ଓଡିଶା

odisha

ETV Bharat / sports

World Cup 2023: ରୋହିତଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗି ପାରନ୍ତି ଏହି କିମ୍ବଦନ୍ତୀଙ୍କ ରେକର୍ଡ - ରୋହିତ ଶର୍ମା

ଆଇସିସି କ୍ରିକେଟ ବିଶ୍ବକପ 2023ରେ 9ମ ଲିଗ ମ୍ୟାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏଥିରେ ନୂଆ ରେକର୍ଡ ସ୍ଥାପନା କରିବା ନେଇ ରୋହିତଙ୍କ ପାଖରେ ସୁଯୋଗ ରହିଛି । ଅଧିକ ପଢନ୍ତୁ

World Cup 2023
Rohit Sharma

By ETV Bharat Odisha Team

Published : Oct 11, 2023, 12:57 PM IST

Updated : Oct 11, 2023, 1:18 PM IST

ନୂଆଦିଲ୍ଲୀ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ 9ମ ଲିଗ ମ୍ୟାଚ ଖେଳାଯିବ । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଚାଡିୟମରେ ଭରାତ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ପାଳି ଖେଳିବାର ସୁଯୋଗ ରହିଛି । ରୋହିତ ବିଶ୍ବକପ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଆଜି ଆଫଗାନିସ୍ତାନ ବିପକ୍ଷରେ ଯଦି ଭଳ ପ୍ରଦର୍ଶନ କରନ୍ତି ତେବେ ତାଙ୍କ ପାଖରେ ଏକ ଏକ ନୂଆ ରେକର୍ଡ କରିବାର ସୁଯୋଗ ରହିଛି । ଦିନିକିଆ ବିଶ୍ବକପ ଇତିହାସରେ ସେ 1000 ରନ କରିବା ଖେଳାଳି ହୋଇପାରନ୍ତେ । ଏହି ରେକର୍ଡ ପାଇଁ ତାଙ୍କୁ 22 ରନର ଆବଶ୍ୟକତା ରହିଛି ।

ରୋହିତଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ:ରୋହିତ ଶର୍ମା ଏବେ ସୁଦ୍ଧା ଦିନିକିଆ ବିଶ୍ବକପରେ 18 ପାଳିରେ 978 ରନ କରିଛନ୍ତି । ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ 18ତମ ପାଳି ଖେଳି ଶୂନରେ ଆଉଟ ହୋଇ ରେକର୍ଡ କରିବାରେ ବିଫଳ ହୋଇଥିଲେ । ଏବେ ତାଙ୍କୁ 1000ରନ କରିବାକୁ ମାତ୍ର 22 ରନ କରିବାକୁ ହେବ । ଆଫଗାନିସ୍ତାନ ବିପକ୍ଷରେ ରୋହତ ଯଦି 22 ରନ କରୁଛନ୍ତି ତେବେ ସଚିନ ତେନ୍ଦୁଲକର, ଏଭି ଡିଭିଲିୟର୍ସ, ବିବି ରାଡାର୍ଡସ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇବେ ।

ଏହି କିମ୍ବଦନ୍ତୀଙ୍କୁ ପଛରେ ପକାଇ ପାରନ୍ତି ରୋହିତ: ଦିନିକିଆ ବିଶ୍ବକପରେ ସଚିନ ତେନ୍ଦୁଲକର ଏବଂ ଏଭି ଡିଭିଲିୟର୍ସ 1000ରନ ପୂରଣ କରିବାକୁ 20-20 ମ୍ୟାଚ ଖେଳିଛନ୍ତି । ବିବି ରିଚାର୍ଡ ଏବଂ ସୌରଭ ଗାଙ୍ଗୁଲି 1000ରନ ପୂରଣ କରିବାକୁ 21-21 ପାଳି ଖେଳିଛନ୍ତି । ଏବେ ରୋହିତ ଶର୍ମାଙ୍କ ପାଖରେ 19ଟି ପାଳିରେ 1000ରନ ପୂରଣ କରି କିମ୍ବଦନ୍ତୀ କ୍ରିକେଟରଙ୍କୁ ପଛରେ ପକାଇବାର ସୁଯୋଗ ରହିଛି । ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର 19 ପାଳି ଖେଳି 1000ରନ ପୂରଣ କରିଥିଲେ । ଦିନିଦିଆ ବିଶ୍ବକପରେ ସେ ସବୁଠୁ ଦ୍ରୁତ 1000ରନ କରିଥିବା ଖେଳାଳି ହୋଇଛନ୍ତି । ଆଜିର ମ୍ୟାଚରେ ୱାର୍ଣ୍ଣରଙ୍କୁ ପଛରେ ପକାଇ ପାରନ୍ତି ରୋହିତ । ରୋହିତ ଏଯାବତ 252ଟି ଦିନିକିଆ ମ୍ୟାଚ ଖେଳି 244 ପାଳିରେ 30 ଶତକ ଓ 52ଟି ଅର୍ଦ୍ଧଶତକ ସହ ମୋଟ 10112ରନ କରି ସାରିଛନ୍ତି ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଆଫଗାନିସ୍ତାନ ଲଢେଇ, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

ଏହା ବି ପଢନ୍ତୁ...Cricket World Cup 2023: ହୋମ୍‌ଗ୍ରାଉଣ୍ଡ୍‌ରେ କିଙ୍ଗ୍‌ କୋହଲିଙ୍କ ଧୂଆଁଧାର ରେକର୍ଡ, ଭାଙ୍ଗିବ ସଚିନ୍‌ଙ୍କ କିର୍ତ୍ତୀମାନ !

ପ୍ରକାଶ ଥାଉ କି, ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ପ୍ରଥମ ମ୍ୟାଚ ଖେଳିଥିଲା । ଓପନିଂ କରିଥିବା ରୋହିତ ଖାତା ଖୋଲି ପାରିନଥିଲେ । ଏହି ମ୍ୟାଚରେ ରୋହତିଙ୍କ ସମତେ ଈଶାନ କିଶନ ଓ ଶ୍ରେୟାସ ଆୟର ମଧ୍ୟ ଶୂନରେ ଆଉଟ ହୋଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲଙ୍କ ଚମତ୍କାର ସହଭାଗୀତାର ଭାରତ 6 ୱିକେଟରେ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିଲା ।

Last Updated : Oct 11, 2023, 1:18 PM IST

ABOUT THE AUTHOR

...view details