ଓଡିଶା

odisha

ETV Bharat / sports

World Cup 2023: ପାକିସ୍ତାନ ଟିମକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବେନି ଫଖର ଓ ସଲମାନ

ଆସନ୍ତାକାଲି (ଶୁକ୍ରବାର) ପାକିସ୍ତାନ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ । ଅସୁସ୍ଥତା ପାଇଁ ମ୍ୟାଚରୁ ବାଦ୍‌ ପଡ଼ିଲେ ଓପନର ଫଖର ଜମାନ ଓ ଅଲରାଉଣ୍ଡର ସଲମାନ ଅଘା । ଅଧିକ ପଢନ୍ତୁ

World Cup 2023
World Cup 2023

By ETV Bharat Odisha Team

Published : Oct 19, 2023, 8:33 PM IST

ବେଙ୍ଗାଲୁରୁ:କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୮ତମ ଲିଗ୍‌ ମ୍ୟାଚ୍‌ ଆସନ୍ତାକାଲି (ଶୁକ୍ରବାର) ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ହେଲେ ଏହା ପୂର୍ବରୁ ପାକିସ୍ତାନ ଟିମକୁ ଲାଗିଛି ଝଟକା । ଅସୁସ୍ଥ ଥିବାରୁ ଏହି ମ୍ୟାଚ୍‌ ଖେଳିବେନି ଓପନର ଫଖର ଜମାନ ଓ ଅଲରାଉଣ୍ଡର ସଲମାନ ଅଲ୍ଲି ଅଘା । ଉଭୟଙ୍କ ଖେଳିବା ନେଇ ଦର୍ଶକ ଆଶାବାଦୀ ଥିବା ବେଳେ ଶେଷରେ ଚୂଡାନ୍ତ ନିଷ୍ପତ୍ତି ଆସିଛି । ଉଭୟ ଅସୁସ୍ଥ ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ ପଡିବେ ବୋଲି ସୂଚନା ମିଳିଛି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଭଲ ପ୍ରଦର୍ଶନ କରିଛି । ପ୍ରାରମ୍ଭରୁ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତଠାରୁ ପରାଜିତ ହୋଇ ମାଟି କାମୁଡ଼ିଥିଲା । ଭାରତ ବିପୁଳ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଜିତି ପୁଣି ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହା ପୂର୍ବରୁ ଟିମର ମ୍ୟାନେଜମେଣ୍ଟ ଟିମ ଏହି ୨ ଅସୁସ୍ଥ କ୍ରିକେଟରଙ୍କ ଉପସ୍ଥିତି ନେଇ ସୂଚନା ଦେଇଛନ୍ତି । ଫଖର ଜମାନ ଆଣ୍ଠୁଗତ ସମସ୍ୟା ଦେଇ ଗତି କରୁଥିବା ବେଳେ ସେ ଏବେ ବି ଅସୁସ୍ଥ ଅଛନ୍ତି । ସେପଟେ ଅଲରାଉଣ୍ଡର ସଲମାନ ଜ୍ବରରେ ପୀଡ଼ିତ ଥିବାରୁ ଏହି ମ୍ୟାଚ୍‌ରୁ ସେ ବାଦ ପଡ଼ିବେ ।

ଏହା ବି ପଢନ୍ତୁ- Cricket World Cup 2023: ପାକିସ୍ତାନ ବିରୋଧରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ: ଅଧିନାୟକ କମିନ୍ସ

ପାକିସ୍ତାନ ଟିମର ମିଡିଆ ମ୍ୟାନେଜର ଏନେଇ ସୂଚନା ଦେଇ କହିଛନ୍ତି, " ଫଖର ଜମାନ ଆଣ୍ଠୁଗତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ସୁସ୍ଥ ହେବା ଲାଗି ଆଉ ଏକ ସପ୍ତାହ ସମୟ ଲାଗିବ । ଗତକାଲି (ବୁଧବାର) ସଲମାନ ଟ୍ରେନିଂ ସେସନ ପରେ ଜ୍ବରରେ ପୀଡ଼ିତ ହୋଇଥିଲେ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସ୍କ୍ବାଡରେ ବାକି ୧୫ ଜଣ ପ୍ଲେୟାର ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି । "

ଏହି ଟୁର୍ଣ୍ଣାମେଣ୍ଟରେ ଫଖର ଜମାନ ନେଦରଲ୍ୟାଣ୍ଡ ବିରୋଧରେ ଗୋଟିଏ ମ୍ୟାଚ୍‌ ଖେଳିଛନ୍ତି । ଏଥିରେ ସେ ୧୨ ରନ୍‌ ସଂଗ୍ରହ କରିଥିଲେ । ଏବେ ତାଙ୍କ ଅନୁପସ୍ଥିତିରେ ଅବଦୁଲ୍ଲା ଶାଫିକ ଟିମରେ ଓପନର ଭାବେ ଦାୟିତ୍ବ ତୁଲାଉଛନ୍ତି । ସେ ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ କରିଥିଲେ । ସେପଟେ ଦଳରେ ଅଲରାଉଣ୍ଡର ସଲମାନ ଅଘାଙ୍କ ବ୍ୟତୀତ ଅନ୍ୟ ଅଲରାଉଣ୍ଡରଙ୍କ ମଧ୍ୟରେ ଶାଦବ ଖାନ ଓ ମହମ୍ମଦ ନୱାଜ ମଧ୍ୟ ରହିଛନ୍ତି । ସଲମାନ ସାଇଡଲାଇନରେ ଥିବା ବେଳେ ତାଙ୍କୁ ସେମି ଫାଇନାଲ ପୂର୍ବରୁ ସୁଯୋଗ ଦେବା ଲାଗି ପାକିସ୍ତାନର ମ୍ୟାନେଜମେଣ୍ଟ ଟିମ ଯୋଜନା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details