ଓଡିଶା

odisha

ETV Bharat / sports

World Cup 2023: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ମୁକାବିଲା, ସେମିଫାଇନାଲ ପାଇଁ ହେବ ଜୋରଦାର ଲଢେଇ

ବିଶ୍ବକପରେ ଆଜି ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇଟ୍‌ । ସେମିଫାଇନାଲରେ ପ୍ରବେଶ କରିବାକୁ ଲଢ଼ିବ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

World Cup 2023
World Cup 2023

By ETV Bharat Odisha Team

Published : Nov 7, 2023, 11:18 AM IST

ମୁମ୍ବାଇ:ଆଜି ବିଶ୍ବକପରେ 39ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ବ ବହନ କରୁଛି । ଯଦି ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ତେବେ ସିଧା ସେମିଫାଇନାଲରେ ପହଞ୍ଚିବ । କିନ୍ତୁ ଅଷ୍ଟ୍ରେଲିଆ ରାସ୍ତାରେ କଣ୍ଟା ସାଜିବାକୁ ଚେଷ୍ଟା କରିବ ଆଫଗାନ । ସେମିଫାଇନାଲର ନିକଟତର ହେବାକୁ ଆଫଗାନ ଜେରଦାର ଉଦ୍ୟମ କରିବ । ତେଣୁ ଉଭୟ ଦଳ ମଧ୍ୟରେ ଆଜି ଜୋରଦାର ଟକ୍କର ହେବ । ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାନଲରେ ପ୍ରବେଶ କରିଥିବା ବେଳେ ଆଉ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ତେଣୁ ଏହି ସ୍ଥାନ ପାଇଁ ରେସ୍‌ରେ ରହିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ।

ଅଷ୍ଟ୍ରେଲିଆ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ ଖେଳି ମୋଟ 5ଟିରେ ବିଜୟୀ ହୋଇଛି । 10 ପଏଣ୍ଟ ସହ ଦଳ ଏବେ ପଏଣ୍ଟ ଟେବୁଲର ତୃତୟୀ ସ୍ଥାନରେ ରହିଛି। ଯଦି ଆଜିର ମ୍ୟାଚରେ ଦଳ ବିଜୟୀ ହେଲେ ସେମିରେ ପହଞ୍ଚିବା ସହ ପଏଣ୍ଟ ଚେବୁଲରେ ସ୍ଥାନ ମଧ୍ୟ ବଜାୟ ରଖିବ । ତେଣୁ ଆଫଗାନକୁ ମାତ ଦେଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ ପାଇଁ ଆଜି ଜୋରଦାର ଉଦ୍ୟମ କରିବ ଅଷ୍ଟ୍ରେଲିଆ । ଆଜି ଅଷ୍ଟ୍ରେଲିଆ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଦଳକୁ ଫେରି ପାରନ୍ତି ମିଚେଲ ମାର୍ଶ ଓ ଗ୍ଲେନ ମାକ୍ସଓ୍ବେଲ୍‌ । ସ୍ମିଥ୍‌ ଖେଳିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-World Cup 2023: ବିଶ୍ବକପରେ ରୋହିତ ଓ ଜାଡେଜାଙ୍କ ପ୍ରଦର୍ଶନଙ୍କୁ ପ୍ରଶଂସା କଲେ ସଞ୍ଜୟ ଜଗଦଲେ

ଅନ୍ୟପଟେ ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ମୋଟ 7ଟି ମ୍ୟାଚ୍‌ ଖେଳି 4ଟିରେ ବିଜୟୀ ହୋଇଛି । 8 ପଏଣ୍ଟ ସହ ପଏଣ୍ଟ୍‌ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଆଫଗାନ । ସେମିରେ ପ୍ରବେଶ କରିବାର ଚାନ୍ସ ରହିଛି ଆଫଗାନ୍‌ ନିକଟରେ । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଜବରଦସ୍ତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଦଳ। ଏହି ମ୍ୟାଚରେ ବିଜୟୀ ହେଲେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିବ ଆଫଗାନ ଟିମ୍‌ । ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଆଉଟ କରିବାକୁ ଦଳ ପାଖରେ ଭଲ ସ୍ପିନର ରହିଛନ୍ତି । ଆଫଗାନ ଦଳରେ ନୁର ଅହମ୍ମଦଙ୍କ ସ୍ଥାନରେ ନବୀନ ଉଲ୍‌ ହକ୍‌ଙ୍କୁ ଆଜି ସ୍ଥାନ ମିଳିପାରେ ।

ଓ୍ବାଙ୍ଖେଡେ ପିଚ୍‌ ସ୍ଥିତି ଭଲ ରହିଛି । ଏଠାରେ ଭଲ ସ୍କୋର୍‌ ହେବା ନେଇ ଆଶା କରାଯାଉଛି । ଗତ ରବିବାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଏଠାରେ ଖେଳାଯାଇଥିଲା । ଭାରତର ସ୍କୋର୍‌ 300 ଟପିଥିଲା। ତେଣୁ ଆଜି ମଧ୍ୟ ସ୍କୋର 300 ପାର କରିବା ଆକଳନ କରାଯାଉଛି । ବ୍ୟାଟରଙ୍କ ପାଇଁ ବେଶ ଉପଯୋଗୀ ଏହି ପିଚ୍‌ ।

ABOUT THE AUTHOR

...view details