ଓଡିଶା

odisha

ETV Bharat / sports

T20 World Cup: ପାକିସ୍ତାନ ହାତେଇବ ଟି-୨୦ ବିଶ୍ୱକପ ଟାଇଟଲ !

କିଏ ବନିବ ୨୦୨୨ ବିଶ୍ବ ବିଜେତା ସେନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଦେଖିବାକୁ ମିଳି ଏକ ଗୁଜବ । ଅଧିକ ପଢନ୍ତୁ

By

Published : Nov 12, 2022, 10:44 PM IST

T20 World Cup : ପାକିସ୍ତାନ ହାତେଇବ ଟି୨୦ ବିଶ୍ବକପ ଟାଇଟଲ !
T20 World Cup : ପାକିସ୍ତାନ ହାତେଇବ ଟି୨୦ ବିଶ୍ବକପ ଟାଇଟଲ !

ହାଇଦ୍ରାବାଦ : ମିଶନ୍ ମେଲବର୍ଣ୍ଣ ପାଇଁ ପ୍ରସ୍ତୁତ ଇଂଲଣ୍ଡ ବନାମ ପାକିସ୍ତାନ । କିଏ ବନିବ ୨୦୨୨ ବିଶ୍ବ ବିଜେତା ସେନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । ଆସନ୍ତାକାଲି ( ରବିବାର ) ନିଜ ନିଜ ଦଳକୁ ଚିୟରଅପ୍ କରିବେ କ୍ରିକେଟ ପ୍ରଶଂସକ । ଚୌକା ଛକାରେ କମ୍ପିବ ଷ୍ଟାଡିୟମ୍ । ବିଶ୍ବକପ ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର । ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଦେଖିବାକୁ ମିଳି ଏକ ଗୁଜବ । ଯାହା ଆପଣ ବି ଜାଣିଲେ କହିବେ ଏଥର ଟି୨୦ ବିଶ୍ବକପ ପାକିସ୍ତାନ ଖାତାକୁ ଯିବ । କାରଣ ପୁରୁଣା ରେକର୍ଡ କହୁଛି ବିଶ୍ବକପରେ ବାମ ପାର୍ଶ୍ବରେ ଠିଆ ହୋଇଥିବା ଦଳ ହୋଇଛନ୍ତି ଚମ୍ପିଆନ୍ । ସେହି ରେକର୍ଡ ଅନୁସାରେ ଏଥର ବିଶ୍ବକପ ପାକିସ୍ତାନ ହାତେଇବା ନେଇ ଅନୁମାନ କରାଯାଇଛି । କାରଣ ଆଇସିସିର ଅଫିସିଆଲ ଫଟୋ ସେସନରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟି୨୦ ବିଶ୍ବକପ୍ ଟ୍ରଫିର ବାମ ପାର୍ଶ୍ବରେ ଠିଆ ହୋଇଛନ୍ତି ।

ଏହି ଲେଫ୍ଟ ଷ୍ଟାଣ୍ଡିଂ ଫାକ୍ଟର ପୂର୍ବରୁ ଲକି ସାବ୍ୟସ୍ତ ହୋଇଛନ୍ତି । ଅଫିସିଆଲ୍ ଫଟୋ ପାଇଁ ଟ୍ରଫିର ବାମ ପାର୍ଶ୍ବରେ ଠିଆ ହୋଇଥିବା ଦଳ ହିଁ ଟାଇଟଲ ହାତେଇବାରେ ସଫଳ ହୋଇଛି । ନଜର ପକାନ୍ତୁ ଏହି ଇତିହାସ ଉପରେ ୨୦୧୯ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ବ ବିଜେତା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଟ୍ରଫି ଫଟୋ ସେସନରେ ବାମ ପାର୍ଶ୍ବରେ ଇଂଲଣ୍ଡର ଅଧିନାୟକ ଇୟାନ ମୋର୍ଗାନ ବାମ ପାର୍ଶ୍ବରେ ଠିଆ ହୋଇଥିଲେ । ନ୍ୟୁଜିଲାଣ୍ଡ ଅଧିନାୟକ ଟ୍ରଫିର ଡାହାଣ ପାର୍ଶ୍ବରେ ଠିଆ ହୋଇଥିଲେ ।

ସେହିପରି ୨୦୨୧ ଟି୨୦ ବିଶ୍ବକପ ଫାଇନାଲ ଅଷ୍ଟ୍ରଲିଆ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଟାଇଟଲ ହାତେଇ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରଫିର ବାମ ପାର୍ଶ୍ବରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଠିଆ ହୋଇଥିଲେ । ଡାହାଣ ପାର୍ଶ୍ବରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଡାହାଣ ପାର୍ଶ୍ବରେ ଠିଆ ହୋଇଥିଲେ ।

ସେହିପରି ୨୦୨୧ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଫଟୋ ସେସନରେ ବାମ ପାର୍ଶ୍ବରେ ନ୍ୟୁଜିଲାଣ୍ଡ ଅଧିନାୟକ ଠିଆ ହୋଇଥିବା ବେଳେ ବିରାଟ କୋହଲି ଡାହାଣ ପାର୍ଶ୍ବରେ ଠିଆ ହୋଇଥିଲେ । ୨୦୨୧ ଟେଷ୍ଟ ଚମ୍ପିଆନସିପ ଟାଇଟଲ ନ୍ୟୁଜିଲାଣ୍ଡ ହତେଇଥିଲା ।

ABOUT THE AUTHOR

...view details