ଓଡିଶା

odisha

ETV Bharat / sports

WTC ଫାଇନାଲ: ଲାଥମ-କନୱେଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ - କେନ ୱିଲିୟମସନ

ବର୍ଷା ବାଧାପ୍ରାପ୍ତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଦୃଢସ୍ଥିତିରେ ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

WTC final, Day Three: Latham, Conway grind it out after NZ bowl out India for 217
WTC ଫାଇନାଲ: ଲାଥମ-କନୱେଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ

By

Published : Jun 20, 2021, 10:10 PM IST

ସାଉଥାମ୍ପଟନ: ବର୍ଷା ବାଧାପ୍ରାପ୍ତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଦୃଢସ୍ଥିତିରେ ନ୍ୟୁଜିଲାଣ୍ଡ । ତୃତୀୟ ଦିନର ଦ୍ବିତୀୟ ସେସନରେ ଭାରତକୁ 217 ରନରେ ରୋକିବା ପରେ ଦୁଇ ଓପନର ଡେଭନ କନୱେ ଓ ଟମ ଲାଥମ ନ୍ୟୁଜିଲାଣ୍ଡ ପାଇଁ ଦମଦାର ଆରମ୍ଭ କରିଛନ୍ତି । ଉଭୟଙ୍କ ମଧ୍ୟରେ 34 ଓଭର ସୁଦ୍ଧା 70 ରନର ଭାଗିଦାରୀ ହୋଇସାରିଛି ।

ପୂର୍ବରୁ କେଲ ଜେମିଏସନଙ୍କ ଘାତକ ବୋଲିଂ ସହ 5 ୱିକେଟ ହାସଲ ବଳରେ ପ୍ରଥମ ଇଂନିସରେ ବଡ ସ୍କୋର ଲକ୍ଷ୍ୟରେ ଥିବା ଭାରତକୁ 217 ରନରେ ସୀମିତ ରଖିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ ।

ଓଦା ପଡିଆ ଯୋଗୁଁ ତୃତୀୟ ଦିନର ଖେଳ 30 ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା । ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 146/3 ରୁ ଖେଳ ଆରମ୍ଭ କରିଥିଲା ଭାରତ । ମାତ୍ର 3 ରନ୍‌ ଯୋଡିବା ପରେ 68ତମ ଓଭରରେ କୋହଲିଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ପରେ ପନ୍ତ ମଧ୍ୟ କିଛି ଖାସ୍‌ କରିପାରିନଥିଲେ । ତେବେ ରାହାଣେ କିଛି ସମୟ ଲଢିବା ସହ ଅର୍ଦ୍ଧଶତକର ନିକଟତର ହୋଇଥିଲେ । ମାତ୍ର 49 ରନରେ ୱାଗନର ରାହାଣେଙ୍କୁ ଚତୁରତାର ସହ ଆଉଟ କରିବା ପରେ ଭାରତୀୟ ଇଂନିସର ବିପର୍ଯ୍ୟୟ ଆମ୍ଭ ହୋଇଥିଲା ।

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାଣେ ସର୍ବାଧିକ 49 ଓ କ୍ୟାପଟେନ ବିରାଟ କୋହଲି 44 ରନର ଇଂନିସ ଖେଳିଥିଲେ । ଓପନର ରୋହିତ ଶର୍ମା 34 ଓ ଶୁଭମନ ଗିଲ 28 ରନ୍‌ କରିଥିଲେ । ଶେଷ ଭାଗରେ ରବିଚନ୍ଦ୍ରନ ଅଶ୍ବିନ 22 ଓ ରବିନ୍ଦ୍ର ଜାଡେଜା 15 ରନ କରିବା ସହ ଭାରତର ସ୍କୋର 200 ପାର୍‌ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details