ଓଡିଶା

odisha

ETV Bharat / sports

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପଡିଆକୁ ପ୍ରବେଶ କରିଥିଲେ ଜାର୍ଭୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ୟଟ୍ୟୁବର ବା ସୋସିଆଲ ମିଡିଆ ଇନଫ୍ୟୁଲେନ୍ସର ଜାର୍ଭୋ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରବେଶ କରିବା ପରେ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 9, 2023, 9:18 AM IST

Updated : Oct 9, 2023, 10:08 AM IST

daniel jarvis
daniel jarvis

ଚେନ୍ନାଇ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ ଚାଲିଥିବା ସମୟରେ ପଡିଆକୁ ପ୍ରବେଶ କରିବା ଇଂଲଣ୍ଡର ପ୍ରାଙ୍କଷ୍ଟାର ତଥା ୟୁଟ୍ୟୁବର ଜାର୍ଭୋଙ୍କୁ ମହଙ୍ଗା ପଡିଛି। ଜାର୍ଭୋଙ୍କୁ ପୁରା ବିଶ୍ବକପ ମ୍ୟାଚ ଦେଖିବାକୁ ବାରଣ କରିଛି ICC । ଆଗକୁ ହେବାକୁଥିବା ବିଶ୍ବକପ ମ୍ୟାଚରେ ଜାର୍ଭୋଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶକୁ ICC ବ୍ୟାନ କରିଛି । ତେବେ ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ପରେ ବି କିପରି ରିଜର୍ଭ ସିଟ୍‌ ପାଖରେ ପହଞ୍ଚିବା ପରେ ପଡ଼ିଆ ମଧ୍ୟକୁ କିପରି ପ୍ରବେଶ କଲେ ଜାର୍ଭୋ ।

ଆଇସିସି ମୁଖପାତ୍ର ଏନେଇ ଗଣମାଧ୍ୟମକୁ କହିଛନ୍ତି ଯେ, ଖେଳ ଚାଲିଥିବା ସମୟରେ ଜାର୍ଭୋ ପଡ଼ିଆ ମଧ୍ୟକୁ ହଠାତ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ବିଶ୍ବକପର ବଳକା ମ୍ୟାଚ ଦେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ମାମଲା ବର୍ତ୍ତମାନ ଭାରତୀୟ କର୍ତ୍ତୃପକ୍ଷଙ୍କ ହାତରେ । ୟୁଟ୍ୟୁବର ଜାର୍ଭୋ ପ୍ରଥମ ଥର ନୁହଁ ବରଂ ଚତୁର୍ଥ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ବେଳେ ଫିଲ୍ଡ ମଧ୍ୟକୁ ପ୍ରବେଶ କରି ବ୍ୟାଘାତ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ସମୟରେ ବି ପଡ଼ିଆରେ ଅନୁପ୍ରବେଶ କରିଥିଲେ ଜାର୍ଭୋ । ରବିବାର ପୁଣି ଥରେ ସେ ଖେଳ ଚାଲିଥିବା ସମୟରେ ପଡ଼ିଆକୁ ପ୍ରବେଶ କରିବାରୁ ଘଟଣା ପରେ ଆଇସିସି ଏବଂ ବିସିସିଆଇକୁ ଲଜ୍ଜିତ ହେବାକୁ ପଡ଼ିଥିଲା । ବିନା କୌଣସି ବାଧାବିଘ୍ନରେ ଭାରତୀୟ ଦଳର ଜର୍ସି ପିନ୍ଧି ପଡ଼ିଆକୁ ପ୍ରବେଶ କରିଥିଲେ ଜାର୍ଭୋ । ଏହାପରେ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Cricket World Cup 2023: ଟିମ୍‌ ଇଣ୍ଡିଆ ଜର୍ସିରେ ଡେବ୍ୟୁ କଲେ Jarvo 69 ! ବ୍ୟାନ୍‌ କରିଦେଲା ଆଇସିସି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇସିସି ପୁରୁଷ ବିଶ୍ବକପ 2023ରେ ସମସ୍ତଙ୍କ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ବ । ଜାର୍ଭୋ କିପରି ପଡ଼ିଆକୁ ପ୍ରବେଶ କଲେ ସେନେଇ ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏପରି ଘଟଣା ଯେମିତି ଆଗକୁ ନ ଘଟିବ ସେଥିପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ନା ନାହିଁ ତାହା ଜାଣିବାକୁ ପଡିବ। ଜାର୍ଭୋଙ୍କ ଏପରି ବ୍ୟବହାର ପାଇଁ ବିସିସିଆଇ ଓ ଆଇସିସିକୁ ଲଜ୍ଜିତ ହେବାକୁ ପଡିଛି ।

ଡାନିଏଲ ଜାର୍ଭିସ ଆକା ବା ଜାର୍ଭୋ ପୂର୍ବରୁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି ପାଇଁ ଆଗରୁ ବେଶ ଚର୍ଚ୍ଚିତ । ଗତକାଲି ୬୯ ନମ୍ବର ଜର୍ସି ପିନ୍ଧି ହଠାତ ମୈଦାନକୁ ସେ ଓହ୍ଲାଇଥିଲେ । ଭାରତର ବିଶ୍ବକପ୍‌ ଜର୍ସି ପିନ୍ଧି ସେ ପଡ଼ିଆ ଭିତରକୁ ପଶି ଆସିଥିଲେ । ଲୋକପ୍ରିୟ ତଥା ବିବାଦୀୟ ପ୍ରାଙ୍କ୍‌ଷ୍ଟାର 'ଜାର୍ଭୋ ୬୯' ସୁରକ୍ଷା ଉଲ୍ଲଘଂନ କରି ପଡ଼ିଆ ଭିତରକୁ ପଶିବା ପରେ ଫିଲ୍ଡିଂ ପୋଜିସନ୍ ଚେଞ୍ଜ୍‌ କରୁଥିବା ବି ଦେଖିବାକୁ ମିଳିଥିଲା ।

Last Updated : Oct 9, 2023, 10:08 AM IST

ABOUT THE AUTHOR

...view details