ଓଡିଶା

odisha

ETV Bharat / sports

ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ: ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ଶେଷ ମେଡାଲ ସେରିମନି - ବିରାଟ କୋହଲି

ଫାଇନାଲ୍‌ ପରାଜୟ ଛଡ଼ାଇନେଲା ଖୁସି । ଶେଷଥର ପାଇଁ ଭାରତୀୟ ଡ୍ରେସିଂ ରୁମ୍‌ରେ ଆୟୋଜିତ ମେଡାଲ ସମାରୋହରେ ସମସ୍ତଙ୍କ ଆଖିରେ ଲୁହ । ଅନୁପସ୍ଥିତ ରହିଲେ ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ଶେଷ ମେଡଲ ସେରିମନି
ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ଶେଷ ମେଡଲ ସେରିମନି

By ETV Bharat Odisha Team

Published : Nov 20, 2023, 5:47 PM IST

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଇଣ୍ଡିଆ ପାଇଁ ସମୟ ବେଶ ଭଲ ଚାଲିଥିଲା । ବ୍ୟାଟିଂ ହେଉ କି ବୋଲିଂ ବା ଫିଲ୍ଡିଂ, ପ୍ରତି ବିଭାଗରେ ଦମଦାର ପ୍ରଦର୍ଶନ କରି ବିପକ୍ଷ ଦଳକୁ ଧୂଳି ଚଟାଉଥିଲେ ଭାରତୀୟ ଖେଳାଳି । ପ୍ରତି ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ଆୟୋଜନ ହେଉଥିଲା ଶ୍ରେଷ୍ଠ ଫିଲ୍ଡର ମେଡାଲ ସେରିମନି । ସାଥି ଖେଳାଳିଙ୍କୁ ମେଡାଲ ମିଳିବା ସମୟରେ ସମସ୍ତେ ଏହାକୁ ଉପଭୋଗ କରୁଥିଲେ । ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ମଧ୍ୟ ଏହି ସମାରୋହ ଆୟୋଜିତ ହୋଇଥିଲା । ହେଲେ ଏଥିରେ ସବୁଠାରୁ ଅଧିକ ଖୁସି ହେଉଥିବା ଅଧିନାୟକ ରୋହିତ ଶର୍ମା ଏଠାରେ ଅନୁପସ୍ଥିତ ଥିଲେ । ପୂର୍ବପରି କାହା ମୁହଁରେ ନଥିଲା ହସ । ସମସ୍ତଙ୍କ ମନରେ ହତାଶର ଭାବ ।

ଏହି ବିଶ୍ବକପ୍‌ର ପ୍ରତ୍ୟେକ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ଭାରତୀୟ ଦଳ ପକ୍ଷରୁ ଏକ ମେଡାଲ୍‌ ସମାରୋହ ଆୟୋଜନ କରାଯାଉଥିଲା । ଏକମାତ୍ର ଦଳ ଭାବେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପ୍ରତି ମ୍ୟାଚ୍‌ ଜିତି ଆମ ଖେଳାଳି ଆମକୁ ଯେତିକି ଗର୍ବିତ କରାଇଥିଲେ, ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ମଧ୍ୟ ସେତିକି ଉପଭୋଗ କରୁଥିଲେ । ହେଲେ କେବଳ ଗୋଟିଏ ମ୍ୟାଚ୍‌ର ଫଳାଫଳ ସବୁକିଛି ଓଲଟପାଲଟ କରିଦେଲା । ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଏହି ବିଶ୍ବକପ୍‌ର ଶେଷ ପଦକ ସମାରୋହର ଆୟୋଜନ କରାଯାଇଥିଲା । ଏହି ସମୟରେ ଖେଳାଳିମାନେ ଲୁହ ଭରା ଆଖି ଏବଂ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲେ । ଆଉ ସବୁଠାରୁ ବଡ଼ କଥା ହେଉଛି ଭାରତକୁ ବିଶ୍ବ ବିଜୟୀ କରିବାକୁ ସ୍ବପ୍ନ ଦେଖିଥିବା ଅଧିନାୟକ ରୋହିତ ଶର୍ମା ସ୍ବପ୍ନ ଭାଙ୍ଗିଯିବା ପରେ ଶେଷଥର ମେଡାଲ ସମାରୋହରେ ନଜର ଆସିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ ଫାଇନାଲ ହାରିବା ପରେ ଭାଙ୍ଗିପଡିଲେ ବିରାଟ, ଏମିତି ସମ୍ଭାଳିଲେ ପତ୍ନୀ ଅନୁଷ୍କା

ପ୍ରତି ମ୍ୟାଚ୍ ପରେ ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କୁ ପଦକ ପ୍ରଦାନ କରାଯାଇଥାଏ । ଫାଇନାଲ ପରେ ମଧ୍ୟ ଭାରତୀୟ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ ଡ୍ରେସିଂ ରୁମ୍‌ରେ ଶେଷ ପଦକ ସମାରୋହ ଆୟୋଜନ କରିଥିଲେ । ଶେଷ ମ୍ୟାଚ୍‌ର ଶ୍ରେଷ୍ଠ ଫିଲ୍ଡର ଭାବେ ବିରାଟ କୋହଲିଙ୍କୁ ପଦକ ପ୍ରଦାନ କରାଯାଇଥିଲା । ପୂର୍ବ ମ୍ୟାଚ୍ ଗୁଡ଼ିକ ପରେ ଡ୍ରେସିଂ ରୁମ୍‌ରେ ବହୁତ ଖୁସିର ମାହୋଲ ଦେଖିବାକୁ ମିଳେ । କିନ୍ତୁ ଫାଇନାଲ ପରାଜୟ ଡ୍ରେସିଂ ରୁମ୍‌କୁ ବହୁତ ଶାନ୍ତ କରିଦେଇଥିଲା । ସମସ୍ତଙ୍କ ମନକୁ ହାଲୁକା କରିବା ପାଇଁ କୋଚ୍ ଯଥାସମ୍ଭବ ଚେଷ୍ଟା କରିଥିଲେ । ବିସିସିଆଇ ଡ୍ରେସିଂ ରୁମ୍‌ର ଏହି ଶେଷ ପଦକ ସମାରୋହକୁ ସୋସିଆଲ ମିଡିଆରେ ସେୟାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details