ନୂଆଦିଲ୍ଲୀ: ରାତିପାହିଲେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ । କାଉନ ଡାଉନ ଆରମ୍ଭ ହୋଇଛି । ମୈଦାନ ପ୍ରସ୍ତୁତ ଖେଳାଳି ବି ରେଡି । ବିଶ୍ବ ଟେଷ୍ଟ୍ ଚମ୍ପିଆନସିପ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । WTC ମହାମୁକାବିଲା ପାଇଁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତ କରିଥିଲା । କଙ୍ଗାରୁ ଦଳକୁ ମାତ୍ ଦେଇ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ରୋହିତବାହିନୀ । ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଉପରେ ସାରା ବିଶ୍ବର ନଜର ରହିଛି । ଅଷ୍ଟ୍ରେଲିଆ ମଧ୍ୟ ମହାମୁକାବିଲା ପାଇଁ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଲଙ୍କାସାୟାର କାଉଣ୍ଟି ଗାଉଣ୍ଡରେ ଅଭ୍ୟାସ କରିଛି । ରାତି ପାହିଲେ WTC ମହାମୁକାବିଲା ଥିବାରୁ ରୋହିତବାହୀନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଭାରତୀୟ ଦଳ ଓଭାଲ ଗ୍ରାଉଣ୍ଡରେ ଅଭ୍ୟାସ କରିଛି ।
ବ୍ୟାଟିଂ ଅର୍ଡର ଉପରେ ଫୋକସ:ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରସ୍ତୁତ କରିଛନ୍ତି । ଏଥର ବିଜୟ ନେଇ ସମସ୍ତ ପ୍ରୟାସ କରିବ ଭାରତୀୟ ଦଳ । ଓଭାଲ ପିଟ୍ ଓପନରଙ୍କ ପାଇଁ ସୃଷ୍ଟି କରିବାକୁ ଚ୍ୟାଲେଞ୍ଜକୁ ନେଇ ରୋହିତ କହିଛନ୍ତି,"ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ଆକ୍ରମଣ ଇଂଲଣ୍ଡ ପିଚରେ ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ମୋତେ ଲାଗୁଛି କି ଇଂଲଣ୍ଡ ପାଣିପାଗ ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ମାତ୍ର ପ୍ରସ୍ତୁତି ଭଲ ଥିଲେ ସଫଳତା ମିଳିବ । ବ୍ୟାଟିଂ ଅର୍ଡର ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।"
ରେକର୍ଡ ଦେଖିଲେ ଖେଳାଯାଇଥିବା 11 ମ୍ୟାଚରେ ଇଂଲଣ୍ଡରେ ଖେଳିଥିବା ବ୍ୟାଟରଙ୍କ ରନ୍ ରେଟ୍ 28.06 ରହିଛି । ଶୀର୍ଷ କ୍ରମରେ ଥିବା ବ୍ୟାଟର ମାତ୍ର 2ଟି ଶତକ କରିଛନ୍ତି । କେବଳ କେଏଲ ରାହୁଲ 2021ରେ ଲଡର୍ସ ଗ୍ରାଉଣ୍ଡରେ 129 ରନ କରିଥିଲେ । ରୋହିତ ଶର୍ମା ଓଭାଲରେ 127 ରନ କରିଥିଲେ । ଏହି ମୈଦାନରେ କାଲିଠୁ ବିଶ୍ବ ଟେଷ୍ଟ ଚମ୍ପିଆନସପିର ମହାମୁକାବିଲା ଆରମ୍ଭ ହେବ ।