ସାଉଥାମ୍ପଟନ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ନିର୍ଣ୍ଣାୟକ ହେବ ପଞ୍ଚମ ଦିନର ଦ୍ବିତୀୟ ସେସନ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ବର୍ଷା ବାଧକ ହୋଇଥିବାରୁ ପଞ୍ଚମ ଦିନ ସୁଦ୍ଧା ଉଭୟ ଟିମର ପ୍ରଥମ ଇଂନିସ ଶେଷ ହୋଇପାରିନାହିଁ । ଏପରିସ୍ଥିତିରେ ମ୍ୟାଚ ଡ୍ର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ ପଞ୍ଚମ ଦିନର ପ୍ରଥମ ସେସନରେ 3ଟି ଦ୍ରୁତ ୱିକେଟ ହାସଲ କରି ଭାରତୀୟ ବୋଲର ମ୍ୟାଚ୍ରେ ସାମାନ୍ୟ ଜୀବନ ଭରିଛନ୍ତି । ଫଳରେ ଦ୍ବିତୀୟ ସେସନ ମ୍ୟାଚର ଫଳାଫଳ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ କହିଛନ୍ତି ଲକ୍ଷ୍ମଣ ।
ମହମ୍ମଦ ସାମି ଦୁଇଟି ଇଶାନ୍ତ ଶର୍ମା ଗୋଟିଏ ୱିକେଟ ହାସଲ କରିବା ସହ ନ୍ୟୁଜିଲାଣ୍ଡକୁ ଲଞ୍ଚ୍ ସୁଦ୍ଧା 135/5ରେ ପହଞ୍ଚାଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ଲଞ୍ଚ୍ ସୁଦ୍ଧା ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନ୍ ପଛରେ ରହିଛି ।