ଓଡିଶା

odisha

ETV Bharat / sports

World Cup 2023: ଜେଲରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ, ଜନ୍ମଦିନରେ ମ୍ୟାଚ୍‌ ଦେଖିବାକୁ ନେବେ ଅନୁମତି !

ଆସନ୍ତା ଅକ୍ଟୋବର ୫ରେ ଆରମ୍ଭ ହେବ ଦିନିକିଆ ବିଶ୍ବକପ୍‌ ୨୦୨୩ । ସେହିଦିନ ରାୱଲପିଣ୍ଡିର ଆଦିଆଲ୍ଲା ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କର ୭୧ତମ ଜନ୍ମଦିନ । ଫଳରେ ପ୍ରଥମ କରି ଜଣେ ବିଶ୍ବବିଜୟୀ କିମ୍ବଦନ୍ତୀ ଅଧିନାୟକ ଅତିଥି ଭାବେ ଯିବା ପରିବର୍ତ୍ତେ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଦେଖିବାକୁ ଅନୁମତି ଲୋଡ଼ିପାରନ୍ତି । ଅଧିକ ପଢ଼ନ୍ତୁ...

ନିଜ ଜନ୍ମଦିନରେ ମ୍ୟାଚ୍‌ ଦେଖିବାକୁ ନେବାକୁ ପଡ଼ିପାରେ ଅନୁମତି
ନିଜ ଜନ୍ମଦିନରେ ମ୍ୟାଚ୍‌ ଦେଖିବାକୁ ନେବାକୁ ପଡ଼ିପାରେ ଅନୁମତି

By ETV Bharat Odisha Team

Published : Sep 30, 2023, 5:43 PM IST

Updated : Sep 30, 2023, 6:12 PM IST

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୫କୁ ଚାହିଁ ରହିଛନ୍ତି ସାରା ବିଶ୍ବର କ୍ରିକେଟପ୍ରେମୀ । କାରଣ ଏହିଦିନ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟର ମହାଲଢ଼େଇ ବିଶ୍ବକପ୍‌ ୨୦୨୩ । ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମୁକାବିଲା । ଅନ୍ୟପଟେ ସେହିଦିନ ରାୱଲପିଣ୍ଡିର ଆଦିଆଲ୍ଲା ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କର ୭୧ତମ ଜନ୍ମଦିନ । ଯେହେତୁ ସେ ଜଣେ କିମ୍ବଦନ୍ତୀ ବିଶ୍ବବିଜୟୀ ଅଧିନାୟକ, ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ କୌଣସି ଟିଭି ଷ୍ଟୁଡିଓରେ ସେ ଭାଷ୍ୟକାର ଭୂମିକାରେ ବସିବା କଥା । ହେଲେ ପ୍ରଥମ ଥର ପାଇଁ ଜେଲ୍‌ରେ ବସି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଦେଖିବା ପାଇଁ କୌଣସି ବିଶ୍ବବିଜୟୀ ଅଧିନାୟକଙ୍କୁ ଏଥର ଅନୁମତି ଲୋଡ଼ିବାକୁ ପଡ଼ିବ ।

ଗତ ଅଗଷ୍ଟ ମାସ ୫ ତାରିଖରେ ତୋଷଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ତଳକୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାସହିତ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । ଯାହାଫଳରେ ସେ ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା ଏବଂ ୭୦ ବର୍ଷୀୟ ଇମ୍ରାନଙ୍କୁ ଲାହୋରରୁ ଗିରଫ କରାଯାଇ ଆଟୋକ ଜେଲରେ ରଖାଯାଇଥିଲା । ତେବେ ତଳକୋର୍ଟଙ୍କ ରାୟକୁ ପିଟିଆଇ ନେତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲାଗୁ କରି ତାଙ୍କୁ ଜାମିନରୁ ମୁକ୍ତ କରିବା ଲାଗି ରାୟ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜାମିନ ମିଳିବା ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ

ଫଳରେ ସେ ଆଟୋକ ଜେଲରୁ ମୁକୁଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାଇଫର ମାମଲାରେ ପୁଣିଥରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କ ବିରୋଧରେ ତୋଷଖାନା ମାମଲା ସହିତ ଏକାଧିକ ମାମଲା ଯୋଡି ହୋଇଥିଲା । ଯାହା ମଧ୍ୟରୁ ସାଇଫର ମାମଲା ଅନ୍ୟତମ । ଆଟୋକ ଜେଲରେ ରହିଥିବାବେଳେ ଇମ୍ରାନଙ୍କ ସୁରକ୍ଷା ସମେତ ଜେଲ କୋଠରୀରେ ବାଥରୁମ ଓ ଟିଭି ବ୍ୟବସ୍ଥା ନଥିବା ତାଙ୍କ ଓକିଲ ଓ ପରିବାର ବାରମ୍ବାର ଅଭିଯୋଗ କରିଥିଲେ । ବିଶ୍ବକପ ଇତିହାସରେ ପାକିସ୍ତାନକୁ କେବଳ ଥରେ ମାତ୍ର ଚମ୍ପିଆନ କରାଇ ପାରିଥିବା ପୂର୍ବତନ ଅଧିନାୟକ ଇମ୍ରାନ ଖାନଙ୍କୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଆଟୋକ୍‌ରୁ ଆଦିଆଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି ।

ଇମ୍ରାନ ଖାନଙ୍କ କ୍ରିକେଟ୍‌ ଜୀବନର ଏକ କ୍ଷୁଦ୍ର ପରିସଂଖ୍ୟାନ ଉପରେ ନଜର ପକାନ୍ତୁ:

ଅନ୍ତର୍ଜାତୀୟ ଡେବ୍ୟୁ: ଇମ୍ରାନ ଖାନ ୧୯୭୧ରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନରେ ଟେଷ୍ଟ କ୍ରିକେଟ୍‌ ଡେବ୍ୟୁ କରିଥିଲେ ।

ଇମ୍ରାନ ପ୍ରତିନିଧିତ୍ବ କରିଥିବା ଦଳ ଗୁଡ଼ିକ: ପାକିସ୍ତାନ, ଦାଉଦ କ୍ଲବ ଲାହୋର, ନ୍ୟୁ ସାଉଥ୍‌ ୱେଲ୍ସ, ଅକ୍ସଫୋର୍ଡ ୟୁନିଭର୍ସିଟି, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ, ସସେକ୍ସ

ଡେବ୍ୟୁ/ଶେଷ ମ୍ୟାଚ୍‌:

ଟେଷ୍ଟ: ଡେବ୍ୟୁ- ଇଂଲଣ୍ଡ ବନାମ ପାକିସ୍ତାନ (ଜୁନ ୦୩-୦୮, ୧୯୭୧)

ଶେଷ ମ୍ୟାଚ୍‌- ପାକିସ୍ତାନ ବନାମ ଶ୍ରୀଲଙ୍କା (ଜାନୁଆରୀ ୦୨-୦୭, ୧୯୯୨)

ଦିନିକିଆ: ଡେବ୍ୟୁ- ଇଂଲଣ୍ଡ ବନାମ ପାକିସ୍ତାନ (ଅଗଷ୍ଟ ୩୧, ୧୯୭୪)

ଶେଷ ମ୍ୟାଚ୍‌- ଇଂଲଣ୍ଡ ବନାମ ପାକିସ୍ତାନ (ମାର୍ଚ ୨୫, ୧୯୯୨)

FC Matches - span: ୧୯୬୯/୭୦ – ୧୯୯୧/୯୨

List A Matches: span

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2023, 6:12 PM IST

ABOUT THE AUTHOR

...view details