ଓଡିଶା

odisha

Rohit on Team Management: 'ଟିମର ପ୍ରତ୍ୟେକ ସଦସ୍ୟଙ୍କ ଦକ୍ଷତାକୁ ବ୍ୟକ୍ତିଗତ ସ୍ତରରେ ବୁଝିଛି'

By ETV Bharat Odisha Team

Published : Oct 26, 2023, 5:50 PM IST

ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଇଣ୍ଡିଆ ବିଶ୍ବକପ ମ୍ୟାଚ୍‌ରେ କ୍ରମାଗତ ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଆସିଛି । ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି ଅଧିନାୟକ ରୋହିତ । ଅଧିକ ପଢନ୍ତୁ

Rohit on Team Management
Rohit on Team Management

ନୂଆଦିଲ୍ଲୀ: ଜାରି ରହିଛି ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ 'ମେନ୍‌ ଇନ୍‌ ବ୍ଲୁ' ୫ଟି ମ୍ୟାଚ୍‌ରେ ବିପକ୍ଷ ଟିମକୁ ଧୂଳି ଚଟାଇଛି । ଅଧିନାୟକ ତଥା ଓପନର୍‌ ରୋହିତ ଶର୍ମା ମଧ୍ୟ ପ୍ରଥମ ୧୦ ଓଭର ଭଲ ବ୍ୟାଟିଂ କରି ଦଳକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆସନ୍ତା ୨୯ ତାରିଖରେ ଭାରତ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ଲକ୍ଷ୍ନୌଠାରେ ଭେଟିବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି ଅଧିନାୟକ ରୋହିତ ଶର୍ମା ।

ଏହି ଗ୍ଲୋବାଲ ଇଭେଣ୍ଟରେ ଏଯାବତ୍‌ ଭାରତୀୟ ଟିମର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଦଳର ବ୍ୟାଟିଂ ଓ ବୋଲିଂ ଅର୍ଡର ଭଲ ରହିଛି । ତେବେ ଲକ୍ଷ୍ନୌରେ ଦଳ ରବିବାର ଇଂଲଣ୍ଡକୁ ଭେଟିବାକୁ ଯାଉଥିବା ବେଳେ ପ୍ରି-ମ୍ୟାଚ୍‌ ପ୍ରେସ କନଫରେନ୍ସରେ ସ୍କିପର ରୋହିତ ଟିମର ପରିଚାଳନା ସମ୍ପର୍କରେ ଆଲୋଚନାକ ରିଛନ୍ତି । ଟିମକୁ ମ୍ୟାନେଜ କରିବା ପୂର୍ବରୁ ସେ କିପରି ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ ବ୍ୟକ୍ତିଗତ ଭାବେ ପରଖିବାକୁ ଚେଷ୍ଟା କରିଥିଲେ, ସେ ନେଇ ଗଣମାଧ୍ୟମ ସମ୍ମୁଖରେ ରୋହିତ ଆଲୋଚନା କରିଛନ୍ତି ।

ଏନେଇ ଅଧିନାୟକ ରୋହିତ କହିଛନ୍ତି, "ମୁଁ ଭାବୁଛି ଯେତେବେଳେ ଦଳର ପରିଚାଳନା ଦାୟିତ୍ବ କଥା ଆସେ, ସେତେବେଳେ ଏହା ଗୁରୁତ୍ବପୂର୍ଣ୍ଣ ଯେ ପ୍ରଥମେ ଉକ୍ତ ଦଳର ବ୍ୟାଟର ଓ ବୋଲରଙ୍କୁ ବ୍ୟକ୍ତିଗତ ଭାବେ ବୁଝିବା ଆବଶ୍ୟକ । ସେମାନଙ୍କର ଆବଶ୍ୟକତା କଣ, ସେମାନେ କଣ କରିବାକୁ ଭଲ ପାଆନ୍ତି ଓ କେଉଁଟା ନୁହେଁ ତାହା ଜାଣିବା ଜରୁରୀ । କାରଣ ଏକ ଦଳୀୟ କ୍ରୀଡାରେ ଜଣେ କି ୨ ଜଣଙ୍କ ଉପରେ ନିର୍ଭର କରେ ନାହିଁ, ଏଥିରେ ପୁରା ଟିମର ସଦସ୍ୟଙ୍କ ଅବଦାନ ରହିଥାଏ । ଯେତେବେଳେ ଆମେ କୌଣସି ବଡ ଟୁର୍ଣ୍ଣାମେଣ୍ଟରେ ଖେଳୁଛେ, ସେତେବେଳେ ପ୍ରତିଟି ସଦସ୍ୟକୁ ନିଜ ନିଜର କାମ କରିବା ଉଚିତ ।"

