ମୁମ୍ବାଇ:ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ରେକର୍ଡ କରିଛନ୍ତି ଡେରେଲ ମିଚେଲ । ଚଳିତ ବିଶ୍ବକପରେ ସବୁଠାରୁ ଲମ୍ବା ଛକା ମାରିବାରେ ଏକ ନମ୍ବର ସ୍ଥାନରେ ନ୍ୟୁଜିଲାଣ୍ଡର ଏହି ମିଡିଲ ବ୍ୟାଟର । 27ତମ ଓଭରରେ ରବିନ୍ଦ୍ର ଜାଡେଜାଙ୍କ ଶେଷ ବଲରେ ବ୍ୟାଟ୍ ଉଠାଇ ଲମ୍ବା ଛକା ମାରିଥିଲେ ସେ । ତାଙ୍କର ଏହି ସଟ୍ ଦର୍ଶକ ବସିଥିବା ଗ୍ୟାଲେରିରେ ପଡ଼ିଥିବା ବେଳେ ଏହାର ଦୂରତା 107 ମିଟର ରହିଥିଲା । ପୂର୍ବରୁ ନେଦଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ଭାରତୀୟ ଖେଳାଳି ଶ୍ରେୟସ ଆୟର ସବୁଠାରୁ ଲମ୍ବା ଛକା ମାରିଥିଲେ। ଯାହାର ଲମ୍ବ 106 ମିଟର ରହିଥିଲା । ବର୍ତ୍ତମାନ ସେ ଲମ୍ବା ଛକା ମାରିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଗ୍ଲେନ ମ୍ୟାଗ୍ସଓ୍ବେଲ । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ ମ୍ୟାଚରେ 104 ମିଟର ପର୍ଯ୍ୟନ୍ତ ଲମ୍ବା ଛକା ମାରିଥିଲେ।
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଖେଳାଳି ନ୍ୟୁଜିଲାଣ୍ଡ ବୋଲରଙ୍କ ବଲରେ ଗୋଟିଏ ପରେ ଗୋଟିଏ ସଟ ମାରି ମାରି ଚାଲିଥିଲେ । ନିର୍ଦ୍ଧାରିତ 50 ଓଭରରେ ଦଳ 4 ଓ୍ବିକେଟ ହରାଇ ଦଳ 398ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ଓପନିଂ ଯୋଡ଼ି ଡେଭନ କନୱେ ଓ ରାଚିନ ରବିନ୍ଦ୍ର 13ରନ କରି ପାଭିଲିଅନକୁ ଫେରିଥିବା ବେଳେ କେନ ୱିଲିୟମସନ ଓ ଡେରାଇଲ ମିଚେଲ ପାଳି ସମ୍ଭାଳିଥିଲେ । କିନ୍ତୁ 69 ରନ୍ କରି ଆଉଟ ହୋଇଥିଲେ ଓ୍ବିଲିୟମସନ ।