ହାଇଦ୍ରାବାଦ:କ୍ରିକେଟ ବିଶ୍ବକପ ଆଉ ମାତ୍ର କିଛି ଦିନ ଥିବା ବେଳେ ଭାରତୀୟ ଦଳ ତାହାର ସ୍କ୍ବାଡ୍ ଘୋଷଣା କରିଛି କିନ୍ତ ଏହାରି ଭିତରେ ୟେଜୁବେନ୍ଦ୍ର ଚହଲ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ଖପ୍ପା ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ । ୟେଜୁବେନ୍ଦ୍ର ଚହଲ ଓ୍ବାର୍ଲ୍ଡକପ ଟିମରେ ସିଲେକ୍ସନ ନେହେବା ମୋତେ ଆଶ୍ଚର୍ଯ୍ୟ କରିଛି । ଚହଲଙ୍କ ଚୟନ ଜରୁରୀ ଥିଲା । ଭାରତୀୟ ଟିମରେ ତାଙ୍କର ଚୟନ ନିହାତି ହେବାର ଥିଲା ବୋଲି ଆଜି କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ତଥା ବିଶ୍ବକପ ବିଜୟୀ ଭେଟେରାନ ଯୁବରାଜ ସିଂହ । ପ୍ରକାଶ ଯେ, ଭାରତୀୟ ଦେଳ ଘୋଷଣା ସମୟରେ ପ୍ରଥମେ ଚହଲଙ୍କୁ 15 ଜଣିଆ ଦଳରେ ସ୍ଥାନ ମିଳିନଥିଲା । ପରେ ମଧ୍ୟ ଅକ୍ଷର ପଟେଲଙ୍କ ରିପ୍ଲେସରେ ଚହଲଙ୍କୁ ସିଲେକ୍ସନ କରାଯାଇନଥିଲା । ବରଂ ଅକ୍ଷରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳିଛି ।
2011 ବିଶ୍ବକପ ର ଶ୍ରେଷ୍ଠ ଖେଳାଳି ଯୁବରାଜ କହିଛନ୍ତି, ଭାରତୀୟ ଦଳ ବେଶ୍ ସୁଦୃଢ ଏବଂ ଶକ୍ତିଶାଳୀ ଦଳ କିନ୍ତୁ ଭାରତୀୟ କଣ୍ଡିସନ ( ପିଚରେ) ଜଣେ ଲେଗ ସ୍ପିନରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଯୁବରାଜ ପୁଣି କହିଛନ୍ତ, ଯଦି ଭାରତୀୟ ଦଳକୁ ବିଶ୍ବକପ ଜିତିବାକୁ ହେବ , ତାହାଲେ ଦଳର ସମସ୍ତ ଖେଳାଳିଙ୍କୁ ତାଙ୍କର ବେଷ୍ଟ ଦେବାକୁ ପଡିବ । ତେବେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଟିମ ନିକଟରେ ଏସିଆ କପ ଟାଇଟର ଅଷ୍ଟମ ଥର ପାଇଁ ଜିତି ଥଇବା ବଳେ ଟିମ ଇଣ୍ଡିଆକୁ କ୍ରିକେଟ ପଣ୍ଡିତ ମାନେ ଫେଭରେଟ ଭାବେ ବିବେଚନା କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ...Asian Games 2023: ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ, ଭାରତ ପଦକ ସଂଖ୍ୟା 31କୁ ବୃଦ୍ଧି