ଏହା ବି ପଢନ୍ତୁ- World Cup 2023: ଲକ୍ଷ୍ନୌରେ ଟିମ୍ ଇଣ୍ଡିଆ, 29ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା

ସେ ଆହୁରି କହିଛନ୍ତି, "ତେବେ ଏଭଳି ସ୍ଥିତିରେ ଏହା ନିଶ୍ଚିତ କରିବା ଉଚିତ ଯେ ସମସ୍ତେ ଯେପରି ମାନସିକ ସ୍ତରରେ ଚାପମୁକ୍ତ ଓ ଖୁସି ରହିବେ । ଏଥିଲାଗି ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଶୁଣିବା ଉଚିତ । ସେମାନେ କଣ ଚାହୁଁଛନ୍ତି ତାହା ବୁଝିବା ଦରକାର । ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆମେ ଆଗକୁ ବଢିବା ଉଚିତ । ଆଉ ମୁଁ ସବୁବେଳେ ଏହା କରିଆସିଛି ।" ସୂଚନା ଥାଉ କି ରୋହିତ ପ୍ରଥମ ପାୱାର ପ୍ଲେରେ ୧୩୪ ଷ୍ଟ୍ରାଇକ୍‌ ରେଟ୍‌ ସହ ୧୯୭ ରନ୍‌ କରିଛନ୍ତି । ଏଥିରେ ସେ ୨୨ଟି ଚୌକା ଓ ୧୨ଟି ଛକା ଅନ୍ତର୍ଭୁକ୍ତ । ଏହାରି ସହିତ ପ୍ରଥମ ୧୦ ଓଭରରେ ହିଟମ୍ୟାନ୍‌ ରୋହିତ ଭାରତୀୟ ଟିମର ଆଟାକିଂ ବ୍ୟାଟର୍‌ ହୋଇପାରିଛନ୍ତି ।

ଟିମ ପରିଚାଳନା ସମ୍ପର୍କରେ ଅଧିନାୟକ ରୋହିତ ଆହୁରି କହିଛନ୍ତି, "ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ବ୍ୟକ୍ତିଗତ ସ୍ତରରେ ବୁଝିବାକୁ ଚେଷ୍ଟା କରେ । ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପ୍ଲେୟାର କଣ ଚାହୁଁଛି, ତାହା ଜାଣିବାକୁ ଚେଷ୍ଟା କରେ । ସୌଭାଗ୍ୟବଶତଃ ମୋ ନିକଟରେ ପ୍ରତିଭାବାନ ଖେଳାଳି ରହିଛନ୍ତି । ଟିମର ଆବଶ୍ୟକତାକୁ ସେମାନେ ବୁଝନ୍ତି ଓ ସମର୍ଥନ ମଧ୍ୟ କରନ୍ତି । ଏକ ଟିମକୁ ପ୍ରତିନିଧିତ୍ବ କିପରି କରାଯିବ ତାହା ମୁଁ ବର୍ଷ ବର୍ଷ ଧରି ଶିଖିଆସିଛି । ମୋ ବ୍ୟକ୍ତିଗତ ଅନୁଭୂତିରୁ ଶିଖିଛି । ଏକ ଟିମ ସଫଳ ହେବା ଲାଗି କଣ ଆବଶ୍ୟକ ତାହାକୁ ବୁଝିଛି । ଯେହେତୁ ଆମେ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳୁଛେ, ତେବେ ପ୍ରତିଟି ମୁହୂର୍ତ୍ତରେ ଆମ ଉପରେ ଚାପ ପଡିଥାଏ । ଏହି ସମୟରେ ସମସ୍ତେ ଏକାଠି ରହିବା ଆବଶ୍ୟକ । ପରସ୍ପରର ଆବଶ୍ୟକତା ଓ ଦକ୍ଷତାକୁ ବୁଝିବା ଆବଶ୍ୟକ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details