ହାଇଦ୍ରାବାଦ: ICC କ୍ରିକେଟ ବିଶ୍ବକପ୍ ୨୦୨୩ ଆରମ୍ଭ ହେବାକୁ ହାତରେ ଆଉ ମାତ୍ର ୨ ଦିନ । ଏଥର ବିଶ୍ବକପ୍ ଭାରତ ଆୟୋଜନ କରୁଥିବାବେଳେ ୧୦ ଦଳ ମଧ୍ୟରେ ୧୦ଟି ଭେନ୍ୟୁରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୫(ଗୁରୁବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଆରମ୍ଭ ହେବ ବିଶ୍ବକପ୍ ମହାକୁମ୍ଭ । ତେବେ ଏଥିପାଇଁ ସମସ୍ତ ଟିମ୍ର ରଣନୀତି ପ୍ରସ୍ତୁତ ହୋଇସାରିଥିବାବେଳେ ବିଶ୍ବକପ୍ ଇତିହାସର ସବୁଠାରୁ ସଫଳତମ ଟିମ୍ ଭାବେ ଅଷ୍ଟ୍ରେଲିଆର ପ୍ରସ୍ତୁତିର ମୂଲ୍ୟାଙ୍କନ କରିବା ଜରୁରୀ । ସର୍ବାଧିକ ୫ ଥର ବିଶ୍ବକପ୍ ଟ୍ରଫି ହାତେଇବାର ରେକର୍ଡ ସହ ବିଶ୍ବକପ୍ ମୈଦାନକୁ ଓହ୍ଲାଇବାକୁ ଯାଉଥିବା ଅଷ୍ଟ୍ରେଲିଆ ଅଭିଜ୍ଞ ଦୃତ ବୋଲର ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ଏଥର ଷଷ୍ଠ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିବ । ହେଲେ ଏହି ରେକର୍ଡ କଙ୍ଗାରୁ ଦଳ ପାଇଁ ଏତେ ସହଜ ହେବନାହିଁ । ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ।
ସାମର୍ଥ୍ୟ:
(୧) ଘାତକ ବୋଲିଂ ଆକ୍ରମଣ- ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ୍ ଏବଂ ଜୋସ୍ ହାଜଲେଉଡ୍ଙ୍କ ପରି ଅଷ୍ଟ୍ରେଲିଆ ନିକଟରେ ଏକ ଶକ୍ତିଶାଳୀ ଏବଂ ବହୁମୁଖୀ ବୋଲିଂ ଲାଇନ୍ଅପ୍ ରହିଛି । କମିନ୍ସ, ଷ୍ଟାର୍କ ଏବଂ ହାଜଲେଉଡଙ୍କ ତ୍ରିକୋଣୀୟ ଶକ୍ତିଶାଳୀ ବୋଲିଂ ୟୁନଟ୍ ପାଖରେ କ୍ରମାଗତ ଭାବରେ ଦୃତ ବେଗରେ ବୋଲିଂ କରିବାର କ୍ଷମତା, ବଲକୁ ଉଭୟ ପାର୍ଶ୍ବରେ ସୁଇଙ୍ଗ୍ କରିବା ଏବଂ ପିଚ୍ରୁ କିଛି ବାଉନ୍ସ ବାହାର କରିବାର କ୍ଷମତା ରହିଛି । ଲେଗ୍ ସ୍ପିନର ଆଦାମ ଜାମ୍ପାଙ୍କ ଭଳି ବିଶେଷଜ୍ଞ ସ୍ପିନର ଏକାକୀ ସେମାନଙ୍କ ବୋଲିଂ ଲାଇନ୍ଅପ୍ରେ ବିଭିନ୍ନତା ଏବଂ ଗଭୀରତା ଆଣିଦେଇଥାନ୍ତି ।
ଜାନୁଆରୀ ୨୦୨୩ରୁ ମିଚେଲ ଷ୍ଟାର୍କ ଭାରତୀୟ ମାଟିରେ କେବଳ ୪ଟି ଦିନିକିଆ ମ୍ୟାଚ୍ ଖେଳି ୯ ୱିକେଟ୍ ହାସଲ କରିଛନ୍ତି । ଆହତ କାରଣରୁ ହାଜେଲଉଡ୍ ଦୀର୍ଘଦିନ ଦଳ ବାହାରେ ରହିଥିଲେ ମଧ୍ୟ ଭାରତୀୟ ପିଚ୍ରେ ଖେଳିବାର ତାଙ୍କର ବହୁତ ଅଭିଜ୍ଞତା ରହିଛି । ଏପର୍ଯ୍ୟନ୍ତ ସେ ୭୪ଟି ଦିନିକିଆ ମ୍ୟାଚ୍ ଖେଳି ୧୧୬ ୱିକେଟ୍ ଅକ୍ତିଆର କରିଛନ୍ତି । ସେହିଭଳି ଅଧିନାୟକ କମିନ୍ସ ୭୭ ଦିନିକିଆରୁ ୧୨୬ ୱିକେଟ୍ ପାଇଛନ୍ତି । ଭାରତୀୟ ପିଚ୍ର ଅବସ୍ଥା ଓ ପରିସ୍ଥିତିକୁ ବିଚାରକୁ ନେଲେ ଆଦାମ ଜାମ୍ପାଙ୍କ ଭୂମିକା ମ୍ୟାଚ୍ରେ ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ଭାରତୀୟ ମାଟିରେ ତାଙ୍କର ବେଶ ଭଲ ରେକର୍ଡ ରହିଛି । ଏଠାରେ ସେ କେବଳ ୧୬ ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ ୨୭ ବହୁମୂଲ୍ୟ ୱିକେଟ ହାସଲ କରିଛନ୍ତି ।
