ଓଡିଶା

odisha

ETV Bharat / sports

World Cup Semi Final 2 : ଟସ୍‌ ଜିତି ସାଉଥ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଅଷ୍ଟ୍ରେଲିଆ

ବିଶ୍ବକପୁର ଦ୍ବିତୀୟ ସେମିଫାଇନାଲରେ ଟସ ଜିତି ସାଉଥ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି। ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 16, 2023, 1:54 PM IST

Updated : Nov 16, 2023, 2:13 PM IST

World Cup Semi Final 2
World Cup Semi Final 2

କୋଲକାତା: ଆଇସିସି ପୁରୁଷ ବିଶ୍ବକପରେ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଯାଇଛି ସେମିଫାଇନାଲ ଲଢେଇ । ଟସ୍‌ ଜିତି ଅଧିନାୟକ ଟେମ୍ବା ବାଭୁମା ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇବ ସାଇଉ ଆଫ୍ରିକା । ଫଳରେ ବୋଲିଂ କରିବ ଅଷ୍ଟ୍ରେଲିଆ । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ମ୍ୟାଚ। ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ଆସନ୍ତା ରବିବାର ଭାରତ ସହ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବ।

ଏହା ମଧ୍ୟ ପଢନ୍ତୁ-World Cup semifinal: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମି ଟକ୍କର, ପ୍ରଥମଥର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ପ୍ରୋଟିଆଜ ଟିମ

ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ଆଜି ଜୋରଦାର ଲଢେଇ ହେବ । ଚାରି ଦିନର ଅଭ୍ୟାସ ପରେ ପୁରା ରଣନୀତି ସହ ପଡିଆକୁ ଓହ୍ଳାଇଛନ୍ତି ଦୁଇ ଦଳ। ଆରମ୍ଭରୁ ଆକ୍ରମଣାତ୍ମକ ବୋଲି କରିଛନ୍ତି ଅଷ୍ଟ୍ରେଲିଆ ବୋଲର । ପ୍ରଥମ ଓଭରରେ ଅଷ୍ଟ୍ରେଲିଆ ପ୍ରଥମ ଓ୍ବିକେଟ ନେଇଛି। ଅଷ୍ଟ୍ରେଲିଆ ଦଳ 5 ଥର ବିଶ୍ବକପ ଟ୍ରଫି ହାତେଇ ଥିବା ବେଳେ ଷଷ୍ଠଥର ହାତେଇବାକୁ ଆଶା ରଖିଛି । ତେଣୁ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇବା ଲକ୍ଷ୍ୟ ରଖିଛି କଙ୍ଗାରୁ ଟିମ । ସେହିପରି ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିବାକୁ ବ୍ୟାକୁଳ ହୋଇ ରହିଛି । ଆଜି ପର୍ଯ୍ୟନ୍ତ କୌଣସି ବିଶ୍ବକପରେ ଫାଇନାଲ ଖେଳିବାର ସୁଯୋଗ ପାଇନାହିଁ ପ୍ରୋଟିଆଜ ଟିମ୍‌ । ତେଣୁ ଆଜି କଙ୍ଗାରୁ ଟିମକୁ ହରାଇ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା ।

ଏହା ମଧ୍ୟ ପଢନ୍ତୁ-World Cup 2023: ବିଶ୍ବକପରେ ସବୁଠାରୁ ଲମ୍ବା ଛକା ମାରିଲେ ଡେରେଲ ମିଚେଲ

ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ : କ୍ବିଣ୍ଟନ ଡି କକ୍, ତେମ୍ବା ବାଭୁମା(ଅଧିନାୟକ), ରାସି ଭାନ ଡର ଡୁସେନ (ୱିକେଟ କିପର), ଆଇଡେନ ମାର୍କରାମ, ଡେଭିଡ ମିଲର, ହେନରିକ କ୍ଲାସନ, ମାର୍କୋ ଜାନସେନ, କାଗିସୋ ରାବାଡା, କେଶବ ମହାରାଜ, ତ୍ରାବିଜ ସାମସି, କଣ୍ଟେଜି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ:ପ୍ୟାଟ୍ କମିନ୍ସ (ଅଧିନାୟକ), ଷ୍ଟିଭେନ ସ୍ମିଥ, ଆଲେକ୍ସ କ୍ୟାରି, ଜୋସ୍ ଇଂଲିସ, ଶ୍ରୀନ ଆବଟ୍ଟ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜେଲେଉଡ୍, ଟ୍ରାଭିସ୍ ହେଡ୍, ମାର୍ନସ୍ ଲାବୁସାନ, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନସ୍, ଡେଭିଡ ୱାର୍ଣ୍ଣର, ଆଦାମ ଜାମ୍ପା, ମିଚେଲ ଷ୍ଟାର୍କ।

Last Updated : Nov 16, 2023, 2:13 PM IST

ABOUT THE AUTHOR

...view details