ଓଡିଶା

odisha

ETV Bharat / sports

ବିଶ୍ବକପ ୨୦୨୩: ଶେଷଦିନରେ କ୍ରିକେଟ ମହାକୁମ୍ଭ, ଜାଣନ୍ତୁ କେମିତି ଥିଲା ଟୁର୍ଣ୍ଣାମେଣ୍ଟର ରୂପରେଖ

ବିଶ୍ବକପ ହେଉଛି ପ୍ରଶଂସକଙ୍କ ହାର୍ଟବିଟ୍‌ । 'ମେନ୍‌ ଇନ ବ୍ଲ୍ୟୁ'ଙ୍କ ପାଇଁ ଉତ୍ସାହ, ଭାବନାର ଟୁର୍ଣ୍ଣାମେଣ୍ଟ । ଆଜି ଏହି ୬ ସପ୍ତାହ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ଶେଷ ଦିନ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଫାଇନାଲ ଫାଇଟ୍‌ ପର୍ଯ୍ୟନ୍ତ କିପରି ଥିଲା ଯାତ୍ରା ? ପଢନ୍ତୁ ପ୍ରଖ୍ୟାତ କ୍ରୀଡା ଲେଖିକା ମୀନାକ୍ଷୀ ରାଓଙ୍କ ରିପୋର୍ଟ

By ETV Bharat Odisha Team

Published : Nov 19, 2023, 5:25 PM IST

World Cup Final 2023 highlight
World Cup Final 2023 highlight

ଅହମ୍ମଦାବାଦ: ଗତ କିଛି ମାସ ଧରି ଜାରି ରହିଥିବା କ୍ରିକେଟ ମହାକୁମ୍ଭର ଆଜି ଅନ୍ତିମ ଦିନ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ଫାଇନାଲ ଫାଇଟ । ଆଜି ଦିନ ପରେ ଏକା ସାଥୀରେ ମ୍ୟାଚ୍‌ ଦେଖୁଥିବା ୧.୪ ବିଲିୟନ ଭାରତୀୟ କ୍ରିକେଟ ଦେଖିବା ବନ୍ଦ କରିବେ । ଆଉ ଷ୍ଟାଡିୟମରେ ଶୁଣିବାକୁ ମିଳିବନି କ୍ରିକେଟ ପ୍ରଶଂସକଙ୍କ ଚିଅର ଅପ୍‌ର ଚିତ୍କାର । ମ୍ୟାଚ୍‌ ଶେଷ ପରେ କ୍ରିକେଟ ଜଗତକୁ ମିଳିବ ୨୦୨୩ ବିଶ୍ବକପ ଚମ୍ପିଆନ ଟିମ । କ୍ରିକେଟ ମହାକୁମ୍ଭ ଶେଷ ହେବାକୁ ବସିଥିବା ବେଳେ ଭାରତୀୟଙ୍କ ପାଇଁ ଛାଡ଼ିଯିବ ଅନେକ ଅନୁଭୂତି ।

ଏହି ଟୁର୍ଣ୍ଣାମେଣ୍ଟ ଅନେକ ଭାରତୀୟ କ୍ରିକେଟରଙ୍କ ପାଇଁ ଶେଷ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ହେବ । ଏଣୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଚମ୍ପିଆନ ହେଉ ବୋଲି ଅନେକ ଆଶା ରଖିଛନ୍ତି । ଯାହାକି ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ବିଦାୟ ଭେଟି ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି । ଗୋଟିଏ ପରେ ଗୋଟିଏ ବିପକ୍ଷ ଟିମକୁ ଧୂଳି ଚଟାଇ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଟିମ ହୋଇପାରିଛି । ଅନେକ ରେକର୍ଡ ସୃଷ୍ଟି ହୋଇଛି । ଅନେକ ରେକର୍ଡ ଭାଙ୍ଗିଛି ମଧ୍ୟ । ଭାରତ ପ୍ରଥମେ ଟୁର୍ଣ୍ଣାମେଣ୍ଟରେ ଯାହାକୁ ଭେଟିଥିଲା ଆଜି ଅନ୍ତିମ ମ୍ୟାଚ୍‌ ସେହି ଟିମ ସହିତ ଖେଳୁଛି । ଅଷ୍ଟ୍ରେଲିଆ ବିଶ୍ବକପରେ ୫ ଥର ଚମ୍ପିଆନ ରହିଛି । ତେବେ ପ୍ରଥମ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ କଣ ଫାଇନାଲରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାରେ ସକ୍ଷମ ହେବ ? ଏଭଳି ଆଶା ଆଶଙ୍କା ମଧ୍ୟରେ ୨ ଟିମ ମଧ୍ୟରେ ଜାରି ରହିଛି ଫାଇନାଲ ଫାଇଟ ।

ଏହା ବି ପଢନ୍ତୁ- World Cup audiobook: କୋହିଲ-ନବୀନ ବିବାଦଠୁ ଆରମ୍ଭ କରି ଜାଣନ୍ତୁ ବିଶ୍ବକପ୍‌ର ହାଇଲାଇଟ୍‌

ଫାଇନାଲ ଆରମ୍ଭରୁ ଭାରତୀୟ ବାୟୁ ସେନାର ଆକର୍ଷଣୀୟ ଏୟାର ଶୋ' ଦେଖିବାକୁ ମିଳିଥିଲା । ଏହା ଏକମାତ୍ର ବିଶ୍ବ ସ୍ପୋର୍ଟ୍ସ ଯେଉଁଥିରେ ବାୟୁସେନାର ଫାଇଟର ପ୍ଲେନ୍‌ ସେଲିବ୍ରେଟ କରିଥିଲା । ସେପଟେ ଏହି ମ୍ୟାଚ୍‌ରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଉପସ୍ଥିତି ଜାହିର କରିବେ । ଟୁର୍ଣ୍ଣାମେଣ୍ଟରେ ଅନ୍ୟ ଟିମର ସଫଳତା ସମ୍ପର୍କରେ ଆଲୋଚନା କଲେ ସମସ୍ତଙ୍କ ଦିଲ୍‌ ଜିତିଥିଲା ଆଫଗାନିସ୍ତାନ । ଶକ୍ତିଶାଳୀ ଟିମକୁ ହରାଇ ଆଫଗାନ ଟିମ କମାଲ୍‌ କରିଥିଲା । ଫଳରେ ଏହି ଟିମର ପ୍ରଶଂସା କରିବାରେ ସାମାନ୍ୟ ବି ସଙ୍କୋଚବୋଧ କରିନଥିଲେ କିମ୍ବଦନ୍ତୀ କ୍ରିକେଟର । ୨୦୨୩ ପୂର୍ବରୁ ଆଫଗାନିସ୍ତାନ ବିଶ୍ବକପରେ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିଲା । ହେଲେ ୨୦୨୩ରେ ଏହି ଟିମ ୪ଟି ମ୍ୟାଚ୍ ଜିତିଥିବା ବେଳେ ଚମ୍ପିଆନ ଟିମ ପାକିସ୍ତାନକୁ ମଧ୍ୟ ଧୂଳି ଚଟାଇଥିଲା ।

ବିଶ୍ବକପର ୫ଥର ଚମ୍ପିଆନ ଟିମ ଅଷ୍ଟ୍ରେଲିଆର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ମାରିଥିଲେ ଡବଲ ସେଞ୍ଚୁରୀ । ମାତ୍ର ୪୦ ବଲରେ ପ୍ରଥମେ ଶତକ ମାରିଥିବା ବେଳେ ଏହାପରେ ଡବଲ ସେଞ୍ଚୁରୀ ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ପ୍ରଥମରୁ ୨ଟି ମ୍ୟାଚ୍‌ ହାରିଥିବା ଅଷ୍ଟ୍ରେଲିଆ ଲଗାତର ୮ଟି ମ୍ୟାଚ ଜିତି ଶେଷରେ ଫାଇନାଲରେ ପ୍ରବେଶ କରିଛି । ହେଲେ ଅନ୍ୟପଟେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରୁଥିବା ସାଉଥ ଆଫ୍ରିକା ଟିମ ଫାଇନାଲରେ ପ୍ରବେଶ କରିବାରେ ଅସଫଳ ରହିଲା । ଚମ୍ପିଆନ ଟିମ ପାକିସ୍ତାନର ଶୋଚନୀୟ ସ୍ଥିତି ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟିମକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଶ୍ରୀଲଙ୍କାକୁ ଲଗାତାର ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ବ୍ୟାଟର ଆଞ୍ଜେଲୋ ମ୍ୟାଥୁସ ଟାଇମଡ ଆଉଟ୍‌ ହୋଇଥିଲେ । ଫଳରେ ସେ ବିନା ଖେଳରେ ନିରାଶ ହୋଇ ପାଭିଲିୟନ ଫେରିଥିଲେ । ଏଭଳି ଆଉଟ୍‌ କ୍ରିକେଟ ଇତିହାସରେ ପ୍ରଥମ ଥିଲା । ସେପଟେ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡର ଶୋଚନୀୟ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରେସ କନଫରେନ୍ସରେ ଦଳର ଏପରି ସ୍ଥିତିର ଠୋସ କାରଣ କହିପାରିନଥିଲେ ଟିମର ସଦସ୍ୟ । ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରି ଏଲିମିନେଟ ହୋଇଥିଲା ଇଂଲଣ୍ଡ ।

ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଟିମ ପ୍ରତ୍ୟେକ ସହ ଖେଳିଥିଲା । ହେଲେ ହୋଷ୍ଟ କରୁଥିବା ଭାରତର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତର ଅଧିନାୟକ ରୋହିତ ଶର୍ମା ନିର୍ଡର, ନିସ୍ବାର୍ଥ କ୍ରିକେଟ ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ନିଜ ବ୍ୟକ୍ତିଗତ ସ୍କୋରକୁ ଅଣଦେଖା କରି ଟିମ ପାଇଁ ଖେଳିଥିଲେ । ଫଳରେ ପ୍ରତି ମ୍ୟାଚ୍‌ରେ ପ୍ରଥମ ୧୦ ଓଭର ସୁଦ୍ଧା ଭାରତର ରନରେଟ୍‌ରେ ପିକ୍‌ରେ ରହିଥିଲା । ରୋହିତ ଟିମକୁ ଭଲ ଆରମ୍ଭ ଦେବା ଉପରେ ଗୁରୁତ୍ବ ଦେଉଥିଲେ । ଅନ୍ୟପଟେ ଭାରତୀୟ ବୋଲର ମହମ୍ମଦ ଶାମିଙ୍କ ଆକ୍ରମଣାତ୍ମକ ବୋଲିଂ ଦେଖିବାକୁ ମିଳିଥିଲା । ସେମିରେ ଶାମି ୭ ୱିକେଟ ନେଇ ଇତିହାସ ରଚିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଦଳକୁ ଆସିଥିବା ଶାମି ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ବିସ୍ମିତ କରିଥିଲେ । ସେହିପରି ବିରାଟଙ୍କ 'ବିରାଟ ରେକର୍ଡ'ର ସାକ୍ଷୀ ରହିଲା ଏହି ଟୁର୍ଣ୍ଣାମେଣ୍ଟ । ବିରାଟ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ପାର କରି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ୫୦ ଶତକ ହାସଲ କରିଥିଲେ ।

ରିପୋର୍ଟ- ମୀନାକ୍ଷୀ ରାଓ

ABOUT THE AUTHOR

...view details