍କୋର 217 ଜବାବରେ, ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ 101/2ସହ ଦୃଢ ସ୍ଥିତିରେ ରହିଛି । କ୍ୟାପଟେନ କେନ ୱିଲିୟମସନ 12 ରନ୍ରେ ଅପରାଜିତ ରହିଛନ୍ତି ।