ଓଡିଶା

odisha

ହିଟମ୍ୟାନଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଇଂଲଣ୍ଡ କ୍ୟାପ୍ଟେନ, କହିଲେ ରୋହିତ ଭାରତର ରିଅଲ ହିରୋ

By ETV Bharat Odisha Team

Published : Nov 16, 2023, 6:23 PM IST

Rohit Sharma is Indias real hero: ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିନିଧିତ୍ବକୁ ପୂର୍ବତନ ଇଂଲିଶ କ୍ୟାପ୍ଟେନ ନାସିର ହୁସେନଙ୍କ ଭୂୟସୀ ପ୍ରଶଂସା । ଅଧିକ ପଢନ୍ତୁ

Nasser Hussain on Rohit Sharma
Nasser Hussain on Rohit Sharma

ମୁମ୍ବାଇ:ହିଟମ୍ୟାନ ରୋହିତ ଶର୍ମାଙ୍କ ପ୍ରତିନିଧିତ୍ବରେ ଇଣ୍ଡିଆନ ଟିମ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲରେ ପ୍ରବେଶ କରିଛି । ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ । ସେ କହିଛନ୍ତି ଯେ ଇଣ୍ଡିଆର ରିଅଲ ହିରୋ ରୋହିତ ଶର୍ମା । ରୋହିତଙ୍କ 'ନିର୍ଡର କ୍ରିକେଟ୍‌' ଖେଳ ଯୋଗୁଁ ଇଣ୍ଡିଆର ବ୍ୟାଟିଂ ଅର୍ଡର ଏବେ ଆଟାକିଂ ମୋଡ୍‌କୁ ଆସିଛି । ୨୦୨୧ ଟି-୨୦ ବିଶ୍ବକପରେ ଭାରତ ଶୀର୍ଷ ୧୨ଟି ଟିମରେ ସ୍ଥାନ ପାଇନଥିବା ବେଳେ ଏବେ ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିଥିବାରୁ ସେ ରୋହିତଙ୍କ ପ୍ରତିନିଧିତ୍ବକୁ ପ୍ରଶଂସା କରିଛନ୍ତି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଭାବେ ୧୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏହାରି ସହିତ ଦୀର୍ଘ ୧୨ ବର୍ଷ ପରେ ଭାରତ ବିଶ୍ବକପର ଫାଇନାଲରେ ପହଞ୍ଚିଛି । ଗତକାଲି (ବୁଧବାର) ଭାରତ ବିପକ୍ଷ ଟିମ ନ୍ୟୁଜିଲାଣ୍ଡକୁ ୭୦ ରନ୍‌ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌ ଜିତିବା ପରେ ଗତକାଲି ହୁସେନ କହିଥିଲେ, "ଆସନ୍ତାକାଲି ଗଣମାଧ୍ୟମର ହେଡଲାଇନରେ ବିରାଟ କୋହଲି, ଶ୍ରେୟାସ ଆୟର ଓ ମହମ୍ମଦ ସାମିଙ୍କ ନାଁ ରହିଥିବ, ହେଲେ ଇଣ୍ଡିଆନ ଟିମର ପ୍ରକୃତ ହିରୋ ହେଉଛନ୍ତି ଅଧିନାୟକ ରୋହିତ ଶର୍ମା । ତାଙ୍କ ନିର୍ଡର କ୍ରିକେଟ୍‌ ଖେଳ ଯୋଗୁଁ ଇଣ୍ଡିଆନ ଟିମର ପରମ୍ପରାଗତ ଖେଳରେ ପରିବର୍ତ୍ତନ ଆସିଛି । ଟିମ ଡିଫେଣ୍ଡିଂ ଖେଳକୁ ତ୍ୟାଗ କରି ଆଟାକିଂ ମୋଡ୍‌କୁ ଆସିଛି ।"

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ସେମି ଫାଇନାଲ ମ୍ୟାଚ୍‌ରେ ଷ୍ଟାର ବ୍ୟାଟର ବିରାଟ କୋହଲି ନିଜର ଦିନିକିଆ ୫୦ତମ ଶତକ ହାସଲ କରିଥିବା ବେଳେ ଶ୍ରେୟାସ ଆୟର ମାତ୍ର ୭୦ ବଲ୍‌ରେ ଶତକ ହାସଲ କରିଥିଲେ । ଶ୍ରେୟାସ ଆୟର ନିଜ କ୍ୟାରିଅର ପ୍ରଥମ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଦ୍ବିତୀୟ ଶତକ ହାସଲ କରିଥିଲେ । ଏହାଦ୍ବାରା ନ୍ୟୁଜିଲାଣ୍ଡ ଆଗରେ ୩୯୭ର ବିଶାଳ ଟାର୍ଗେଟ ରହିଥିଲା । ଏହାପରେ ଦ୍ବିତୀୟ ଇନିଂସରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ବ୍ଲାକ୍‌ କ୍ୟାପ୍‌ ଟିମ । ବ୍ୟାଟର ମିଚେଲ ଲଢୁଆ ପ୍ରଦର୍ଶନ କରିଥିବା ସତ୍ତ୍ବେ ୩୨୭ରେ ଅଟକିଥିଲା ନ୍ୟୁଜିଲାଣ୍ଡ । ଭାରତର ଷ୍ଟାର ବୋଲର ମହମ୍ମଦ ସାମିଙ୍କ ଆକ୍ରମଣାତ୍ମକ ବୋଲିଂରେ ଜଣେ ପରେ ଜଣେ ପାଭିଲିୟନ ଫେରିଥିଲେ ।

ଏହା ବି ପଢନ୍ତୁ- ଭାରତୀୟ ଅଧିନାୟକଙ୍କ ପ୍ରଶଂସାରେ ଶତମୁଖ ୱାସିମ ଆକ୍ରମ, କହିଲେ ସବୁଠାରୁ ଭିନ୍ନ ଖେଳାଳି ରୋହିତ

ସାମି ସର୍ବାଧିକ ୭ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ସାମିଙ୍କ ୱିକେଟ ଭାରତର ବିଜୟରେ ବେଶ ସହାୟକ ହୋଇଥିଲା । ଏ ନେଇ ହୁସେନ କହିଥିଲେ, "ମୁଁ ଭାବୁଛି ଆଜିର ମ୍ୟାଚରେ ରିଅଲ ହିରୋ ଥିଲେ ରୋହିତ । ଗ୍ରୁପ ଷ୍ଟେଜ ଓ ନକଆଉଟ ଷ୍ଟେଜ ନିଶ୍ଚିତ ଭିନ୍ନ । ହେଲେ ଆଜିର ମ୍ୟାଚରେ ରୋହିତଙ୍କ ଆଭିମୁଖ୍ୟ ସମସ୍ତେ ଦେଖିଥିଲେ । ସ୍ଥିତି ଯାହା ହେଉ ନା କାହିଁକି ଟିମକୁ ଫିଅରଲେସ୍‌ କ୍ରିକେଟ ଖେଳିବାକୁ ହେବ । ନିଜ ଟିମକୁ ରୋହିତଙ୍କ ଏହି ସ୍ପଷ୍ଟ ବାର୍ତ୍ତା ଟିମର ବିଜୟରେ ଦେଖିବାକୁ ମିଳିଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details