(୨)ବିସ୍ଫୋରକ ବ୍ୟାଟିଂ ଲାଇନ୍ଅପ୍-ଡେଭିଡ ୱାର୍ଣ୍ଣର, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମାର୍କସ ଷ୍ଟୋଇନିସଙ୍କ ପରି ପାୱାର ହିଟରମାନେ କଙ୍ଗାରୁ ଦଳର ବ୍ୟାଟିଂ ଲାଇନ୍ଅପ୍ ଶକ୍ତିଶାଳୀ କରିଛନ୍ତି । ଯେକୌଣସି ଟାର୍ଗେଟକୁ ଆକ୍ରମଣାତ୍ମକ ଭାବରେ ହାସଲ କରିନେବା ପାଇଁ ଏମାନେ ସକ୍ଷମ । ଦଳର ଟପ୍ ଅର୍ଡର ଯଦି ବିଫଳ ହୁଏ, ଷ୍ଟିଭ୍ ସ୍ମିଥ୍ଙ୍କ ଅଭିଜ୍ଞତା ଏବଂ ମାର୍ନସ୍ ଲାବୁସାନେଙ୍କ ଭଳି ସ୍ଥିର ପ୍ରଦର୍ଶନ ଦେଉଥିବା ଖେଳାଳି ଦଳକୁ ଚାପମୁକ୍ତ କରି ମଧ୍ୟମକ୍ରମରେ ସ୍ଥିରତା ପ୍ରଦାନ କରିପାରନ୍ତି । ଚଳିତ ବର୍ଷ ଡେଭିଡ ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ଅଟନ୍ତି । ୯ଟି ଦିନିକିଆରେ ସେ ଭାରତ ବିପକ୍ଷରେ ୩ଟି କ୍ରମାଗତ ଅର୍ଦ୍ଧଶତକ ଓ ଦକ୍ଷିଣଆଫ୍ରିକା ବିପକ୍ଷରେ ଏକ ଶତକ ସହିତ ମୋଟ ୩୯୦ ରନ ସଂଗ୍ରହ କରିଛନ୍ତି । ୧୦ ମ୍ୟାଚ୍ରୁ ୪୧୭ ରନ ସଂଗ୍ରହ କରିଥିବା ମାର୍ଶ ଅଷ୍ଟ୍ରେଲିଆ ପାଇଁ ଚଳିତ ବର୍ଷ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଅଟନ୍ତି । ଏଥିରେ ତାଙ୍କର ୪ଟି ଅର୍ଦ୍ଧଶତକୀୟ ପାଳି ରହିଛି । ସେପଟେ ୧୦ଟି ମ୍ୟାଚ୍ରୁ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହିତ ୪୬୪ ରନ ସଂଗ୍ରହ କରିଥିବା ମାର୍ନସ୍ ଲାବୁସାନେ ଚଳିତ ବର୍ଷ ଦିନିକିଆରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ପାଲଟିଛନ୍ତି ।
(୩)ଅଲରାଉଣ୍ଡ କ୍ଷମତା- ଦଳରେ କାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ମିଚେଲ ମାର୍ଶଙ୍କ ଭଳି ଦକ୍ଷ ଅଲରାଉଣ୍ଡର ରହିଛନ୍ତି, ଯେଉଁମାନେ ପେସର ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ସେହିଭଳି ଗ୍ଲେନ୍ ମ୍ୟାକ୍ସୱେଲ, ମାର୍ନସ୍ ଲାବୁସାନ୍ ଏବଂ ଟ୍ରାଭିସ୍ ହେଡ୍ଙ୍କ ଭଳି ଅଲରାଉଣ୍ଡର ସ୍ପିନ୍ ବିଭାଗରେ ଅଧିନାୟକଙ୍କୁ ସାହାଯ୍ୟ କରିବେ । ଏପରିକି ପିଚ୍ରୁ ଯଦି ସେଭଳି ସହାୟତା ମିଳେ, ତେବେ ଗ୍ଲେନ୍ ମ୍ୟାକ୍ସୱେଲ ୧୦ ଓଭର ମଧ୍ୟ ବୋଲିଂ କରିପାରିବେ । ନିକଟରେ ରାଜକୋଟରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ଦିନିକିଆରେ ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିଲେ । ଚଳିତବର୍ଷ ଷ୍ଟୋଇନିସ୍ ୭ଟି ଦିନିକିଆରେ ୭ଟି ୱିକେଟ୍ ନେଇଥିବାବେଳେ ଗ୍ରୀନ୍ ୭ଟି ମ୍ୟାଚ୍ରେ ୫ଟି ୱିକେଟ୍ ହାସଲ କରିଛନ୍ତି ।
ଦୁର୍ବଳତା: