ଓଡିଶା

odisha

ETV Bharat / sports

Ind Vs Ban: ପୁଣେରେ ମୁଶଫିକର ରହିମଙ୍କ ପିତା, କହିଲେ ଆଶା ଆମ ଟିମ ବିଜୟୀ ହେବ

ପୁଣେରେ ବାଂଲାଦେଶକୁ ସମର୍ଥନ କରିବାକୁ ପହଞ୍ଚିଲେ ବାଂଲାଦେଶ ୱିକେଟକିପର୍‌ ମୁଶଫିକର ରହିମଙ୍କ ପିତା ମେହବୁବ ହବିବ । ଇଟିଭି ଭାରତକୁ ଦେଲେ ଏଭଳି ପ୍ରତିକ୍ରିୟା । ଦେଖନ୍ତୁ ପୁରା ସାକ୍ଷାତକାର

Mushfiqur Rahims father Mahboob Habib
Mushfiqur Rahims father Mahboob Habib

By ETV Bharat Odisha Team

Published : Oct 19, 2023, 5:40 PM IST

Updated : Oct 19, 2023, 8:09 PM IST

Ind Vs Ban: ପୁଣେରେ ମୁଶଫିକର ରହିମଙ୍କ ପିତା, କହିଲେ ଆଶା ଆମ ଟିମ ବିଜୟୀ ହେବ

ମୁମ୍ବାଇ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦୀର୍ଘ ୨୭ ବର୍ଷ ପରେ ଖେଳାଯାଇଛି କ୍ରିକେଟ ବିଶ୍ବକପ୍‌ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ମଧ୍ୟରେ ଏବେ ଏଠାରେ ମ୍ୟାଚ୍‌ ଜାରି ରହିଛି । ଏହି ଷ୍ଟାଡିୟମରେ ଅନେକ ପ୍ରଶଂସକଙ୍କ ଭିଡ଼ ଜମିଥିବା ବେଳେ ବାଂଲାଦେଶ ଟିମ ୱିକେଟକିପର୍‌ ମୁଶଫିକର ରହିମଙ୍କ ପିତା ମେହବୁବ ହବିବଙ୍କୁ ଦେଖିବାକୁ ମିଳିଛି । ସେ ନିଜ ଦେଶକୁ ସମର୍ଥନ କରିବାକୁ ଆସିଥିବା ବେଳେ ଭାରତକୁ ବାଂଲାଦେଶ ପରାସ୍ତ କରିବ ବୋଲି ସେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ମେହବୁବ ଗତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ଭାରତ ବିପକ୍ଷରେ ମଧ୍ୟ ନିଜର ଏହି ପ୍ରଦର୍ଶନ ଜାରି ରଖିବେ ବୋଲି ରହିମଙ୍କ ପିତା ହବିବ ଆଶା ପ୍ରକଟ କରିଛନ୍ତି । ସେ ସ୍ବୀକାର କରିଛନ୍ତି ଯେ ଭାରତକୁ ହରାଇବା ନିଶ୍ଚିତ ବାଂଲାଦେଶ ପାଇଁ ମୁସ୍କିଲ । ତଥାପି ସେ ବାଂଲାଦେଶର ବିଜୟକୁ ନେଇ ଆଶା ପ୍ରକଟ କରିଥିବା ବେଳେ ନିଜ ଦେଶକୁ ସମର୍ଥନ କରିବା ଲାଗି ପୁଣେରେ ପହଞ୍ଚିଥିବା କହିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ଖେଳୁନାହାନ୍ତି ଷ୍ଟାର ଅଲରାଉଣ୍ଡର ଶାକିବ, ଦଳ ଉପରେ ପଡ଼ିବ କି ଭାରି ?

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ହବିବ କହିଛନ୍ତି, "ମୁଁ ଆଶା କରୁଛି ବାଂଲାଦେଶ ଜିତିବ । ଭାରତ ବିରୋଧରେ ଜିତିବା ସହଜ ନୁହେଁ । ଭାରତକୁ ପରାସ୍ତ କରିବାକୁ ଏକ କଠିନ କାର୍ଯ୍ୟ । ଭାରତ ଚମ୍ପିଆନ ଦଳମାନଙ୍କ ମଧ୍ୟରୁ ଅନ୍ୟତମ । ଆଜି ଯେଉଁ ଟିମ ଭଲ ପ୍ରଦର୍ଶନ କରିବ ସେହି ଦଳ ବିଜୟୀ ହେବ । ମୁଶଫିକର ରହିମ ଆଜି ଅର୍ଦ୍ଧଶତକ କରିବେ ବୋଲି ମୋର ଆଶା ରହିଛି । "

ଏହା ବି ପଢନ୍ତୁ- World Cup 2023: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ

ଭାରତରେ ଆଜି କିଏ ଭଲ ପ୍ରଦର୍ଶନ କରିବା ପ୍ରଶ୍ନରେ ହବିବ କହିଛନ୍ତି, " କୋହଲି ତ ଭଲ ପ୍ରଦର୍ଶନ କରିଥାନ୍ତି । ତେବେ ଭାରତୀୟ ଓପନର୍‌ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିବେ ।" ବାଂଲାଦେଶର ଓପନର ଭଲ ସ୍କୋର ସଂଗ୍ରହ କରିବାରେ ବିଫଳ ହୋଇଥିବାରୁ ବାଂଲାଦେଶ ମିଡିଲ ଅର୍ଡର ପତନର ସମ୍ମୁଖୀନ ହୋଇଥିଲା । ଟିମ ୩ଟି ଦ୍ରୁତ ୱିକେଟ୍ ହରାଇଥିଲା ।

(ରିପୋର୍ଟ- ସଜଦ ସାୟେଦ, ଇଟିଭି ଭାରତ ସମ୍ବାଦଦାତା)

Last Updated : Oct 19, 2023, 8:09 PM IST

ABOUT THE AUTHOR

...view details