ମୁମ୍ବାଇ:ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ଆରିସିବି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ । ଦଳ ପାଇଁ ମ୍ୟାଚ ଜିତିବା ସ୍ବପ୍ନ ପରି ହୋଇଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ହାରିବାକୁ ଲାଗିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହିଳା ପ୍ରିମିୟର ଲିଗ 11ତମ ମ୍ୟାଚରେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀ ଆରସିବିକୁ 6 ୱିକେଟରେ ପରାସ୍ତ କରିଛି । ଏହା ବାଙ୍ଗାଲୋରର ପଞ୍ଚମ ପରାଜୟ । 15 ବଲରେ ଅପରାଜିତ 29 ରନ କରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଚମ ପରାଜୟ ସହ ବାଙ୍ଗାଲୋର ପ୍ଲେ ଅଫ ଦୌଡରୁ ବାଦ ପଡିଛି ।
ପ୍ରଥମ ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବିର ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସୋଫି ଡାଭାଇନ ବିଫଳ ହୋଇଥିଲେ । ମାନ୍ଧାନା 8 ଓ ସୋଫି 21 ରନ କରି ସଅଳ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ବ୍ୟାଟିଂ ପାଇ ଆସିଥିବା ଏଲିସ ପେରୀ ଦୃଢ ବ୍ୟାଟିଂ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏଲିସା ପେରୀ 52 ବଲରେ ଅପରାଜିତ 67(4 ଚୌକା, 5 ଛକା) ରନ କରିଥିଲେ । ରିଚା ଘୋଷ 16ଟି ବଲରୁ ଦ୍ରୁତ 37 ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ 20 ଓଭରରେ 150ରନ କରିଥିଲା । ଦିଲ୍ଲୀକୁ 151 ରନ ବିଜୟ ଲକ୍ଷ୍ୟ ଦେଇଥିଲା ଆରିସିବି । ବାଙ୍ଗାଲୋର ପକ୍ଷରୁ ଶିଖା ପାଣ୍ଡେ ସର୍ବାଧିକ 3ଟି ୱିକେଟ ନେଇଥିଲେ । ତାରା ନରିସ ଗୋଟିଏ ୱିକେଟ ହାସଲ କରିଥିଲେ ।
ଏହା ବି ପଢନ୍ତୁ...Border Gavaskar Trophy: ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ସିରିଜ ଜିତିଲା ଭାରତ