ଓଡିଶା

odisha

ETV Bharat / sports

World Cup 2023: ସେପ୍ଟେମ୍ବର 29ରୁ ୱାର୍ମ ଅଫ ମ୍ୟାଚ, ଇଂଲଣ୍ଡ-ନେଦରଲାଣ୍ଡସ ବିପକ୍ଷରେ ଖେଳିବ ଭାରତ - ବିଶ୍ବକପ 2023 ଅଭ୍ୟାସ ମ୍ୟାଚ ସୂଚୀ

ସେପ୍ଟେମ୍ବର 29 ତାରଖରୁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023 ପାଇଁ ୱାର୍ମ ଅପ ମ୍ୟାଚ ବା ଅଭ୍ୟାସ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ । ଅଧିକ ପଢନ୍ତୁ

World Cup 2023
world cup warm up match

By ETV Bharat Odisha Team

Published : Aug 24, 2023, 11:22 AM IST

ନୂଆଦିଲ୍ଲୀ: ଅକ୍ଟୋବର 5 ତାରିଖରୁ ଦିନିକିଆ ବିଶ୍ବକପ ଆରମ୍ଭ ହେବ । ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ ବା ୱାର୍ମ ଅଫ ମ୍ୟାଚ ଖେଳାଯିବ । ଏନେଇ କ୍ରୀଡାସୂଚୀ ଘୋଷଣା ହୋଇଛି । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 3 ତାରିଖ ଯାଏ ୱାର୍ମ ଅଫ ମ୍ୟାଚ ବା ଅଭ୍ୟାସ ମ୍ୟାଚ ଖେଳାଯିବ । 4 ଦିନରେ ମୋଟ 10ଟି ଅଭ୍ୟାସ ମ୍ୟାଚ ରହିଛି । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ମଧ୍ୟରେ ଅଭ୍ୟାସ ମ୍ୟାଚ ସୂଚୀ ରହିଛି ।

ମୋଟ 3ଟି ଭେନ୍ୟୁ ଗୌହାଟୀ, ହାଇଦ୍ରାବାଦ ଓ ଥିରୁଅନନ୍ତପୁରମରେ ଖେଳାଯିବ । ସେପ୍ଟେମ୍ବର 30 ତାରିଖରେ ଭାରତ ଇଂଲଣ୍ଡ ଓ ଅକ୍ଟୋବର 3 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ 2ଟାରୁ ଆରମ୍ଭ ହେବ । ଦଳ ସମସ୍ତ 15ଜଣ ଯାକ ଖେଳାଳିଙ୍କୁ ଖେଳାଇପାରିବେ ।

ୱାର୍ଲ୍ଡକପ ୱାର୍ମ ଅଫ କ୍ରୀଡାସୂଚୀ:

ସେପ୍ଟେମ୍ବର 29: ବାଂଲାଦେଶ ବନାମ ଶ୍ରୀଲଙ୍କା (ଗୌହାଟୀ, ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ (ଥିରୁଅନନ୍ତପୁରମ), ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ (ହାଇଦ୍ରାବାଦ) ।

ସେପ୍ଟେମ୍ବର 30: ଭାରତ ବନାମ ଇଂଲଣ୍ଡ (ଗୌହାଟୀ), ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡସ (ଥିରୁଅନନ୍ତପୁରମ) ।

ଅକ୍ଟୋବର 2:ଇଂଲଣ୍ଡ ବନାମ ବାଂଲାଦେଶ ( ଗୌହାଟୀ), ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା (ଥିରୁଅନନ୍ତପୁରମ)

ଅକ୍ଟୋବର 3:ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା (ଗୌହାଟୀ), ଭାରତ ବନାମ ନେଦରଲାଣ୍ଡସ (ଥିରୁଅନନ୍ତପୁରମ) ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ( ହାଇଦ୍ରାବାଦ) ।

ଏହା ବି ପଢନ୍ତୁ...ICC ODI World Cup 2023: ପୁଣି ବଦଳିବ ବିଶ୍ବକପ୍‌ ସୂଚୀ ! ବିସିସିଆଇକୁ ଚିଠି ଲେଖିଲା HCA

ଏହା ବି ପଢନ୍ତୁ...ICC World Cup 2023: ବିଶ୍ବକପ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କିଣିବେ ଟିକେଟ୍‌

ଏହା ବି ପଢନ୍ତୁ...World Cup: ବିଶ୍ବକପ ମାସ୍କଟ ଉନ୍ମୋଚନ କଲା ଆଇସିସି, ଦେଲା ଲିଙ୍ଗଗତ ସମାନତା ବାର୍ତ୍ତା

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ ।

ABOUT THE AUTHOR

...view details